ବୌଦ୍ଧ, ୬/୧୨ : ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା ଓ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଆଇସିଟିସି ଓ ଡିଏସଆରସି ମିଳିତ ଆନୁକୂଲ୍ୟରେ ଏଚଆଇଭି ଏଡସ୍ ସଚେତନତା କାର୍ଯ୍ୟକ୍ରମ। ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀର ନରସିଂହପୁରଠାରେ ବୌଦ୍ଧ ଜିଲ୍ଲା ଆଇସିଟିସି, ଡିଏସଆରସି ଓ ଓସାକ୍ସ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଓ ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧକାରୀ ନବ କିଶୋର ଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଆଇସିଟିସି ପରାମର୍ଶଦାତା ବନୋଜ କୁମାର ପ୍ରଧାନ ଓ ଗୀତାଞ୍ଜଳି ସାହୁ ଯୋଗଦେଇ ଯୁକ୍ତ ଦୁଇ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୌନ ରୋଗ, ଏଚଆଇଭି ଏଡସର ଭୟାବହତା, ଲକ୍ଷଣ ଓ ତା'ର ନିରାକାରଣ ଏବଂ ସମାଜରେ ଥିବା ଭେଦଭାବ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯୌନ ଓ ପ୍ରଜନନ ପରାମର୍ଶଦାତା ପ୍ରମୋଦ କୁମାର ମହାରଣା, ଜୀବନରେ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ଓ ତା'ର ମୁଲ୍ୟବୋଧ ବିଷୟରେ ଅଲୋକପାତ କରିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ରମାକାନ୍ତ ନାଗ, ଶର୍ମି ଗୋଧୂଳିକା, ସ୍ଵାଗତିକା ମହାକୁଡ଼, ପ୍ରଭାତୀ ତ୍ରିପାଠୀ, ରାଜେନ୍ଦ୍ର ରଣା, ଶୋଭନ ପଣ୍ଡା, ସଚ୍ଚିନ୍ଦ୍ର କଂହର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।