ବୈଶିଙ୍ଗା, ୨୧।୩: ବୈଶିଙ୍ଗା ଥାନା ଅନ୍ତର୍ଗତ କଳମାସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପ୍ରିନ୍ସିପାଲ କାଦମ୍ବିନୀ ରାଉତ ହଷ୍ଟେଲ ୱାର୍ଡେନ ସନ୍ୟାସୀ ଦାସଙ୍କ ସହିତ ବାଇକରେ ଶୁକ୍ରବାର ରାତି ୯ଟା ୩୦ ସମୟରେ କଳମା ଛକରେ ଡା. ବିଜୟ କୁମାର ରାଉତଙ୍କ କ୍ଲିନିକକୁ ଯାଉଥିବା ସମୟରେ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ବାଇକ୍ ମୋବାଇଲ୍ ଛଡ଼ାଇ ନେଇଥିଲେ । ଆକ୍ରମଣର ଶିକାର ହୋଇ ୪୦ ବର୍ଷୀୟ ସନ୍ୟାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରିନ୍ସିପାଲ କାଦମ୍ବିନୀ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଖବର ମିଳିଛି । ପୁଲିସ ପହଞ୍ଚି ତଦନ୍ତ କରୁଛି ।