ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୧୭୫ ବର୍ଷ ପୂର୍ବେ ସନଣ୍ଡେକୁ ହଲିଡେ ଘୋଷଣା ହୋଇଥିଲା, ଜାଣନ୍ତୁ ଇତିହାସ

Published By : Ankita S | December 10, 2024 2:58 PM

ନୂଆଦିଲ୍ଲୀ,୧୦/୧୨: ସନଣ୍ଡେକୁ ସମସ୍ତେ ଚାତକ ପରି ଚାହିଁଥାନ୍ତି । ବିଶେଷ କରି ଚାକିରିଆଙ୍କୁ ଏହି ଦିନର ଅଧିକ ଅପେକ୍ଷା ଥାଏ । କେଉଁଦିନ ସନଣ୍ଡେ ଆସିବ ଆଉ ଟିକେ ଛୁଟି ମିଳିବ ସେହି ଅପେକ୍ଷାରେ ରହିଥାନ୍ତି । କାରଣ ସନଣ୍ଡେ ବା ରବିବାର ଏକ ସପ୍ତାହିକ ଛୁଟି ଦିନ । ରବିବାର ଆସିବା କ୍ଷଣି ଆମେ କହିଥାଉ ଶେଷରେ ଦିନଟି ଆସିଲା । କେବେ ଆପଣ ଭାବିଛନ୍ତି ସନଣ୍ଡେକୁ ଛୁଟିଦିନ କରାଯିବା ପଛରେ କଣ ଇତିହାସ ରହିଛି । ଏହା କେବେ ଆରମ୍ଭ ହୋଇଥିଲା । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଅନ୍ତର୍ଜାତୀୟ ମାନକୀକରଣ ସଂସ୍ଥା (ISO) ଅନୁସାରେ ରବିବାରକୁ ସପ୍ତାହର ଶେଷ ଦିନ ଧରା ଯାଇଥିଲା ଏବଂ ଦିନ କମନ ଛୁଟି ରହିଥାଏ । ୧୭୫ ବର୍ଷ ପୂର୍ବେ ୧୯୮୬ରେ ରବିବାରକୁ ଛୁଟି ଦିନ ଭାବେ ମାନ୍ୟତା ମିଳିଥିଲା । ଏହା ପଛରେ ବ୍ରିଟିଶଙ୍କ ହାତ ଥିବା କୁହାଯାଏ । ୧୮୪୩ରେ ବ୍ରିଟିଶ ଗଭର୍ଣ୍ଣର ଜେନରାଲ ପ୍ରଥମେ ଏହି ଆଦେଶକୁ ପାରିତ କରିଥିଲେ । ବ୍ରିଟେନରେ ପ୍ରଥମେ ସ୍କୁଲ ପିଲାଙ୍କୁ ରବିବାର ଛୁଟି ଦେବା ନେଇ ପ୍ରସ୍ତାବ ଦିଆଯାଇଥିଲା । ପିଲା ଘରେ ରହି କିଛି କ୍ରିଏଟିଭିଟି କରନ୍ତୁ ବୋଲି ଲକ୍ଷ୍ୟ ରହିଥିଲା ।

ଭାରତରେ ରବିବାରର କାହାଣୀ-  ୧୮୯୦ ଜୁନ ୧୦ ରେ ୭ ବର୍ଷର ସଂଘର୍ଷ ପରେ ବ୍ରିଟିଶ ସରକାରଙ୍କ ଦ୍ବାରା ରବିବାରକୁ ଛୁଟିଦିନ ଘୋଷଣା କରାଯାଇଥିଲା । ଏ ନେଇ ଆଜି ଯାଏଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ବ୍ରିଟିଶ ଶାସନ ସମୟରେ ଭାରତରେ ସପ୍ତାହକ ସାତ ଦିନ ଶ୍ରମିକମାନେ କାମ କରୁଥିଲେ । ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ୧୮୫୭ରେ ଶ୍ରମିକ ନେତା ମେଘାଜୀ ଲୋଖଣ୍ଡେ ଶ୍ରମିକଙ୍କ ହକ ପାଇଁ ଲଢେଇ ଆରମ୍ଭ କରିଥିଲେ । ଶ୍ରମିକଙ୍କ ବିଶ୍ରାମ ନେବାକୁ ସପ୍ତାହକୁ ଗୋଟିଏ ଦିନ ଛୁଟି ରହିବା ଦରକାର । ଏହାପରେ ୧୮୯୦ରେ ମେଘାଜୀ ଲୋଖଣ୍ଡେଙ୍କ ପ୍ରୟାସ ସଫଳ ହୋଇଥିଲା । ରବିବାରକୁ ସମସ୍ତଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିଲା ।

ଧାର୍ମିକ କାରଣ- ରବିବାରକୁ ଛୁଟି ଦିନ କରିବା ପଛରେ ଧାର୍ମିକ କାରଣ ରହିଛି । ହିନ୍ଦୁ ଧର୍ମ ଅନୁସାରେ ସପ୍ତାହର ଆରମ୍ଭ ସୂର୍ଯ୍ୟଙ୍କ ଦିନ ରବିବାରକୁ ବିବେଚନା କରାଯାଏ । ଇଂରେଜ ମାନେ ବିଶ୍ବାସ କରନ୍ତି  କି ଭଗବାନ କେବଳ ୬ଟି ଦିନ ବନାଇଥିଲେ ତେଣୁ ସପ୍ତମ ଦିନଟି ବିଶ୍ରାମ ନେବା ପାଇଁ ଉଦ୍ଧିଷ୍ଟ ।

ଏଇଠି ହୁଏନି ସନଣ୍ଡେ ଛୁଟି- ବିଶେଷ କରି ମୁସଲିମ ଦେଶ ଗୁଡିକରେ ଶୁକ୍ରବାରକୁ ପାର୍ବଣ ଦିନ ଭାବେ ବିଚାର କରାଯାଏ ।  ତେଣୁ ସେଠାରେ ରବିବାର ସ୍ଥାନରେ ଶୁକ୍ରବାରକୁ ସାପ୍ତାହିକ ଛୁଟି ହୋଇଥାଏ । ଅଧିକାଂଶ ଦେଶରେ ରବିବାରକୁ ଅବକାଶ ଦିବସ ଭାବେ ପାଳନ କରାଯାଏ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.