ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହିନାଙ୍କୁ ସବୁଠୁ ଅଧିକ ଗୁଗଲ୍‌ ସର୍ଚ୍ଚ, ତାଲିକା ଜାରି କଲା ଗୁଗଲ୍‌

Published By : Krishna Priya | December 14, 2024 8:32 AM

ମୁମ୍ବାଇ ୧୪/୧୨: ୨୦୨୪ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ଇତିମଧ୍ୟରେ ଗୁଗଲ୍‌ ଏ ବର୍ଷ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟିଙ୍କ ତାଲିକା ଜାରି କରିଛି । ଏହି ତାଲିକାରେ ମାତ୍ର ୩ ଭାରତୀୟ ଷ୍ଟାର୍‌ ଅଛନ୍ତି । ତନ୍ମଧ୍ୟରେ ଟିଭି ଅଭିନେତ୍ରୀ ହିନା ଖାନ୍‌, ତେଲୁଗୁ ଅଭିନେତା ପୱନ କଲ୍ୟାଣ ଓ ନିମ୍ରତ କୌରଙ୍କ ନାଁ ରହିଛି । ଗୁଗଲ୍‌ର ୨୦୨୪ ଗ୍ଲୋବାଲ ସର୍ଚ୍ଚ ତାଲିକାରେ ହିନା ୫ମ ସ୍ଥାନରେ ଅଛନ୍ତି । ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏ ବର୍ଷର ଟପ୍‌ ସର୍ଚ୍ଚ ଲିଷ୍ଟ୍‌ର ସ୍କ୍ରିନ୍‌ଶଟ୍‌ ଶେୟାର କରିଛନ୍ତି । 

ଏଥିସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି ‘ମୋତେ ଅନେକ ଲୋକ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ସଚ୍ଚୋଟତାର ସହ ଯଦି କହିବି, ତେବେ ମୋ ପାଇଁ ଏହା କୌଣସି ଉପଲବ୍ଧି କିମ୍ବା ଗର୍ବର କଥା ନୁହେଁ । କାହାର ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ବିବାଦ ଯୋଗୁ ଅନ୍‌ଲାଇନ୍‌ ସର୍ଚ୍ଚ କରାଯିବା କୌଣସି ଉପଲବ୍ଧି ନୁହେଁ । ମୁଁ ଚାହେଁ, ମୋର ପରିଶ୍ରମ ଓ ଉପଲବ୍ଧି ପାଇଁ ମୋତେ ପରିଚୟ ମିଳୁ । କୌଣସି ଅନ୍ୟ କାରଣ ପାଇଁ ନୁହେଁ ।’

ଚଳିତ ବର୍ଷ ଆରମ୍ଭରେ ହିନା ସ୍ତନ କର୍କଟରେ ପୀଡ଼ିତ ଥିବା କଥା ଶେୟାର କରିଥିଲେ । ସାହସ ଓ ଧୈର୍ଯ୍ୟର ସହ ସେ ଏହା ସହ ଲଢ଼େଇ କରୁଛନ୍ତି ଏବଂ ନିୟମିତ ନିଜ ଅନୁଭବକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହି ସର୍ଚ୍ଚ ଲିଷ୍ଟ୍‌ରେ ୨ୟ ସ୍ଥାନରେ ଅଛନ୍ତି ସାଉଥ୍‌ ଅଭିନେତା ପୱନ କଲ୍ୟାଣ । ୮ମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିମ୍ରତ କୌର । ‘ଦ ଲଞ୍ଚ୍‌ବକ୍ସ’, ‘ଦସ୍‌ୱି’ ଓ ‘ଏୟାରଲିଫ୍ଟ’ ଭଳି ଫିଲ୍ମରେ ସେ କାମ କରିଛନ୍ତି । ଚଳିତ ବର୍ଷ ଅଭିଷେକ ବଚ୍ଚନଙ୍କ ସହ ଆଫେୟରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.