ମାଲକାନଗିରି,୧୫/୧ ; ରୋଷେଇ ହେଉଥିବା ବେଳେ ଗ୍ୟାସ ଲିକ୍ ହୋଇ ଘରେ ନିଆଁ ଲାଗି ଆସବାବପତ୍ର ପୋଡିଯାଇଛି। ତେବେ ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥ ପୁରୁଣା ପୋଷ୍ଟ ଅଫିସ ଲାଇର ବି. ପ୍ରକାଶ ରାଓ ଙ୍ ଘରେ।

ପୋଙ୍ଗଲ ଉତ୍ସବ ପାଇଁ ଆଜି ଶ୍ରୀ ରାଓଙ୍କ ଘରେ ଉତ୍ସବ ମାହେଲ ହୋଇ।ଉଠିଥିଲା। ପର୍ବ ପାଇଁ ଘରେ ଜୋରଦାର ପିଠା ପଣା ଓ ନାନା ପ୍ରକାର ବ୍ୟଞ୍ଜନ ରୋଷେଇ ଚାଲିଥିଲା। ହଠାତ ଗ୍ୟାସ ସିଲିଣ୍ଡର ର ରେଗୁଲେଟର ଲିକ ହୋଇ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ସିଲିଣ୍ଡରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘରର ଗୋଟିଏ ବଖରା ଓ ଆସବା ପତ୍ର ପୋଡି ଯାଇଥିବା ବେଳେ ପରିବାର ଲୋକ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି.।