ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଣିପୁର ହିଂସାକୁ ନେଇ ସୁରକ୍ଷା ଅଧିକାରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ନିୟୋଜିତ ହେବେ ଆଉ ୫୦ କମ୍ପାନୀ ପାରାମିଲିଟାରୀ ଫୋର୍ସ...

Published By : Ladu Kishor | November 18, 2024 6:33 PM

ନୂଆଦିଲ୍ଲୀ: ମଣିପୁରରେ ଜାରି ରହିଥିବା ଅଣାୟତ୍ତ ପରିସ୍ଥିତିକୁ ନେଇ ଆଜି (ସୋମବାର) ରାଜଧାନୀ ଦିଲ୍ଲୀରେ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ମଣିପୁରରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ନିୟୋଜନ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ।

ସୂଚନାନୁସାରେ, ମଣିପୁରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୫୦ ଅତିରିକ୍ତ କମ୍ପାନୀ ନିୟୋଜିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ୫୦ଟି କମ୍ପାନୀରେ ସମୁଦାୟ ୫ ହଜାର ସୈନିକ ସାମିଲ ହେବେ । ଏହି ନିୟୋଜନ ହେବା ଦ୍ବାରା ମଣିପୁରରେ ସୁରକ୍ଷା ଦୃଢ ହେବ । ମଣିପୁରରେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ସଂଖ୍ୟା ୨୭ ହଜାରକୁ ବୃଦ୍ଧି ପାଇଛି । ଏହା ରାଜ୍ୟରେ ଶାନ୍ତି ଫେରାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ସମ୍ଭାବନା ରହିଛି।

ମଣିପୁରରେ ଶାନ୍ତି ଫେରାଇ ଆଣିବା ପ୍ରକ୍ରିୟାରେ ପ୍ରାଥମିକତା ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ପରିସ୍ଥିତି ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସେ ସମସ୍ତ ଏଜେନ୍ସିକୁ କହିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଣିପୁରର ୬ ଟି ପୋଲିସ ଷ୍ଟେସନ ଅଞ୍ଚଳରେ AFSPA ଲାଗୁ କରିଥିଲା।

ତେବେ ମଣିପୁରର ଏକ ରିଲିଫ କ୍ୟାମ୍ପରେ ନିଖୋଜ ମହିଳା ଓ ଶିଶୁଙ୍କ ମୃତଦେହ ମିଳିବା ପରେ ହିଂସା ବ୍ୟାପିଛି । ଏହି ହିଂସା ସମୟରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଜ୍ୱାଇଁଙ୍କ ସମେତ ୬ଜଣ ବିଧାୟକଙ୍କ ଘରେ ଭଙ୍ଗାରୁଜା ହୋଇଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.