ଭୁବନେଶ୍ବର, ୦୮/୦୭: ଗୁରୁବାର ମହାନଦୀରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଦିନ ୧୧ ଟାରେ ୪ଟି ଗେଟ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯିବ । ଏବେ ହୀରାକୁଦରେ ଜଳସ୍ତର ୬୧୧.୨୩ ଫୁଟ ରହିଛି । ୨ ଲକ୍ଷ ୬୨ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି । ମୁଣ୍ଡଳୀ ଦେଇ ଗତକାଲି ୫ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୪ ଲକ୍ଷ ୮୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହା କ୍ରମଶଃ କମିବ, ତେଣୁ ତଳ ମୁଣ୍ଡରେ ବନ୍ୟାର ସମ୍ଭାବନା ନାହିଁ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେପଟେ ମହାନଦୀ ଜଳ ପରିଚାଳନା ନେଇ ହୀରାକୁଦ ଅଶୋକ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ଓଡ଼ିଶା ଏବଂ ଛତିଶଗଡ଼ ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଏଥିସହ ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀମାନେ ମଧ୍ୟ ଅଛନ୍ତି । ଆସନ୍ତକାଲି ହୀରାକୁଦ ବନ୍ୟାଜଳ ନିଷ୍କାସନ ପୂର୍ବରୁ ଏହି ବୈଠକ ଅତି ଗୁରୁତ୍ବ ବହନ କରୁଛି । ଦୀର୍ଘ ବର୍ଷ ପରେ ତଥ୍ୟ ଆଦାନ ପ୍ରଦାନ ନେଇ ଏହି ବୈଠକ ହେଉଛି । ତେବେ କଲମାର ୬୧ଟି ଗେଟ୍ ଖୋଲା ଥିବା ବେଳେ ଆଜି ୫ଟି ଗେଟ୍ ବନ୍ଦ ରହିଛି । ଅନ୍ୟ ବର୍ଷ ଗୁଡିକରେ ଛତିଶଗଡ ବୈଠକରେ ଭାଗ ନେଉ ନଥିଲା । ଏଥର କିନ୍ତୁ ଭାଗ ନେଉଥିବା କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟଯନ୍ତ୍ରୀ କହିଛନ୍ତି । ସେପଟେ ଛତିଶଗଡ ଜଳ ସମ୍ପଦ ବିଭାଗର ପ୍ରତିନିଧି SE ଏହାକୁ ଖଣ୍ଡନ କରିଛନ୍ତି ।
ଏହାଛଡ଼ା ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ସଚିବ ମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ଉଚ୍ଚତା ବୃଦ୍ଧି ଯୋଗୁଁ ଜଳେଶ୍ବର ଅଞ୍ଚଳ ଜଳମଗ୍ନ ହେଉଛି। ଏହି ପ୍ରସଙ୍ଗ ଓଡିଶା ଉଠାଇଥିଲା। ଝାଡ଼ଖଣ୍ଡ, ବିହାର, ବେଙ୍ଗଲ ଓ ଓଡିଶାକୁ ନେଇ ଗଠିତ ପୂର୍ବାଂଚଳ ପରିଷଦ ବୈଠକରେ ବିଭିନ୍ନ ରାଜ୍ୟ ପକ୍ଷରୁ ଆସିଥିବା ୭୪ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ଏହାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ କମିଟିରେ ଉପାଧ୍ୟକ୍ଷ ଅଛନ୍ତି।...

ଅଧିକ ପଢ଼ନ୍ତୁ- Dharmendra Pradhan: ଇଣ୍ଡୋନେସିଆରେ ଓଡ଼ିଶାର ଗୌରବ ବଢ଼ାଇଲେ ପିଏମ୍ ମୋଦି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ