ଛତ୍ରପୁର, ୧୫/୦୮: ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁରେ ଅଗ୍ନିକାଣ୍ଡ । ପେଟ୍ରୋଲ ବିକ୍ରି କରିବା ପାଇଁ ଘରେ ରଖି ଥିବା ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ସମ୍ପୂର୍ଣ୍ଣ ଘରଟି ଜଳି ଯାଇଥିବା ଜଣାପଡିଛି । ଘରର ଆବାସ ପତ୍ର ମଧ୍ୟ୍ୟ ପୋଡି ନଷ୍ଟ ହୋଇଛି।
ସୂଚନା ମୁତାବକ, ସୁନ୍ଦରପୁର ଗାଁର କୃଷ୍ଣଚନ୍ଦ୍ର ସାହୁ ନିଜ ଘରେ ପେଟ୍ରୋଲ ବ୍ୟାରେଲ ରଖି ବିକ୍ରି କରୁଥିଲେ। ସକାଳୁ କୌଣସି କାରଣ ବଶତଃ ସେହି ପେଟ୍ରୋଲ ବେରେଲ ନିଆଁ ଲାଗି ଫାଟି ଯାଇଥିଲା। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ଛତ୍ରପୁରରୁ ୫ଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଅନ୍ୟପଟେ ଘରର ବହୁ ଆସବାବପତ୍ର ପୋଡି ଜଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏପରିକି ଦୁଇଟି ଗାଡି ମଧ୍ୟ ପୋଡି ନଷ୍ଟ ହୋଇଛି । ନିଆଁ ଏତେ ଜୋର୍ରେ ଜାଳିଥିଲା ଯେ, ଛତ୍ରପୁର, ରମ୍ଭା ଓ ପୁରୁଷୋତ୍ତମପୁରରୁ ଅଗ୍ନିଶମ ବାହିନୀର ମୋଟ ୫ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ଫଳରେ ପଡୋଶୀଙ୍କ ଘରର କାନ୍ଥ ମଧ୍ୟ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଘଟଣାର ଖବର ପାଇଁ ରାଜସ୍ୱ ବିଭାଗ ପହଞ୍ଚିି ସ୍ଥିତି ପରଖିଥିଲେ । ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପରିବାର ନିକଟକୁ ଯାଇ ସାନ୍ତ୍ୱନା ଦେଇଥିଲେ ।