ନମୌଜା,୧୧(ଆପ୍ର): ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ପଞ୍ଚାୟତ ବଳଦେବଜୀଉ ପାଟଣା ଗ୍ରାମରେ ଅଗ୍ନିକାଣ୍ଡ। ଗ୍ରାମବର  ବିଜୟ ସିଂଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଗ୍ରାମରେ ଆଧ୍ୟାତ୍ମିକ ସପ୍ତାହ କାର୍ଯ୍ୟରେ ଗ୍ରାମବାସୀ ବ୍ୟସ୍ତଥିଲେ।  ହଠାତ ବିଜୟଙ୍କ ଘରେ ନିଆଁ ଲାଗିଥିଲା। ନିଆଁକୁ  ଗ୍ରାମବାସୀ ଆୟତ୍ତ କରିବା କୁ ଚେଷ୍ଟା କରିବା ସହ ଆଳି ଦମକଳ ବାହୀନୀଙ୍କୁ ଖବର ଦେଇଥିଲେ l ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ବେଳକୁ ଘରେ ଥିବା ସମସ୍ତ ଆସବାବ ପତ୍ର ଅନେକ ଜରୁରୀ କାଗଜ ପତ୍ର ମଧ୍ୟ ପୋଡିଯାଇଥିଲା। ବିଜୟଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।