ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ରାଷ୍ଟ୍ରପତି ଶାସନରେ କିପରି ଚାଲେ ପ୍ରଶାସନ ? ଜାଣନ୍ତୁ ମଣିପୁରରେ କାହିଁକି

Published By : Ankita S | February 15, 2025 10:20 AM

ନୂଆଦିଲ୍ଲୀ,୧୫/୦୨: ଅଶାନ୍ତ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଗତ ଫେବୃଆରୀ ୯ ତାରିଖରେ ମଣିପୁର ମୁଖ୍ଯମନ୍ତ୍ରୀ ତଥା ବିଜେପି ନେତା ଏନ ବୀରେନ୍ ସିଂହ ଇସ୍ତଫା ଦେଇଥିଲେ । କିଛି ଦିନ ଗଡି ଯାଇଥିଲେ ବି ଶାସକ ଭାରତୀୟ ଜନତା ପାର୍ଟି ନେତୃତ୍ବ ଦଳ ନୂଆ ନେତାଙ୍କୁ ମନୋନୀତ କରିବାରେ ବିଫଳ ହୋଇଥିଲା । ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ତ୍ତତରପୂର୍ବ ରାଜ୍ୟ ମଣିପୁରରେ ୧୧ଥର ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ତେବେ ରାଷ୍ଟ୍ରପତି ଶାସନ ଲାଗୁ ହେଲେ କିପରି ଚାଲେ ପ୍ରଶାସନ ଆସନ୍ତୁ ଜାଣିବା ।

ରାଷ୍ଟ୍ରପତି ଶାସନରେ କିପରି ଚାଲେ ପ୍ରଶାସନ ? ପ୍ରାୟ ୨ ବର୍ଷ ହେବ ଜଳୁଛି ମଣିପୁର । ଜାତିଗତ ହିଂସାକାଣ୍ଡକୁ ନେଇ ସ୍ଥିତି ଅଣାୟତ ହୋଇଛି । ଏହାକୁ ନେଇ ବୀରେନ୍ ସିଂହଙ୍କୁ ସମାଲୋଚନା କରାଯାଇଥିଲା । ଫେବୃଆରୀ ୯ ତାରିଖରେ ମଣିପୁର ମୁଖ୍ଯମନ୍ତ୍ରୀ ଏନ ବୀରେନ୍ ସିଂହ ଇସ୍ତଫା ଦେଇଥିଲେ । ଏହାର ୪ଦିନ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ପରିସ୍ଥିତିକୁ ନେଇ ରାଜ୍ୟପାଳଙ୍କ ରିପୋର୍ଟକୁ ଆଧାର କରି ନିଷ୍ପତ୍ତି ନିଆଯାଇଥିବା ବିବୃତ୍ତିରେ କୁହାଯାଇଛି । ରାଷ୍ଟ୍ରପତି ଶାସନ ଲାଗୁ ହେବାପରେ ଶାସନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଥାଏ । ରାଜ୍ୟ ପ୍ରଶାସନ ରାଷ୍ଟ୍ରପତିଙ୍କର କଣ୍ଟ୍ରୋଲକୁ ଆସିଯାଏ। ରାଷ୍ଟ୍ରପତି ନିଜର ପ୍ରତିନିଧି ଭାବେ ରାଜ୍ୟପାଳଙ୍କୁ ପ୍ରଶାସନ ଚଲାଇବାର ଦାୟିତ୍ୱ ପ୍ରଦାନ କରନ୍ତି ଏବଂ ରାଜ୍ୟପାଳ କେନ୍ଦ୍ର ନିର୍ଦ୍ଦେଶର ଆଧାରରେ ଶାସନ କରନ୍ତି । ରାଜ୍ୟରେ ୧୧ ଥର ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ।

ରାଷ୍ଟ୍ରପତି ଶାସନ ଲାଗୁ ହେଲେ ସରକାରଙ୍କ ଶକ୍ତି ଏବଂ କାର୍ଯ୍ୟ ପରିଚାଳନା ଦାୟିତ୍ବ ରାଜ୍ୟପାଳଙ୍କ ପାଖରେ ରହିଥାଏ । ରାଜ୍ୟର ବିଧୈୟକ ଏବଂ ବଜେଟ ପ୍ରସ୍ତାବ ବି ସଂସଦରେ ପାରିତ କରିଥାଏ । ରାଜ୍ୟର କାନୁନ ପ୍ରସ୍ତୁତ କରିବା ଶକ୍ତି ରାଷ୍ଟ୍ରପତି କିମ୍ବା ତାଙ୍କ ଦ୍ବାରା ନାମିତ କୌଣସି ଅଧିକାରୀଙ୍କୁ ଦିଆଯାଇଥାଏ । ଯେବେ ଗୃହ କାର୍ଯ୍ୟ ଚାଲୁନଥାଏ ସେବେ ରାଷ୍ଟ୍ରପତି ଉକ୍ତ ରାଜ୍ୟରେ ଅଧ୍ୟାଦେଶ ଜାରି କରିଥାନ୍ତି ।

ଅଧିକ ପଢନ୍ତୁ...ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ , ୯ ଫେବ୍ରୁଆରୀରେ ସିଏମ୍‌ ବିରେନ ସିଂହ ଦେଇଥିଲେ ଇସ୍ତଫା

କାହିଁକି ଇସ୍ତଫା ଦେଲେ ବୀରେନ୍ ? ୨୦୨୩ ମସିହା ମେ ମାସରୁ ମଣିପୁରରେ ଜାତିଆଣ ହିଂସା ଜାରି ରହିଛି । ମୈତୟୀ ଓ କୁକୀ ସମ୍ପ୍ରଦାୟଙ୍କ ମଧ୍ୟରେ ଜାରି ଥିବା ହିଂସାରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା । ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ସମାଲୋଚନାର ଶିକାର ହୋଇଥିଲେ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି କହିଥିଲେ । ବିଧାନସଭା ଆରମ୍ଭ ହେବା ପୂର୍ବରୁ ଗତ ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଫେବୃଆରୀ ୧୩ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ  ଲାଗୁ ହେବା ନେଇ ଗୃହ ମନ୍ତ୍ରଣାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଜାରି ଆଦେଶରେ କୁହାଯାଇଛି ଯେ, ରାଜ୍ୟରେ ପରିସ୍ଥିତିକୁ ନେଇ ରାଜ୍ୟପାଳଙ୍କ ରିପୋର୍ଟକୁ ଆଧାର କରି ସେ ଏହି ନିଷ୍ପତ୍ତି ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.