ଲେବାନନ – ଇସ୍ରାଏଲୀୟ ସେନା ଲେବାନନ ଓ ଗାଜାରେ ହିଜବୁଲ୍ଲା  ଓ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି। କିଛି ଦିନ ପୂର୍ବେ ଇସ୍ରାଏଲୀୟ ସେନା ଲେବାନନରେ ଏକା ବେଳେ  ୧୬୦୦ ଠିକଣା ଉପରେ ହମଲା କରିଥିଲା ଏବଂ ହିଜବୁଲ୍ଲାକୁ ଜୋରଦାର ଆଘାତ ଦେଇଥିଲା। ଏବେ ଇସ୍ରାଏଲୀୟ ସେନା ଲେବାନନକୁ ପୁଣି ଦୋହଲାଇଛି। ତାର ସେନା ଏକ ବୟାନରେ କହିଛି ଯେ , ସୋମବାର ଆଇଏଏଫ୍‌ ହିଜବୁଲ୍ଲାର ୧୨୦ ଠିକଣାକୁ ଧ୍ୱଂସ କରି ଦେଇଛି।

ଇସ୍ରାଏଲୀୟ ସେନା କହିଛି କି, ସେ ସୋମବାର ଏକ ବଡ଼ ଧରଣର ହମଲା ଅନୁସାରେ , ୬୦ ମିନିଟ୍‌ର ଅବଧି ଭିତରେ ଦକ୍ଷିଣୀ ଲେବାନନରେ ୧୨୦ରୁ ଅଧିକ ହିଜବୁଲ୍ଲା ଠିକଣାକୁ ହମଲା କରିଛି ଏବଂ ସେଗୁଡ଼ିକୁ ଛାରଖାର କରି ଦେଇଛି। ସେନା ଏକ ବୟାନରେ କହିଛି , ଆଇଏଏଫ୍‌ (ବାୟୁସେନା) ଏକ ବ୍ୟାପକ ଏୟାର ଅଭିଯାନ ଚଲାଇଛି  ଏବଂ ଘଣ୍ଟାଏ ଭିତରେ ଦକ୍ଷିଣୀ ଲେବାନନର ୧୨୦ ରୁ ଅଧିକ ଆତଙ୍କୀ ଠିକଣାକୁ ହମଲା କରିଛି।

ଇରାନ ସୋମବାର ଇସ୍ରାଏଲ ଉପରେ ହମାସର ୭ ଅକ୍ଟୋବରର ହମଲାକୁ ଫିଲିସ୍ତିନୀଙ୍କ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମୋଡ କହିଛି। ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନେଇ ସୋସିଆଲ ମିଡ଼ିଆରେ ଲେଖିଛନ୍ତି – ଅଲ-ଅକ୍ସା  ଅପରେସନ ଜାୟୋନି ଶାସନକୁ ୭୦ ବର୍ଷ ପଛକୁ ନେଇ ଯାଇଛି। 

କହି ରଖୁଛୁ କି , ଗତ ବର୍ଷ ୭ ଅକ୍ଟୋବରରେ ହମାସ ଦକ୍ଷିଣ ଇସ୍ରାଏଲ ଉପରେ ୨୦ ମିନିଟ୍‌ରେ ୫୦୦୦ରୁ ଅଧିକ ମିସାଇଲ ମାଡ଼ କରିଥିଲା ଏବଂ ୧୨୦୦ ଲୋକଙ୍କୁ ମାରିଦେଇ ଥିଲା । ଏହାପରେ ସୀମାରେ ଅନୁପ୍ରବେଶ କରି ଖୁବ୍‌ ରକ୍ତପାତ କରିଥିଲା । ୨୫୦ରୁ ଅଧିକ ଲୋକଙ୍କ ବନ୍ଧକ କରିଥିଲା। ଶହ ଶହ ଲୋକଙ୍କ ମାରି ଦେଇଥିଲା।