ନୂଆଦିଲ୍ଲୀ,୩୧।୧୨: ନିଶ୍ବାସ ନେବା ମଣିଷ ପାଇଁ ସବୁଠାରୁ ଜରୁରୀ କାମ। ଯଦି କିଛି ସେକେଣ୍ଡ ଭିତରେ ନିଶ୍ବାସ ରୋକି ଦିଆଯାଏ ତେବେ ଜୀବନ ପାଇଁ ବିପଦ ପାଲଟିପାରେ। ଖାଲି ମୈଦାନ ଅଞ୍ଚଳରେ ଅକ୍ସିଜେନ୍ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ। ଆମେ ସହରରେ ନିଶ୍ବାସ ନେଇ ପାରିଥାଉ, କିନ୍ତୁ ଯେତେବେଳେ ଆମେ ଉଚ୍ଚତାରେ ପହଁଞ୍ଚି ଯାଉ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ।

କ’ଣ ଆପଣ କେବେ ଭାବିଛନ୍ତି ପୃଥିବୀଠାରୁ ହଜାର ଲକ୍ଷ କିଲୋମିଟର ଉଚ୍ଚତାରେ  ମହାକାଶରେ ନକ୍ଷତ୍ରବିଜ୍ଞାନୀ ନିଶ୍ବାସ କିପରି ନେଇଥାନ୍ତି। ସେଭଳି ପୃଥିବୀରେ  କେବଳ ୧୨୦ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚତା ଯାଏଁ ହିଁ ଅକ୍ସିଜେନ୍ ରହିଛି। ମହାକାଶରେ ଅକ୍ସିଜେନ୍ ଥିବା ପ୍ରଶ୍ନ ମଧ୍ୟ ଉଠୁନି, ତେଣୁ ନକ୍ଷତ୍ରବିଜ୍ଞାନୀ ମହାକାଶରେ ଏତେ ଦିନ କିଭଳି ରୁହନ୍ତି ? ଏହା ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା ?

ଆମେ ସବୁ ଜାଣୁ ଯେ, ମହାକାଶରେ ଅକ୍ସିଜେନ୍ ନାହିଁ। ଏହା ଏଥିପାଇଁ ଯେ, ମହାକାଶରେ ମାଧ୍ୟାକର୍ଷଣ ଶକ୍ତି କାମ କରିନଥାଏ। ଯଦି ମହାକାଶରେ ମାଧ୍ୟାକର୍ଷଣ କାମ କରେ ତେବେ ଏଠାରେ ଗ୍ୟାସ୍‌କୁ ବାନ୍ଧି ରଖିଥାନ୍ତା, ଯାହାଫଳରେ ଅକ୍ସିଜେନ୍‌ ମିଳିପାରିଥାନ୍ତା। ତେବେ  ଏଠାରେ ଅକ୍ସିଜେନ୍ ନୁହେଁ, ଯାହାଫଳରେ ସେଠାରେ ନିଶ୍ବାସ ନେବା କଷ୍ଟକର ହୋଇପଡିବ। ଏଭଳି ସ୍ଥିତିରେ ବଡ଼ ପ୍ରଶ୍ନ ଏହା ଯେ, ନକ୍ଷତ୍ରବିଜ୍ଞାନୀ ମହାକାଶରେ କିଭଳି ନିଶ୍ବାସ ନିଅନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ମହାକାଶ ଯାତ୍ରୀଙ୍କ ପାଇଁ ଡିଜାଇନ୍ କରାଯାଇଥିବା ସ୍ପେସ୍‌କ୍ରାଫ୍ଟରେ ଅକ୍ସିଜେନ୍‌ ବ୍ୟବସ୍ଥା କରାଯାଇଥାଏ। ତେଣୁ ସେମାନେ ଯେତେ ପର୍ଯ୍ୟନ୍ତ ରହିଥାନ୍ତି ନିଶ୍ବାସ ନେବା ପାଇଁ  ଅଲଗା ଭାବରେ ଅକ୍ସିଜେନ ନେଇନଥାନ୍ତି।