କିନ୍ନୌର – ହିମାଚଳ ପ୍ରଦେଶରୁ ଏକ ବଡ଼ ଖବର ସାମନାକୁ ଆସିଛି। ଯେଉଁଥିରେ ଚୀନ୍ ଦ୍ୱାରା ଭାରତ ସୀମାରେ ଅନୁପ୍ରବେଶ ଓ ଗୁଇନ୍ଦାର ଆଶଙ୍କା କରାଯାଉଛି। କିନ୍ନୌରର ଭାରତ-ଚୀନ୍ ସୀମାରେ ଡ୍ରୋନ୍ ଦେଖା ଯିବାର ଦାବି କରାଯାଇଛି। ଏହି ଦାବି ନିଜେ ହିମାଚଳ ସରକାରଙ୍କର ମନ୍ତ୍ରୀ ଜଗତ ସିଂହ ନେଗି କରିଛନ୍ତି।
ତାଙ୍କର ଦାବି ମୁତାବିକ, କିନ୍ନୌର ଜିଲ୍ଲାର ପୁ ବ୍ଲକ୍ରେ ଶିପକି ଲା ଓ ରିଷି ଡୋଗରି ଗାଁରେ ଡ୍ରୋନର ଗତିବିଧିଦେଖିବାକୁ ମିଳିଥିଲା ଏବଂ ଏହାର ବ୍ୟବହାର ନିରୀକ୍ଷଣ ଓ ଗୁଇନ୍ଦା ଉଦ୍ଦେଶ୍ୟ ପାଇଁ କରାଯାଉଛି। ଜଗତ ସିଂହ ନେଗି କିନ୍ନୌର ବିଧାନସଭା ଅଞ୍ଚଳରୁ ବିଧାୟକ ମଧ୍ୟ ଅଛନ୍ତି। ନେଗି କହିଛନ୍ତି, ଗତ ସପ୍ତାହରେ ସୀମା ଅଞ୍ଚଳ ପାଖରେ ବାରମ୍ୱାର ଅନେକ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳୁଛି ଏବଂ ଅନେକ ଲୋକ ମୋତେ ଏ ବିଷୟରେ ସୂଚିତ ମଧ୍ୟ କରିଛନ୍ତି।
ମନ୍ତ୍ରୀଙ୍କ କହିବାନୁସାରେ , ଏହି ଡ୍ରୋନ୍ ଭାରତର ସୀମାରେ ଚାଲୁଥିବା ରାସ୍ତା କାମ ସମେତ ଅନ୍ୟ କାର୍ଯ୍ୟକଳାପର ସୂଚନା ନେବା ପାଇଁ ପଠାଯାଇଛି। ସେ କହିଛନ୍ତି , ଶିପକି ଲା ଓ ରିଷିଡୋଗରୀ ମଧ୍ୟରେ ଏଲଏସି ଯାଏ ରାସ୍ତା ନିର୍ମାଣର କାମ ଚାଲୁଛି ଏବଂ ଏହି ସବୁ ଡ୍ରୋନ୍ ଏହାକୁ ନିରୀକ୍ଷଣ ଓ ଗୁଇନ୍ଦାଗିରି କାମ କରିବାର ସମ୍ଭାବନାକୁ ଏଡେଇ ଦିଆ ପାରିବ ନାହିଁ। ସେ କେନ୍ଦ୍ର ସରକାରଙ୍କୁ ଉକ୍ତ ମାମଲାରେ ଧ୍ୟାନ ଦେବାକୁ ଅପିଲ କରି କହିଛନ୍ତି କି ପୁଲିସ ଓ ସେନା ଯବାନ ମଧ୍ୟ ଏହି ଡ୍ରୋନ୍କୁ ଦେଖିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ଆବଶ୍ୟକ ନିର୍ଦ୍ଦେଷ ଜାରି କରିବା ଉଚିତ୍।
କହି ରଖୁଛି କି , କିନ୍ନୌର ,ଲାହୌଲ ଓ ସ୍ପିତିର ଆଦିବାସୀ ଜିଲ୍ଲା ଚୀନ ସୀମାକୁ ଲାଗି ୨୪୦ କିଲୋମିଟର ଦୂରତା ଯାଏ ଲମ୍ୱିଛି। ସେଥିରେ ରହିଛି ଖୁବ୍ ଉଚ୍ଚ ବିଶିଷ୍ଟ ପାହାଡ଼। ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି କି ଭାରତୀୟ ସୀମାର ଉଲ୍ଲେଂଘନ କରୁଥିବା ଚାଇନା ଡ୍ରୋନ୍ ବିରୋଧରେ ଦୃଢ ଆକ୍ସନ ନିଆଯାଇଛି।