ପ୍ରମୂଖ ଖବର
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ହମଲା , ହୋଲି ଅବସରରେ ଉପଦ୍ରବୀମାନେ ଭାଙ୍ଗିଲେ ମୂର୍ତ୍ତି ; ସିସିଟିଭିରେ କଏଦ ଘଟଣା

Published By : Prameya | March 14, 2025 10:17 PM

ଢାକା : ବାଂଲାଦେଶର ଅନ୍ତରୀଣ ସରକାରଙ୍କର ମୁଖିଆ ମହମ୍ମଦ ୟୁନୁସ୍ ଯଦିଓ ସବୁ କିଛି ଟ୍ରାକ୍‌କୁ ଆସିବାର ଦାବି କରୁଛନ୍ତି, ହେଲେ ସେଠାରେ ହିନ୍ଦୁଙ୍କ ଉପରେ ହମଲା ରହିବାର ନାଁ ନେଉ ନାହାନ୍ତି। ପୁଣି ଥରେ ହିନ୍ଦୁ ମନ୍ଦିର ଉପରେ ହମଲା ହୋଇଛି। ହୋଲି ଅବସରରେ ଏହି ଘଟଣା ଲକ୍ଷ୍ମୀପୁର ଜିଲ୍ଲାର ରାୟପୁରରେ ମରିହାଟା ଅଞ୍ଚଳରେ ଶ୍ରୀ ଶ୍ରୀ ମହାମାୟା ମନ୍ଦିରରେ ହୋଇଛି, ଯେଉଁଠି ମୁଖା ପିନ୍ଧିଥିବା ଉପଦ୍ରବୀମାନେ ଦେବୀ ମହାମାୟାଙ୍କର ମୂର୍ତ୍ତି ମଧ୍ୟ ଭାଙ୍ଗି ଦେଇଛନ୍ତି। 

ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ, ମନ୍ଦିର ସମିତିର ମହାସଚିବ ବିଶ୍ୱନାଥ ଶାହା କହିଛନ୍ତି ଯେ, ଗୁରୁବାର ଅର୍ଥାତ୍‌ ହୋଲିକାତ୍ସବ ଦିନ ସନ୍ଧ୍ୟାର ପୂଜା ସମାପ୍ତି ହେବା ପରେ ପୂଜାରୀ ମନ୍ଦିରରୁ ଚାଲି ଯାଇ ଥିଲେ। ସେହି ରାତିରେ ଯେବେ ପରେ ପୂଜାରୀ ଫେରି ମନ୍ଦିରକୁ ଆସିଲେ ତ, ଦେଖିଲେ ଯେ, ମନ୍ଦିରରେ ମୂର୍ତ୍ତି ଭଙ୍ଗା ହୋଇ କ୍ଷତିଗ୍ରସ୍ତ ଭାବେ ପଡ଼ିଛି। ଏହାପରେ ପୂଜାରୀ ସ୍ଥାନୀୟ ହିନ୍ଦୁ ସଂପ୍ରଦାୟକୁ ଡାକି ଘଟଣାର ସୂଚନା ଦେଇଛନ୍ତି।

ସିସିଟିଭିରେ କଏଦ ଘଟଣା – 

ରିପୋର୍ଟ ମୁତାବିକ , ଏହି  ଜଘନ୍ୟ କାର୍ଯ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜ୍‌ରେ ଜଣେ ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବା , ମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଓ ପୁଣି ଫେରାର ହେବାର ଦେଖା ଯାଉଛି। ମନ୍ଦିର ସମିତିର ମହାସଚିବ ବିଶ୍ୱନାଥ ଶାହା କହିଛନ୍ତି ଯେ , ଏହି ଘଟଣା ବିଷୟରେ ମାମଲା ରୁଜୁ କରାଯାଇଛି।

ଏହି ମଧ୍ୟରେ , ଲକ୍ଷ୍ମୀପୁର ପୂଜା ଉତ୍ସବ ପରିଷଦ ଦାବି କରିଛି ଯେ , ଏହି ଘଟଣାରେ ସଂପୃକ୍ତ ଲୋକଙ୍କ ଚିହ୍ନଟ କରାଯାଉ ଏବଂ ତାଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯାଉ। ଏହି ଘଟଣାର ସୂଚନା ପାଇବା ପରେ ରାୟପୁର ପୁଲିସ ଷ୍ଟେସନର ପ୍ରଭାର ଉଦ୍ଦୀନ ଭୁଇୟାଁ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ସେ କହିଛନ୍ତି ଯେ, ଉପଦ୍ରବୀମାନେ ଆହୁରି ଭଙ୍ଗାରୁଜା କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ଯାଞ୍ଚ ଆରମ୍ଭ ହୋଇଛି। 

ଏହା ପ୍ରଥମ ଥର ନୁହେଁ , ଯେବେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକୁ କ୍ଷତି ପହଞ୍ଚା ଯାଇଛି। ଏହା ପୂର୍ବରୁ ମଧ୍ୟ ହିନ୍ଦୁ ମନ୍ଦିର ଓ ହିନ୍ଦୁ ସଂଖ୍ୟାଲଘୁଙ୍କୁ ମୁସଲିମ୍‌ ବହୁଳଗୋଷ୍ଠୀ ଚାର୍ଗେଟ୍‌ କରିଛନ୍ତି। ଭାରତ ସରକାରଙ୍କ ଅନୁସାରେ ,ଗତ ବର୍ଷ ଅର୍ଥାତ୍‌ ୮ ଡିସେମ୍ୱର , ୨୦୨୪ ସୁଦ୍ଧା ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକାଣ୍ଡର ୨୨୦୦ରୁ ଅଧିକ ମାମଲା ରିପୋର୍ଟ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.