ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ପ୍ରଥମ ଦିନରେ 'ହାଉସଫୁଲ ୫'ର ଧମାକା; କମାଇଲା ଏତେ କୋଟି

Published By : Anindita Ratha | June 7, 2025 1:51 PM

ମୁମ୍ବାଇ,୦୭/୦୬: ଗତକାଲି ରିଲିଜ ହୋଇଯାଇଛି  ଅକ୍ଷୟ କୁମାରଙ୍କ କମେଡି ପ୍ରାଞ୍ଚାଇଜର  ବହୁ ପ୍ରତୀକ୍ଷିତ ଫିଲ୍ମ 'ହାଉସଫୁଲ ୫' । ଯାହାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।   ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଫିଲ୍ମକୁ ଦର୍ଶକମାନଙ୍କଠାରୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି । ସେହିପରି ଫିଲ୍ମ ପ୍ରଥମ ଦିନରେ ଭଲ ବ୍ୟବସାୟ କରି ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି ।

ରିପୋର୍ଟ ଅନୁଯାୟୀ,   'ହାଉସଫୁଲ୍ ୫'  ୫ ହଜାରରରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଚଳଚ୍ଚିତ୍ରର ଦୁଇଟି ଭିନ୍ନ କ୍ଲାଇମାକ୍ସର ସଂସ୍କରଣ ପ୍ରକାଶ କରିଛନ୍ତି । 'ହାଉସଫୁଲ୍ 5A' ଏବଂ 'ହାଉସ୍ଫୁଲ୍ 5B' ନାମରେ ଉଭୟ ସଂସ୍କରଣ ପ୍ରକାଶ ପାଇଛି । ଉଭୟର ଶେଷରେ, ବିଭିନ୍ନ ହତ୍ୟାକାରୀମାନଙ୍କୁ ପ୍ରକାଶ କରାଯିବ । ସେପଟେ ଫିଲ୍ମକୁ ଲୋକେ ପସନ୍ଦ କରିଛନ୍ତି । ସାକନିକଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୨୩ କୋଟି ଟଙ୍କା ରୋଜଗାର କରିଛି ।

'ହାଉସଫୁଲ ୫' ୨୦୨୫ର ସର୍ବାଧିକ ଆୟ କରିଥିବା ପ୍ରଥମ କମେଡ଼ି ଫିଲ୍ମ ହୋଇଛି । ଯାହା ନିଜ କଲେକ୍ସନ ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଚଳିତ ବର୍ଷ ରିଲିଜ ହୋଇଥିବା 'ରେଡ ୨', 'ମିଶନ ଇମ୍ପୋସିବଲ ୮', 'ସ୍ପାଇ ଫୋର୍ସ', 'ଜାଟ', 'କେସରୀ ଚାର୍ପ୍ଟର ୨', 'ଭୁଲ ଚୁକ ମାଫ', 'ଗେମ ଚେଞ୍ଜର' ଓ 'ଦେବା' ଫିଲ୍ମକୁ ପଛରେ ପକାଇଛି ।ପ୍ରକାଶ ଥାଉକି, ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ହାଉସଫୁଲ୍ ୫ ନିର୍ମିତ ହୋଇଥିବା ବେଳେ ତରୁଣ ମନସୁଖାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ବ୍ୟତୀତ 'ହାଉସଫୁଲ ୫' ରେ ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ୍, ସୋନମ ବାଜୱା, ଫରଦୀନ୍ ଖାନ, ନାନା ପାଟେକର, ନର୍ଗିସ ଫଖ୍ରୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଭଳି ଅଭିନେତା ନଜର ଆସିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.