ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମାଷ୍ଟରପ୍ଲାନ୍‌ ପାଇଁ ଏନ୍‌ଓସି ପ୍ରସ୍ତୁତି: ହୀରାକୁଦରେ ହେବ କ୍ରୁଜ୍‌ ଓ ବୋଟିଂ ଜେଟି ଟର୍ମିନାଲ୍‌, ଆକର୍ଷଣ ସାଜିବ ଲେଜର୍‌ ସୋ’

Published By : Prameya | July 15, 2025 1:03 PM

ସମ୍ବଲପୁର,୧୫/୦୭:  ଚାନ୍ଦଲିଡୁଙ୍ଗୁରୀରେ ହେବ କ୍ୟାମ୍ପେନିଂ କଟେଜ୍‌ ।  ଅଶୋକ ନିବାସ ନିକଟରେ ମିଳିବ କେରଳ ଶୈଳୀର କାରାଭାନ୍‌ ପାର୍କ । ସନ୍ଧ୍ୟାରେ ଝଟକିବ ୱାଟର ଲେଜର ମ୍ୟୁଜିକ୍‌ ସୋ । ଜଳଭଣ୍ଡାରରେ ହେବ କ୍ରୁଜ୍‌ ଟର୍ମିନାଲ । ଗୋଆ ଓ ଭେନିସ୍‌  ସହର ଭଳି ବୋଟ୍‌ ହାଉସ୍‌ ଉପଭୋଗ କରିବେ  ପର୍ଯ୍ୟଟକ । ୱାଟର ସ୍ପୋର୍ଟସ୍‌ ପାଇଁ ନିର୍ମାଣ  କରାଯିବ ସ୍ଥାୟୀ ବୋଟିଂ ଜେଟି ଟର୍ମିନାଲ୍‌ ।  

ଜମାଦାରପାଲି ଅଞ୍ଚଳରେ ହେବ କ୍ୟାମ୍ପେ୍‌ନିଂ ସାଇଟ୍‌ ସାଙ୍ଗକୁ ଲାଇଟ୍‌ ଓ ସାଉଣ୍ଡ ସୋ ।  ଆଖପାଖ ପରିବେଶ ଆକର୍ଷଣୀୟ କରିବାକୁ  ରହିବ ଜାପାନିଜ୍‌ ପଥର ପାଚେରି । ପର୍ଯ୍ୟଟକଙ୍କ  ପାଇଁ ହେବ ବିଶାଳ ସ୍ଥାୟୀ ପାର୍କିଂ । ଝାରସୁଗୁଡ଼ା  ଅଞ୍ଚଳରେ ବି ଆଇଲାଣ୍ଡ ବିକାଶ ପାଇଁ ହୋଟେଲ୍‌,  ରିସୋର୍ଟ ବ୍ୟବସ୍ଥା କରାଯିବ । ହୀରାକୁଦକୁ  ଜଳକ୍ରୀଡ଼ାର ଭୂସ୍ୱର୍ଗ ତଥା ବିଶ୍ୱସ୍ତରୀୟ  ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜଳସମ୍ପଦ ବିଭାଗ  ଆରମ୍ଭ କରିଛି ଏଭଳି ପ୍ରସ୍ତୁତି ।  

ହୀରାକୁଦ ନଦୀବନ୍ଧ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ  ଓ ଅସ୍ଥାୟୀ ନିର୍ମାଣ ନେଇ ଗତ ମେ’ ୧୬ରେ  ରାଜ୍ୟ ପର୍ଯ୍ୟଟନ ବିଭାଗ ଜଳସମ୍ପଦ ବିଭାଗକୁ  ଏନ୍‌ଓସି ପାଇଁ ଆବେଦନ କରିଥିଲା । ଜଳସମ୍ପଦ  ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ  ମତାମତ ଦେବାକୁ ବିଭାଗୀୟ ଚିଠି ହୋଇଛି ।  ଯାହାକି ଖୁବଶୀଘ୍ର କାମ ହେବାକୁ ଯାଉଥିବା  କୁହାଯାଉଛି । ସମ୍ବଲପୁର, ଝାରସୁଗୁଡ଼ା ଏବଂ  ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍‌  ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ  ଏସଏଏସ୍‌ସିଆଇ ଯୋଜନାରେ ବହୁ କୋଟି  ଟଙ୍କାର ପ୍ରକଳ୍ପ ତିଆରି ହେବ । ହୀରାକୁଦକୁ  ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ  ପରିଣତ କରାଯିବ ।  

ହୀରାକୁଦରେ ମିଳିବ ହିମାଚଳ ଦୁର୍ଗମ  ପାହାଡ଼ ଚିରି ବହିଯାଇଥିବା ନଦୀରେ ହେଉଥିବା  ଦୁଃସାହାସିକ ଜଳକ୍ରୀଡ଼ାର ଅନୁଭୂତି । ଗୋଆ, ଦୁବାଇ ଭଳି ସ୍କୁବା ଡାଇଭିଂ କରିବେ ପର୍ଯ୍ୟଟକ ।  ମନାଲି ପାହାଡ଼ ଭଳି ହୀରାକୁଦର ଜଳରାଶିରେ  ପାରାଗ୍ଲାଇଡିଂ ଓ ପାରାସେଲିଂର ବି ମଜାନେବେ ।  ରାଫଟିଂ, ଜେଟସ୍କି, ବମ୍ପର ରାଇଡ୍‌, ବାନାରା  ରାଇଡ୍‌, ବେଲୁନ୍‌ ରାଇଡ୍‌ ଭଳି କୌତୁହଳପୂର୍ଣ୍ଣ  ଜଳକ୍ରୀଡ଼ା ଉପଲବ୍ଧ ହେବ । ଏଥିପାଇଁ ସ୍ଥାୟୀ  ବୋଟିଂ ଜେଟି ଟର୍ମିନାଲ୍‌ ତିଆରି କରାଯିବ ।  ଏହାସହ ବଡ଼ ହୋଟେଲ୍‌, ପାର୍କିଂ, ମଲ୍‌, ଡ୍ୟାମ୍‌  ସଂଗ୍ରହାଳୟ, ଆକର୍ଷଣୀୟ ଚଲାପଥ ବି ତିଆରି  ହେବ ।   

ପୂର୍ବରୁ ଏଠାରେ ଗୋଆ, କେରଳ ଭଳି  ପର୍ଯ୍ୟଟକ ବୋଟ୍‌ ହାଉସ୍‌ ପାଇଁ ମଧ୍ୟ ଯୋଜନା  ହୋଇଛି । ଏଥିରେ ହୋଟେଲ୍‌ ଭଳି ସୁବିଧା ରହିବ। ଚକାଚକ୍‌ କୋଠରି ସହ ସୁସ୍ୱାଦୁ  ଖାଦ୍ୟ ଉପଲବ୍ଧ ହେବ । ପର୍ଯ୍ୟଟକ ହୀରାକୁଦ  ଜଳଭଣ୍ଡାରରେ ରାତିର ମଜା ଉଠାଇବେ ।  ଖୁବଶୀଘ୍ର ହୀରାକୁଦକୁ ଆସିବ ବୋଟ୍‌ ହାଉସ୍‌ ।  ଏବେ ହୀରାକୁଦର ୨ଟି ସ୍ଥାନରେ ୱାଟର୍‌ ସ୍ପୋର୍ଟସ୍‌  ରହିଛି । ସେଠାରେ କେବଳ ହାତଗଣତି କ୍ରୀଡ଼ା  ଉପଲବ୍ଧ ରହିଛି । ତେଣୁ ଆଗକୁ ପର୍ଯ୍ୟଟନକୁ  ଆକର୍ଷଣୀୟ ଓ କୌତୂହଳପୂର୍ଣ୍ଣ କ୍ରୀଡ଼ା ସୁବିଧା  ଦେବାକୁ ଲକ୍ଷ୍ୟ ରଖାଯାଇଛି ।  

କେବଳ ଜଳକ୍ରୀଡ଼ା ନୁହେଁ, ବନ୍ୟପ୍ରାଣୀ,  ଆର୍ଦ୍ରଭୂମି ଏବଂ ଜଳସମ୍ପଦରେ ପରିପୂର୍ଣ୍ଣ  ସମ୍ବଲପୁର ପାଇଁ ପ୍ରସ୍ତୁତ ହେଉଥିବା  ‘ମାଷ୍ଟରପ୍ଲାନ୍‌’ ପର୍ଯ୍ୟଟକ ପାଇଁ ଭୂସ୍ୱର୍ଗ ପାଲଟିବ । ହୀରାକୁଦ ଗାଥାକୁ ନେଇ ମ୍ୟୁଜିୟମ ତିଆରି  ହେବ । ହୀରାକୁଦ ନଦୀବନ୍ଧ ତିଆରି କାହାଣୀକୁ  ନେଇ ଲେଜର୍‌ ସୋ ହେବ । ଯାହାକି ଦେଶ, ବିଦେଶରୁ ଆସୁଥିବା ପର୍ଯ୍ୟଟକ ହୀରାକୁଦ ଉପରେ ଅଧିକ ଜାଣିପାରିବେ । ସେହିଭଳି ହୀରାକୁଦରେ ବୀର ସୁରେନ୍ଦ୍ର ସାଏଙ୍କ ବିଶାଳ  ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି । ଷ୍ଟାଚ୍ୟୁ ଅଫ୍‌  ୟୁନିଟି ଶୈଳୀରେ ଏହା ନିର୍ମାଣ ହେବ । ଏନେଇ କେତେକ ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ନେଇ ନୋ  ଅବଜେକନ୍‌ ସାର୍ଟିଫିକେଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ  କରିଛି ଜଳସମ୍ପଦ ବିଭାଗ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.