ଆନନ୍ଦପୁର, ୨୬/୦୫ : ସାବିତ୍ରୀ ଓଷା ବେଳେ ବିନ୍ଧିଲା ମହୁମାଛି। ଦୁଇ ମହିଳା ଗୁରୁତର ୩ ଆହତ। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପୁରୁଣିଆ ଗ୍ରାମରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ଘସିପୁରା ଥାନା ପୁରୁଣିଆ ଗ୍ରାମରେ ସାବିତ୍ରୀ ଓଷା ଚାଲୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ୨ ମହିଳା ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।