ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶିବ ମନ୍ଦିରରେ ଶିବ ଲିଙ୍ଗ ଭଙ୍ଗା ଘଟଣାକୁ ନେଇ ଉତ୍ତେଜନା, ଚମ୍ପୁଆ ବନ୍ଦ ଡାକରା ଦେଲେ ହିନ୍ଦୁ ସଙ୍ଗଠନ

Published By : Harapriya Sethi | November 2, 2024 10:56 AM

ଚମ୍ପୁଆ, ୦୨/୧୧: ଝାଡଖଣ୍ଡ ସୀମା ବୈତରଣୀ ନଦୀ କଙ୍ଗିରା ମୁହାଣରେ ଅବସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରର ଶିବ ଲିଙ୍ଗକୁ ଶୁକ୍ରବାର କେହି ଅସାମାଜିକ ବ୍ୟକ୍ତି ଭାଙ୍ଗି ଦେଇଛି । ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶୁକ୍ରବାର ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜୟନ୍ତୀ ଗଡରେ ହିନ୍ଦୁ ସଙ୍ଗଠନ ଓ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଟାୟାର ଜଳାଇ ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଜୟନ୍ତୀ ଗଡରେ ଶୁକ୍ରବାର ସନ୍ଧ୍ୟାରୁ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ଶନିବାର ଚମ୍ପୁଆରେ ମଧ୍ୟ ତାର ପ୍ରଭାବ ପଡିଛି । ସ୍ଥାନୀୟ ଜନସାଧାରଣ ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚମ୍ପୁଆ ବନ୍ଦ କରିଛନ୍ତି । ଏହା ଯୋଗୁ ଚମ୍ପୁଆରେ ଗାଡ଼ି ମୋଟର, ସ୍କୁଲ କଲେଜ, କୋର୍ଟ କଚେରୀ, ବ୍ୟାଙ୍କ୍ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି ।

ବୈତରଣୀ ନଦୀ କଙ୍ଗିରା ମୁହାଣରେ ଅବସ୍ଥିତ ଶତାଧିକ ବର୍ଷ ପୁରୁଣା ଏହି ମନ୍ଦିରରେ ଶୁକ୍ରବାର ସନ୍ଧ୍ୟା ସମୟରେ ଦ୍ଵୀପ ପ୍ରଜ୍ବଳନ କରିବାକୁ ମନ୍ଦିର ପରିସରକୁ ସ୍ଥାନୀୟ ଯୁବକ ମାନେ ଆସିଥିଲେ । ସେଠାରେ ଶିବ ଲିଙ୍ଗ ଭଙ୍ଗା ହୋଇଥିବା ନେଇ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏହି ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଖବର ପାଇ ଜୟନ୍ତୀଗଡ, ଚମ୍ପୁଆ ତଥା ଆଖପାଖ ଗାଁର ଲୋକମାନେ ମନ୍ଦିରରେ ଏକାଠି ହୋଇଥିଲେ । ଖଣ୍ଡିତ ଶିବ ଲିଙ୍ଗକୁ ଦେଖି ଲୋକେ ଉତ୍ତ୍ୟକ୍ତ ହେବା ସହ ଏଭଳି କାଣ୍ଡ ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଗିରଫ ଦାବୀରେ ହୋ ହାଲ୍ଲା କରିଥିଲେ । ଏହା ସହ ପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଖବର ଦେଇଥିଲେ । ଖବର ପାଇବା ପରେ ଜଗନ୍ନାଥପୁର ପୋଲିସ ନୀଳକଣ୍ଠ ମନ୍ଦିରରେ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଘଟଣାକୁ ନେଇ ଶନିବାର ଚମ୍ପୁଆର ବିଭିନ୍ନ ହିନ୍ଦୁ ସଙ୍ଗଠନ ଚମ୍ପୁଆ ବନ୍ଦ କରିଛନ୍ତି । ଫଳରେ ସ୍କୁଲ, କଲେଜ ଏବଂ ଗାଡ଼ି ଚଳାଚଳ ସହିତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.