ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜ୍ୟରେ ହୋମିଓପାଥିକ ପିଜି ପାଠ୍ୟକ୍ରମ ବିପର୍ଯ୍ୟସ୍ତ; ଅଧ୍ୟାପକ ନିଯୁକ୍ତି ଓ ପିଜି ସିଟ୍‌ ସଂଖ୍ୟା ବୃଦ୍ଧି ପାଇଁ ଦାବି

Published By : Anindita Ratha | May 4, 2025 3:01 PM

ନୂଆଦିଲ୍ଲୀ,୦୪/୦୫: ରାଜ୍ୟରେ  ବିପର୍ଯ୍ୟସ୍ତ ଅବସ୍ଥାରେ ହୋମିଓପାଥିକ  ପିଜି ପାଠ୍ୟକ୍ରମ । ଦୀର୍ଘ ବର୍ଷ ଧରି  ପିଜି ସିଟ୍‌ ବଢ଼ୁନଥିବା ଓ ଅଧ୍ୟାପକ  ନିଯୁକ୍ତି ହେଉନଥିବାରୁ ଛାତ୍ରଛାତ୍ରୀ ପିଜି  ପଢିପାରୁନାହାନ୍ତି । ପିଜି ପାସ୍‌ କରିଥିବା  ଛାତ୍ରଛାତ୍ରୀ ବେକାର ହୋଇବସିଛନ୍ତି ।  ଅନ୍ୟପକ୍ଷରେ ପିଜି ପଢ଼ାଇବା ପାଇଁ  କାମଚଳା ଭାବେ ଅବସରପ୍ରାପ୍ତ  ଅଧ୍ୟାପକଙ୍କୁ ଠିକାରେ ନିଯୁକ୍ତି ଦିଆଯାଉଛି ।  ରାଜ୍ୟରେ ଆୟୁର୍ବେଦିକ  ମହାବିଦ୍ୟାଳୟରେ ୩୩ଟି ପିଜି ସିଟ୍‌  ରହିଛି । ହେଲେ ହୋମିଓପାଥିକ ସ୍ନାତକ  ଶିକ୍ଷା ଓ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥାରେ  ଅବନତି ଦେଖାଦେଇଛି । କାରଣ  ଭୁବନେଶ୍ୱରରେ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ  ଭେଷଜ ମହାବିଦ୍ୟାଳୟରେ ମାତ୍ର ୪ଟି  ପିଜି ସିଟ୍‌ ଅଛି । 

ବ୍ରହ୍ମପୁର, ସମ୍ବଲପୁର ଓ  ରାଉରକେଲା ହୋମିଓପାଥିକ କଲେଜରେ  ପିଜି ସିଟ୍‌ ନାହିଁ । ଅଭିନ୍ନଚନ୍ଦ୍ରରେ ପୂର୍ବରୁ  ୫ଟି ବିଭାଗରେ ୧୪ଟି ସିଟ୍‌ରେ ପିଜି  ଥିଲା । ଏହା ୨୦୧୩ ମସିହା ପର୍ଯ୍ୟନ୍ତ ଚାଲୁ  ରହିଥିଲା । କାଳକ୍ରମେ ଏହା ବନ୍ଦ ହୋଇ  ଏବେ ଗୋଟିଏ ବିଭାଗ ମେଟେରିଆ  ମେଡିକାରେ ମାତ୍ର ୪ଟି ସିଟ୍‌ ରହିଛି ।  ଅଭିନ୍ନ ଚନ୍ଦ୍ର କଲେଜକୁ ରାଜ୍ୟ ସରକାର  ‘ସେଣ୍ଟର୍‌ ଫର୍‌ ଏକ୍ସଲେନ୍ସ’ ଘୋଷଣା  କରିଥିଲେ । ହେଲେ ଏବର କଲେଜ୍‌  ଅବସ୍ଥାକୁ ଦେଖିଲେ ରାଜ୍ୟ ସରକାର  ହୋମିଓପାଥିକ ଶିକ୍ଷାକୁ କେତେ ଗୁରୁତ୍ୱ  ଦେଉଛନ୍ତି ତାହା ସ୍ପଷ୍ଟ ବାରି ହୋଇପଡୁଛି ।  

ଏବେ ୪ଟି ହୋମିଓପାଥିକ  କଲେଜରେ ୩୦ଟି ପ୍ରଫେସର ପଦବି  ରହିଛି । ପ୍ରତି କଲେଜରୁ ୪ଜଣ ଲେଖାଏଁ  ଅଧ୍ୟାପକ ଅବସର ନେବା ପରେ ଅସ୍ଥାୟୀ  ଭାବେ ଶିକ୍ଷାଦାନ କରୁଛନ୍ତି । ବାକି ୧୪ଟି  ପଦବି ଫାଙ୍କା ପଡିଛି । ହେଲେ ପିଜି  ପାସ କରିଥିବା ପ୍ରାୟ ୪୦ ଜଣ ବେକାର  ହୋଇବସିଛନ୍ତି । ଏହାଛଡ଼ା ଓଡ଼ିଶା  ବାହାରୁ ପିଜି ପାସ କରିଥିବା ୧୧୦ ପିଜି  ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ନିଯୁକ୍ତି  ଅପେକ୍ଷାରେ ଥିବା ନିଖିଳ ଓଡ଼ିଶା ଆୟୁଷ  ଛାତ୍ର ସଂଗଠନ ଅଭିଯୋଗ କରିଛି ।  ତେଣୁ ହୋମିଓପାଥିକ ଶିକ୍ଷାର ମାନ ବୃଦ୍ଧି  ପାଇଁ ପିଜି ସିଟ୍‌ ବଢ଼ାଇବା ଏବଂ ଅଧ୍ୟାପକ  ନିଯୁକ୍ତି ଦେବାକୁ ସଂଗଠନ ଦାବି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.