ପ୍ରମୂଖ ଖବର
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କେମୋଥେରାପି ଯୋଗୁଁ ହିନାଙ୍କ ଶରୀରରେ ଏପରି ସ୍ଥିତି , ଅଭିନେତ୍ରୀଙ୍କ ଅବସ୍ଥା ଦେଖି ପ୍ରଶଂସକ ଚିନ୍ତାରେ

Published By : Prameya | March 16, 2025 6:09 PM

ମୁମ୍ୱାଇ : ‘ ୟେ ରିସ୍ତା କ୍ୟା କହଲାତା ହୈ’ ରୁ ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାନ ଏହି ସମୟରେ ନିଜର କ୍ୟାନସର ରୋଗକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହିନା ଗତ ବର୍ଷ ନିଜର ବ୍ରେଷ୍ଟ କ୍ୟାନସର ହୋଇଥିବାର କଥାର ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲେ। ଏହି ମଧ୍ୟରେ ଏବେ ହିନା ଖାନ୍ ନିଜର ଏକ ଫଟୋ ସେୟାର କରି କେମୋଥେରାପିରେ ତାଙ୍କ ଶରୀରରେ ହୋଇଥିବା ସାଇଡ୍‌ ଇଫେକ୍ଟକୁ ଦେଖାଇଛନ୍ତି। ଏହି ଫଟୋକୁ ଦେଖି ପ୍ରଶଂସକଙ୍କ ଚିନ୍ତା ପୁଣି ଥରେ ବଢା ଯାଇଛି। 

ଉଲ୍ଲେଖନୀୟ ଯେ , ହିନା ଖାନ ନିଜର ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ନିଜ ନଖର ଏକ କ୍ଲୋଜ-ଅପ୍‌ ଫଟୋ ସେୟାର କରିଛନ୍ତି। ଏହାସହ ସେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ କେମୋଥେରାପି କାରଣରୁ ତାଙ୍କର ନଥର ରଙ୍ଗ ବଦଳି ଯାଇଛି। ଏହି ଫଟୋକୁ ସେୟାର କରି ହିନା ଖାନ ଲେଖିଛନ୍ତି , - ଠିକ୍‌ ଅଛି ,ଆପଣଙ୍କ ମଧ୍ୟରୁ ଅନେକ ଲୋକ ମୋ ନଖ ବିଷୟରେ ପଚାରିଛନ୍ତି , ଯେଉଁଥିରେ ମୋର ବିଲ୍ଡିଂର କିଛି ଲୋକ ବି ସଂପୃକ୍ତ ଅଛନ୍ତି ...ମୁଁ କୌଣସି ନେଲ୍‌ ପଲିସ୍‌ ଲଗାଇ ନାହିଁ ହା ହା ହା...ମୁଁ ନେଲ୍‌ ପେଣ୍ଟ ଲଗାଇ କେମିତି ପ୍ରେୟର କରି ପାରିବି । କିଛି ବୁଦ୍ଧି ଲଗାଅ ମୋର ପ୍ରିୟ ସାଥିମାନେ। 

ହିନା ଆହୁରି ଲେଖିଛନ୍ତି , ନଖର ରଙ୍ଗ ଉଡ଼ିବା କେମୋଥେରାପିର ସବୁଠୁ ବଡ଼ ସାଇଡ୍‌ ଇଫେକ୍ଟ ମଧ୍ୟରୁ ଗୋଟିଏ। ମୋ ନଖ ଶୁଖି ଯାଇଛି... ଏବଂ କେବେ କେବେ ନଖର ସ୍କିନ୍‌ ଉପର ଉଠିଯାଏ । କିନ୍ତୁ ଆପଣ ଜାଣନ୍ତି ଯେ , ଭଲ କଥା ... ଏସବୁ ଟେମ୍ପୋରେରୀ ଏବଂ ମନେରଖ କି ଆମେ ଠିକ ହେଉଛୁ ...।  ହିନାଙ୍କ ଏମିତି ସ୍ଥିତି ଦେଖି ପ୍ରଶଂସକ ଖୁବ୍‌ ଚିନ୍ତିତ ହୋଇ ଯାଇଛନ୍ତି । ସମସ୍ତେ ହିନାଙ୍କର ଆଶୁ ଆରୋଗ୍ୟ କାମନା କରି ତାଙ୍କୁ ସାହସ ଦେଉଛନ୍ତି। ଅନେକ ୟୁଜର୍ସ ଇମୋସନାଲ ହେବାର ମଧ୍ୟ ନଜର ଆସୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.