ଛତ୍ରପୁର, ୧୫/୦୮: ଘରେ ଥିବା ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ । ନିଆଁ ଲାଗୁବା ଯୋଗୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଘରର ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମ ବାଲିସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ସୁନ୍ଦରପୁର ଗାଁର କୃଷ୍ଣ ଚନ୍ଦ୍ର ସାହୁ ନିଜ ଘରେ ପେଟ୍ରୋଲ ବ୍ୟାରେଲରେ ରଖି ବିକ୍ରି କରୁଥିଲେ । ଶୁକ୍ରବାର ସକାଳୁ କୌଣସି କାରଣ ବଶତଃ ସେହି ପେଟ୍ରୋଲ ବ୍ୟାରେଲରେ ନିଆଁ ଲାଗି ଫାଟି ଯାଇଥିଲା । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏସମ୍ପର୍କରେ ଖବର ପାଇ ଛତ୍ରପୁରରୁ ଅଗ୍ନିଶମ ବାହିନୀର ୨ଟି ଟିମ୍ଆସି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ଘରର ବହୁ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏପରିକି ଦୁଇଟି ଗାଡି ପୋଡି ନଷ୍ଟ ହୋଇଛି । ଏ ଘଟଣା ତଦନ୍ତ ଜାରି ରଖିଛି ପୁଲିସ ।