ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହୋଲିରେ ୬୦ ହଜାର କୋଟିର କାରବାର ଆଶା, ବଢ଼ିଲା ହର୍ବାଲ ରଙ୍ଗ ଏବଂ ଅବିରର ଚାହିଦା

Published By : Prameya | March 10, 2025 9:17 AM

ନୂଆଦିଲ୍ଲୀ,୧୦/୩: ହୋଲିକୁ ଏବେ  ୫ ଦିନ ବାକି ରହିଛି । ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଏବେ ହୋଲିକୁ ନେଇ ପ୍ରବଳ ଉତ୍ସାହ ।  ହୋଲି ରଙ୍ଗ, ପିଚକାରୀ ଏବଂ ସ୍ୱାଦିଷ୍ଟ ମିଠାକୁ  ନେଇ ଏବେ ବଜାର ପ୍ରସ୍ତୁତ । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ହୋଲି କାର୍ଯ୍ୟକ୍ରମ । ଲୋକେ ହୋଲି ଗୀତରେ ଜମେଇକି ନାଚୁଛନ୍ତି । ହୋଲିର ଏହି ମାହୋଲ ବଜାର ଉପରେ ସିଧାସଳଖ  ଦେଖାଯାଇଛି । ଚଳିତ ବର୍ଷ ହୋଲିରେ ସାରା ଦେଶରେ ୬୦ ହଜାର କୋଟି ଟଙ୍କାର କାରବାର  ହେବା ନେଇ ଆକଳନ କରିଛି ସର୍ବଭାରତୀୟ  ବ୍ୟବସାୟୀ ମହାସଂଘ (ସିଏଆଇଟି) ।

ସିଏଆଇଟିର ରାଷ୍ଟ୍ରୀୟ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ହୋଲିକୁ ନେଇ ଏଥର ବଜାର ବେଶ ଉତ୍ସାହିତ ରହିଛି । ଚୀନରେ ପ୍ରସ୍ତୁତ ହୋଲି ରଙ୍ଗ ଏବଂ ଅବିରକୁ ଲୋକେ ଏବଂ  ବ୍ୟବସାୟୀ ମାନେ ବର୍ଜନ କରିଛନ୍ତି । ଦେଶରେ  ପ୍ରସ୍ତୁତ ହର୍ବାଲ ରଙ୍ଗ ଏବଂ ଅବିର ସହ ପିଚକାରୀ,  ବେଲୁନ, ଚନ୍ଦନ, ପୂଜା ସାମଗ୍ରୀ ପରିଧାନ ସହ  ଅନ୍ୟ ସାମଗ୍ରୀ କିଣୁଛନ୍ତି । ଏହା ଦ୍ୱାରା ଭାରତୀୟ  ସାମଗ୍ରୀର ବିକ୍ରି ବଢ଼ିବା ସହ ବ୍ୟବସାୟୀଙ୍କୁ ବେଶ  ଭଲ ଲାଭ ମିଳୁଛି । 

ଏବେ ବଜାରରେ ହର୍ବାଲ ରଙ୍ଗର ଟ୍ରେଣ୍ଡ୍‌  ରହିଛି । ଲୋକେ ଭାରତୀୟ କମ୍ପାନିଗୁଡ଼ିକର  ଉତ୍ପାଦକୁ ବେଶ ପ୍ରାଥମିକତା ପ୍ରଦାନ କରୁଛନ୍ତି ।  ରଙ୍ଗ, ପିଚକାରୀ, ଅବିର, ବେଲୁନ, ମିଠା ସହ  ହୋଲି ଲାଗି ସ୍ୱତନ୍ତ୍ର ପୋଷାକ ଚାହିଦା ବଢ଼ିଛି ।  ଏବେ ବଜାରରେ ଭିଡ ଆଗାମୀ ଦିନରେ ନବରାତ୍ରୀ  ଯାଏ ରହିବ ବୋଲି ଆକଳନ କରାଯାଇଛି । ସିଏଆଇଟି ମୁତାବକ, ଏ ବର୍ଷ ବେପାର  ୬୦ ହଜାର କୋଟି ଟଙ୍କା ଟପିବାରେ ଢ଼େର  ସମ୍ଭାବନା ରହିଛି । ଯାହା ଗତ ବର୍ଷ ତୁଳନାରେ  ୨୦% ଅଧିକ । ଗତ ବର୍ଷ ବଜାର ପ୍ରଭାବିତ ରହିବା  ଯୋଗୁ ହୋଲିରେ ୫୦ ହଜାର କୋଟିର କାରବାର  ହୋଇଥିଲା । ଚଳିତ ବର୍ଷ ଦିଲ୍ଲୀରେ କେବଳ ୮  ହଜାର କୋଟିର କାରବାର ହେବା ନେଇ ଆକଳନ  କରାଯାଇଛି ।  

ଚଳିତ ବର୍ଷ ବଜାରରେ ଉଭୟ ପରମ୍ପରା  ଏବଂ ଅଭିନବ ଉତ୍ପାଦ ଗୁଡ଼ିକ ଟ୍ରେଣ୍ଡ କରୁଛି ।  ଏଥିରେ ପରିବେଶ ଉପଯୋଗୀ, ଡିଜିଟାଲ  ଏବଂ ପରିକ୍ଷାମୂଳକ ସେଲିବ୍ରେଶନକୁ ଲୋକେ  ପ୍ରାଥମିକତା ଦେଉଛନ୍ତି । ହୋଲି ଯେଭଳି ସୁରକ୍ଷିତ ଏବଂ ଆନନ୍ଦଦାୟକ ହେବ ତାକୁ ନଜରରେ ରଖାଯାଇଛି । ଗ୍ରାହକଙ୍କ ଚାହିଦା ଆଧାରରେ ମଧ୍ୟ  ବଜାର ପ୍ରସ୍ତୁତ ହୋଇଛି ।  

ପରିବେଶ ଏବଂ ଶରୀରକୁ ନଜରରେ ରଖି  ଇକୋଫ୍ରେଣ୍ଡଲି ହୋଲିକୁ ଲୋକେ ଆପଣାଉଛନ୍ତି ।  ଏଥିରେ ଅର୍ଗାନିକ, ହର୍ବାଲ, ସହଜରେ ମାଟିରେ  ମିଶିଯାଉଥିବା ରଙ୍ଗର ଚାହିଦା ବଢ଼ିଛି । ବ୍ରାଣ୍ଡ୍‌  ଗୁଡ଼ିକ ପ୍ରାକୃତିକ ରଙ୍ଗକୁ ପ୍ରୋତ୍ସାହିତ କରୁଛନ୍ତି ।  ସେହିଭଳି ବେଶି ଜଳ ଯେଭଳି ଅପଚୟ ନ  ହେବ ତାକୁ ନଜରରେ ରଖି ଡ୍ରାଏ ହୋଲିକୁ ମଧ୍ୟ  ଗୁରୁତ୍ୱ ମିଳୁଛି । 

ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକରେ ସ୍ୱତନ୍ତ୍ର ହୋଲି  ରିହାତି, କମ୍ବୋ ଡିଲ୍‌, ଏକ୍ସପ୍ରେସ ଡେଲିଭରି ବିକଳ୍ପ  ମିଳୁଛି । ଭର୍ଚୁଆଲ ହୋଲି ପାର୍ଟିରେ ଅନଲାଇନରେ  ସେଲିବ୍ରେଶନ, ମ୍ୟୁଜିକ ପ୍ଲେ ଲିଷ୍ଟ ଏବଂ ଡିଜିଟାଲ  ହୋଲି ଥିମ୍‌ ବିଶିଷ୍ଟ ଫିଲ୍‌ଟର ବନ୍ଧୁ ପରିଜନଙ୍କ ସହ  ଯୋଡି ହେବାକୁ ବ୍ୟବହାର ହେଉଛି ।  

ଲୋକେ ହୋଲି କାର୍ଣ୍ଣିଭାଲ, ମ୍ୟୁଜିକ  ଫେଷ୍ଟିଭାଲ, ରିସର୍ଟ ଭିତ୍ତିକ ସେଲିବ୍ରେଶନ  କରୁଛନ୍ତି । ବୃନ୍ଦାବନ, ମଥୁରା ଏବଂ ଜୟପୁର ଭଳି  ସ୍ଥାନଗୁଡ଼ିକରେ ଏବେ ପର୍ଯ୍ୟଟକ ବଢ଼ିଛନ୍ତି ।ଖାଦ୍ୟ  ଏବଂ ପାନୀୟ ଶିଳ୍ପରେ ମଧ୍ୟ ହୋଲିକୁ ନେଇ ଉତ୍ସାହ  ଦେଖାଯାଇଛି । ରେଷ୍ଟୁରାଣ୍ଟ ଗୁଡ଼ିକରେ ହୋଲି  ସ୍ପେଶାଲ ମେନୁ ପ୍ରସ୍ତୁତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.