ନୂଆଦିଲ୍ଲୀ,୧୧/୦୧:  କରୋନା ଭୂତାଣୁ ଭଳି ଏଚ୍‌ଏମ୍‌ପିଭି ଭାଇରସ ଆତଙ୍କ। ଏହା ଭିତରେ ଆସାମରୁ ସାମ୍ନାକୁ ଆସିଲା ନୂଆ କେସ୍। ଲକ୍ଷ୍ମୀପୁର ଅଞ୍ଚଳର ୧୦ ମାସର ଶିଶୁ ଏଚ୍‌ଏମ୍‌ପିଭି ଭାଇରସ ସଂକ୍ରମିତ ହୋଇଛନ୍ତି। ଶିଶୁଟିର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସ ଜାରି ରହିଛି ।ଡାକ୍ତରମାନେ କହିଛନ୍ତି ଯେ ପିଲାଟିର ଅବସ୍ଥା ସ୍ଥିର ଅଛି ଏବେ ଚିନ୍ତା କରିବାର କିଛି ନାହିଁ।

ଆସାମାରେ ଏହି ମାମଲାକୁ  ମିଶାଇ ଏ ପର୍ଯ୍ୟନ୍ତ  ଦେଶରେ ୧୫ ଜଣ ଆକ୍ରାନ୍ତ ହେଲେଣି । ଗୁଜରାଟରୁ ସର୍ବାଧିକ ୪ଟି ମାମଲା ରହିଛି । ଶୁକ୍ରବାର ରାଜସ୍ଥାନ ଓ ଗୁଜରାଟରେ  ଗୋଟିଏ ଲେଖାଏଁ ଏଚ୍‌ଏମ୍‌ପିଭି ମାମଲା  ସାମ୍ନାକୁ ଆସିଥିଲା । ରାଜସ୍ଥାନର ବାରାଁରେ  ଏକ ୬ ମାସର ଶିଶୁ ସଂକ୍ରମିତ ହୋଇଥିବା  ବେଳେ ଗୁଜରାଟର ଅହମ୍ମଦାବାଦରେ ୯ ମାସର ପିଲା ପଜିଟିଭ ଚିହ୍ନଟ ହୋଇଛି ।  ଏହା ପୂର୍ବରୁ ଗୁରୁବାର ୩ଟି ମାମଲା ଚିହ୍ନଟ  ହୋଇଥିଲା । ଲକ୍ଷ୍ନୌରେ ୬୦ ବର୍ଷୀୟା  ମହିଳା, ଅହମ୍ମଦାବାଦରେ ୮୦ ବର୍ଷୀୟ  ବୃଦ୍ଧ ଏବଂ ହିମ୍ମତନଗରରେ ୭ ବର୍ଷୀୟ  ନାବାଳକ ଆକ୍ରାନ୍ତ ହୋଇଥିଲେ । ତିନି  ଜଣଙ୍କ ଚିକିତ୍ସା ଜାରି ରହିଛି ।