ନୂଆଦିଲ୍ଲୀ,୨୭।୫: ଆମେରିକା ଓ ଚୀନ୍ ଭିତରେ ଜାରି ରହିଛି ଟାରିଫ୍ ଓ୍ବାର। ଡୋନାଲ୍ଡୋ ଟ୍ରମ୍ପ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଏହା ଜାରି ରହିଛି। କୁହାଯାଉଛି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚୀନ୍   ଉପରେ ଟାରିଫ୍ ବଢାଇବା ନେଇ ଡ୍ରାଗନକୁ ଲାଗିବାକୁ ଯାଉଛି ବଡ଼ ଝଟକା। ବିଶେଷ ଭାବରେ ବଢିପାରେ ବେରୋଜଗାରୀ। ମାନୁଫାକଚରିଂ ସେକଣ୍ଟରରେ ଯାଇପାରେ ୯୦ ଲକ୍ଷ ଲୋକଙ୍କ ଚାକିରୀ। ଏହାଛଡା ଚୀନ୍‌ରେ ପ୍ରପଟି ଗ୍ରୋଥ୍ ମଧ୍ୟ ପୂର୍ବରୁ ଡାଉନ୍ ରହିଛି।

ଚୀନ୍‌ରେ ବଢିପାରେ ବେରୋଜଗାରୀ। ୟୁନିଭର୍ସିଟି ଓ କଲେଜରୁ ବାହାର ହୋଇଥିବା ନୂଆ ଗ୍ରାଜୁଏଟ୍‌ଙ୍କୁ ଚାକିରୀ ମିଳିବାରେ ସମସ୍ୟା ହେଉଛି। ଏଭଳି ଭାବରେ ଚୀନ୍‌ରେ  ପୂର୍ବରୁ ହିଁ ଲକ୍ଷାଧିକ ଲୋକ ବେରୋଜଗାରୀ ଦେଇ ଗତି କରୁଛନ୍ତି। ଆମେରିକା ସହ ଟାରିଫ ଓ୍ବାର ସଙ୍କଟ ଦ୍ବାରା ଆହୁରି ବଢିବାରେ। ଚୀନ୍‌ରେ ଏକାକୀ ୧୦୦ ମିଲିୟନ ଚାକିରି ମାନୁଫାକଚରିଂ ସେକ୍ଟରରେ ରହିଛି। ଚଳିତ ମାସ ଚୀନ୍ ଓ ଆମେରିକା ଅଧିକାରୀଙ୍କ ଭିତରେ ସହମତି ହୋଇଥିଲା ଯେ, ଅସ୍ଥାୟୀ ଭାବରେ ଟାରିଫ୍‌କୁ କମ୍ କରାଯାଉ। ଏହି କାରଣରୁ ଦୁଇ ଦେଶ ହିଁ ଅଲ୍‌ ଆଉଟ୍ ଟ୍ରେଣ୍ଡ ଓ୍ବାରକୁ ଯିବାକୁ ଚାହାଁନ୍ତି ନାହିଁ। ଏହାଦ୍ବାରା ଦୁହିଁଙ୍କ  ଅର୍ଥନୀତି ମାନ୍ଦା ହେବାର ଆଶଙ୍କା ରହିଛି। 

ଇନଭେଷ୍ଟ ମେଣ୍ଟ ବ୍ୟାଙ୍କ ନ୍ୟାଟିକ୍ସର ଏକ ରିପୋର୍ଟ ଅନୁସାରେ, ଯଦି ଆମେରିକା ପକ୍ଷରୁ ଲାଗୁ ଟାରିଫ୍ ଏଭଳି ଲାଗୁ ରହେ ତେବେ ଚୀନ୍ ପକ୍ଷରୁ ଆମେରିକାକୁ କରାଯାଉଥିବା ରପ୍ତାନୀ ଅଧା ହୋଇପାରେ। ଏଭଳି ସ୍ଥିତିରେ ୯ ମିଲିୟନ ମାନୁଫାକଚରିଂ ସେକ୍ଟରର ଚାକିରୀ ଯାଇପାରେ। କେବଳ ସେତିକି ନୁହେଁ ଟାରିଫ୍ ଓ୍ବାର ବଢିବେ ଏହା ଟ୍ରେଡ୍ ଓ୍ବାରରେ ପରିବର୍ତ୍ତନ ହୋଇପାରେ। ଫଳରେ ୯୦ ଲକ୍ଷ ଚାକିରୀ ଯାଇପାରେ।