ଭୁବନେଶ୍ଵର, ୧୪/୦୧ : ଗୃହ ବିଭାଗରେ ପଦବୀ ଖାଲି। ତଥ୍ୟ ଦେବାକୁ ବାବୁ କୁନ୍ଥକୁନ୍ଥ। ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଡ଼ିଥିବା ସରକାରୀ ପଦବୀର ତଥ୍ୟ ଦେଉ ନାହାଁନ୍ତି ସରକାରୀ ଅଧିକାରୀ। ଫାଙ୍କା ପଡ଼ିଥିବା ପୋଷ୍ଟର ତଥ୍ୟ ଦେବାକୁ ଗୃହ ବିଭାଗର ଚିଠି। ପୁଲିସ ଡିଜି, ଅଗ୍ନିଶମ ଡିଜି, ଜେଲ ଡିଜିଙ୍କ ସହ ହାଇକୋର୍ଟ ରେଜିଷ୍ଟର ଓ ଜୁଡିସିଆଲ ଏକାଡେମୀକୁ ଏନେଇ ଚିଠି କରାଯାଇଛି। ୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ ଅନୁସାରେ, ଅନେକ ଦିନ ଧରି ଗୃହ ବିଭାଗରେ ପଦବୀ ଖାଲି ଥିବା ସୂଚନା ମିଳୁଥିଲା । ପୁଲିସଠୁ ଆରମ୍ଭ କରି ଅଗ୍ନିଶମ ବିଭାଗ ଯାଏଁ ଅନେକ ପଦବୀ ଖାଲି ପଡିଛି । ଖାଲି ଥିବା ପଦବୀର ତଥ୍ୟ ଦେବାକୁ ବାରମ୍ବାର କୁହାଯାଉଛି । ବାବୁ ମାନଙ୍କୁ ମଧ୍ୟ ନୋଟିସ କରାଯାଇଛି । ତଥାପି ସ୍ପଷ୍ଟ ସୂଚନା ମିଳିନାହିଁ । ଜାଣିଶୁଣି ହେଉ ବା ହେଳାରେ ହେଉ ବାବୁମାନେ ତଥ୍ୟ ଲୁଚାଉଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା