ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଉଗ୍ରବାଦୀ ସଂଗଠନ HNLCକୁ ବ୍ୟାନ୍‌ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

Published By : Tapas Panda | November 14, 2024 4:29 PM

Image Courtesy: indiatvnews

ନୂଆଦିଲ୍ଲୀ: ମେଘାଳୟରେ ପରିଚାଳିତ ଏକ ଉଗ୍ରବାଦୀ ସଂଗଠନ ହାଇନ୍ବେଟ୍ରେପ୍‌ ନ୍ୟାସନାଲ୍‌ ଲିବରେସନ୍‌ କାଉନସିଲ୍‌ (ଏଚଏନଏଲସି) ଉପରେ ୫ ବର୍ଷ ଯାଏଁ ବ୍ୟାନ୍‌ ଲଗାଇଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏଚଏନଏଲସି ସମେତ ଏହା ସହ ଜଡ଼ିତ ସବୁ ଶାଖା ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ତତ୍କାଳ ପ୍ରଭାବରେ ନଭେମ୍ବର ୧୬ରୁ ଏଚଏନଏଲସି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । 

ଭାରତର ସାର୍ବଭୌମତ୍ବକୁ ପ୍ରଭାବିତ କରି ଏହି ସଂଗଠନ ଦାଦାବଟି ଆଦାୟ କରୁଥିବା ବେଳେ ଅନ୍ୟ ଉଗ୍ରବାଦୀ ସଂଗଠନ ସହ ସଂପର୍କ ରଖିଛି ବୋଲି ନଭେମ୍ବର ୧୩ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏଚଏନଏଲସି ବିରୋଧରେ ୪୮ଟି ଅପରାଧିକ ମାମଲା ରୁଜୁ ହେବା ପରେ ଏହି ଉଗ୍ରବାଦୀ ସଂଗଠନ ଉପରେ ୫ ବର୍ଷ ଯାଏଁ ପ୍ରତିବନ୍ଧକ ଲଗାଯାଇଛି । ନିକଟ ଅତୀତରେ ଏଚଏନଏଲସି ପକ୍ଷରୁ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । 




ଏହା ପୂର୍ବରୁ ମେଘାଳୟ ସରକାରଙ୍କ ପକ୍ଷରୁ ଏଚଏନଏଲସି ସଂଗଠନ ଉପରେ ବ୍ୟାନ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇଥିଲା । ଏହା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନ୍‌ ୧୯୬୭ ଅଧୀନରେ ଏଚଏନଏଲସି ଉପରେ ପ୍ରତିବନ୍ଧକ ଲଗାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.