ଭୁବନେଶ୍ୱର ୧୫/୧୧: ଆଜିକାଲି ଦୁନିଆରେ ସ୍ମାର୍ଟଫୋନ୍ ଜୀବନର ଅବିଚ୍ଛେଦ ଅଙ୍ଗ ହେଇପଡିଲାଣି । ସକାଳେ ଆଖି ଖୋଲିବାଠାରୁ ରାତିରେ ଶୋଇବା ଯାଏ ମୋବାଇଲ୍ରେ ବିଭିନ୍ନ ଜିନିଷ ନିରୀକ୍ଷଣ କରିବା ଖୁବ୍ ସାଧାରଣ କଥା । ଏହି ରୁଟିନ୍ ଲାଇଫ୍ କେବଳ କର୍ମଜୀବୀଙ୍କ କ୍ଷେତ୍ରରେ ହୋଇ ନଥାଏ, ବରଂ ପିଲା ଓ ବୁଢା ସମସ୍ତଙ୍କଠାରେ ଏହି ମୋବାଇଲ୍ ପ୍ରେମ ଦେଖିବାକୁ ମିଳିଥାଏ । ଏହି ଅଭ୍ୟାସକୁ ଡ୍ରୁମ୍ ସ୍କ୍ରୋଲିଂ କୁହାଯାଏ । ଯେଉଁଥିରେ ଲୋକମାନେ ନିୟମିତ ଭାବେ ନକାରାତ୍ମକ ଖବର, ସୋସିଆଲ୍ ମିଡିଆ ଓ ନୋଟିଫିକେସନ୍‌ରେ ବୁଡି ରହିଥାନ୍ତି । ସାରାଦିନ ମୋବାଇଲ୍ ବ୍ୟବହାର ଯୋଗୁ ଏହାର ଧରିବା ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ପୋଶ୍ଚର ଓ ମୁଡ୍‌ର ସଂଯୋଗ:

ଡାକ୍ତରଙ୍କ ଅନୁସାରେ, ଶରୀରର ସ୍ଥିତି ଓ ଗତିଶୀଳତା ଆମର ବିଚାରଧାରା ଓ ଭାବନା ଉପରେ ପ୍ରଭାବ ପକାଇଥାଏ । ଯେଉଁ ଲୋକମାନେ ମୋବାଇଲ୍ ବ୍ୟବହାର ବେଳେ କାନ୍ଧକୁ ନୁଆଁଇ ବସିଥାନ୍ତି, ମୁଣ୍ଡକୁ ତଳକୁ କରି ଆଖିକୁ ଫୋନ ଉପରେ ରଖିଥାନ୍ତି । ଏହି ସ୍ଥିତିରେ ମସ୍ତିଷ୍କ ଥକ୍କାପଣ, ଉଦାସୀନତା ଓ ଚିନ୍ତାକୁ ସିଗ୍ନାଲ୍ ପଠାଇଥାଏ । ଏହାର ଓଲଟା ଯେଉଁ ଲୋକ ସିଧା ବସିବା, କାନ୍ଦକୁ ମୁକ୍ତ ଛାଡିଥାନ୍ତି ଓ ଛାତିକୁ ଉପରକୁ ରଖି ମୋବାଇଲ୍ ବ୍ୟବହାର କରୁଥାନ୍ତି । ସେମାନଙ୍କଠାରେ ଅଧିକ ଆତ୍ମବିଶ୍ୱାସ, ଶକ୍ତି ଓ ଖୁସି ଦେଖିବାକୁ ମିଳିଥାଏ । ସେମିତି ଦେଖିବାକୁ ଗଲେ ଏହାର ସିଧାସଳଖ କୌଣସି ପ୍ରଭାବ ନଥାଏ । କିନ୍ତୁ ସମସ୍ୟାକୁ ବଢାଇ ଦେଇଥାଏ । କାରଣ ଏକଲାପଣ ପୋଶ୍ଚରରୁ ଆଙ୍ଗ୍‌ଜାଇଟି ବା ଅବସାଦ ଆସି ନଥାଏ । କିନ୍ତୁ ଏହା ମହଜୁଦ୍ ମାନସିକ ଶକ୍ତିକୁ ଖରାପ କରିଦେଇଥାଏ ।

ଭୁଲ୍ ପୋଶ୍ଚର ଶରୀର ଉପରେ କେମିତି ପ୍ରଭାବ ପକାଏ?

ନିଶ୍ୱାସପ୍ରଶ୍ୱାସ ପ୍ରଣାଳୀ ଉପରେ ପ୍ରଭାବ: ଶରୀର ନଇଁବା ଦ୍ୱାରା ଫୁସଫୁସ୍ ଠିକ୍ ଭାବେ ସଂପ୍ରସାରିତ ହୋଇପାରେନା, ତେଣୁ ଶରୀରରେ ଅମ୍ଲଜାନର ମାତ୍ରା କମିଯାଇଥାଏ । ଫଳରେ ଥକ୍କାପଣ ଓ ଷ୍ଟ୍ରେସ୍ ବଢିଥାଏ ।

ରକ୍ତପ୍ରବାହର ମାତ୍ରା କମିଥାଏ: ରକ୍ତ ପ୍ରବାହ କମିବା ଦ୍ୱାରା ଶରୀର ଓ ମସ୍ତିଷ୍କ ଉଭୟ ଅଳସୁଆ ଅନୁଭବ କରିଥାନ୍ତି ।

ହର୍ମୋନାଲ୍ ପରିବର୍ତ୍ତନ: ଲଗାତାର ନଇଁ ରହିବା ଦ୍ୱାରା ଷ୍ଟ୍ରେସ୍ ହର୍ମୋନ୍ କର୍ଟିସୋଲ୍ ବଢିଥାଏ । ଫଳରେ ଆଙ୍ଗଜାଇଟି ଓ ଚିଡଚିଡାପଣ ବଢିଥାଏ । ଯେଉଁ ଲୋକମାନେ ମୋବାଇଲ୍ ବ୍ୟବହାର ବେଳେ କାନ୍ଧକୁ ନୁଆଁଇ ବସିଥାନ୍ତି, ମୁଣ୍ଡକୁ ତଳକୁ କରି ଆଖିକୁ ଫୋନ ଉପରେ ରଖିଥାନ୍ତି । ଏହି ସ୍ଥିତିରେ ମସ୍ତିଷ୍କ ଥକ୍କାପଣ, ଉଦାସୀନତା ଓ ଚିନ୍ତାକୁ ସିଗ୍ନାଲ୍ ପଠାଇଥାଏ ।