ରାସଗୋବିନ୍ଦପୁର ୦୭/୦୩ : ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗୀତ ଓ ଅସଦାଚରଣ କରିବା ପଡିଲା ମହଙ୍ଗା । ରସିକିଆ ହିନ୍ଦୀ ମାଷ୍ଟରଙ୍କୁ ବାନ୍ଧିଲା ରାସଗୋବିନ୍ଦପୁର ପୁଲିସ। ଗିରଫ ପରେ ହିନ୍ଦୀ ଶିକ୍ଷକ ସବାସ ଚାନ୍ଦଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପିଅନକୁ ତଦନ୍ତ ପରିସର ଭୁକ୍ତ କରି ପୁଲିସ ଛାନ୍ଭିନ୍ ଚଳାଇଛି।
ରାସଗୋବିନ୍ଦପୁର ଥାନା ଅଧୀନ ଝାଡ଼ିଅପଡ଼ା ପଞ୍ଚାୟତର ଏକ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନରେ ଅଭିଯୋଗ ହୋଇଥିଲା। ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ରାସଗୋବିନ୍ଦପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହିନ୍ଦୀ ଶିକ୍ଷକ ସୁବାସ ଚାନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକୁଦେବ ହାଁସଦା ଓ ପିଅନ ଶିବଶଙ୍କର ଗିରିଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସର ଭୁକ୍ତ କରିଛି। ଛାତ୍ରୀମାନଙ୍କୁ ପ୍ରଥମେ CWC ଏବଂ ପରେ କୋର୍ଟରେ ବୟାନ ନିଆଯାଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- ଜଟଣୀ ପଦନପୁରରେ ଗୋଷ୍ଠୀ ସଂଘର୍ଷ ପରେ ବୋମାମାଡ଼, ଜୀବନ ସହ ସଂଗ୍ରାମ କରୁଛି ନାବାଳକ