ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସମୟ ପୂର୍ବରୁ ତାପମାତ୍ରା ବଢିବା ଫଳରେ ଶରୀର ଉପରେ ପଡ଼ିଥାଏ କେଉଁ ପ୍ରଭାବ ? ଜାଣନ୍ତୁ ଏହା କେତେ ବିପଦଜନକ...

Published By : Harapriya Sethi | March 14, 2025 3:04 PM

ସମୟ ପୂର୍ବରୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବା ଦ୍ୱାରା ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ମାତ୍ରାଧିକ ଗରମ ହେବା ଯୋଗୁଁ ଥକାପଣ ଅନୁଭୂତ ହୋଇଥାଏ । ଏହାଦ୍ୱାରା ଅର୍ଗାନ୍‌ ଫେଲ୍‌ ହେବାର ସମ୍ଭାବନା ମଧ୍ୟ ରହିଛି । ଏପରିକି ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଶରୀରରେ ଜଳୀୟଅଂଶର ଅଭାବ, ମୁଣ୍ଡ ବୁଲେଇବା ଏବଂ ଚେତାଶୂନ୍ୟ ହେବା ଭଳି ଅନେକ ସମସ୍ୟା ହୋଇପାରେ । 

ଗ୍ରୀଷ୍ମ ପ୍ରବାହ ଫଳରେ ଶରୀରରେ ପରିବର୍ତ୍ତନ-

ଅତ୍ୟଧିକ ଖରା ହେବା ଫଳରେ ଶରୀର ତାପମାତ୍ରା ନିୟନ୍ତ୍ରଣ କରି ପାରିନଥାଏ । ଏହି କାରଣରୁ ଅତ୍ୟଧିକ ଝାଳ ବାହାରିବା  ସହ ତ୍ୱଚା ହଳଦିଆ ପଡ଼ି ଧିରେ ଧିରେ ଲାଲ୍‌ ହୋଇଯାଇଥାଏ । ଏହା ପରେ ପରେ ଦୁର୍ବଳତା ଅନୁଭବ ହେବା ସହ ମୁଣ୍ଡ ବୁଲେଇବା ଏବଂ ବିନ୍ଧା ହେବା, ଏବଂ ପରେ ବାନ୍ତି ମଧ୍ୟ ହୋଇଥାଏ । ଯଦି ସଠିକ୍ ସମୟରେ ଏହାର ଚିକିତ୍ସା କରା ନଯାଏ, ତେବେ ଏହା ଅଂଶୁଘାତରେ ପରିଣତ ହୋଇଥାଏ । 

ଅଂଶୁଘାତ ଏବଂ ଅର୍ଗାନ୍‌ ଫେଲ୍‌ - 

ଯଦି ଜଣଙ୍କୁ ଅଂଶୁଘାତ ହୁଏ, ତେବେ ସେହି ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ବହୁ ମାତ୍ରାରେ ବଢିବାକୁ ଲାଗିଥାଏ । ଏହି ସମୟରେ ଶରୀରର ତାପମାତ୍ରା ବଢି ୪୦ଂ ସେଲସିୟସ୍‌ (୧୦୪ଂ ଫାରେନହାଇଟ୍‌ରୁ ଉର୍ଦ୍ଧ୍ୱ) ହୋଇଥାଏ । ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶରୀରର ଚାପମାତ୍ରା ଅଧିକ ହେବା ସହ କଥା କହିବାରେ କଷ୍ଟ ହେବା ଏବଂ ଆଣ୍ଠୁ ଗଣ୍ଠି ବାତ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଏତେ ବିପଦଜନକ ଯେ, ଜଣେ ବ୍ୟକ୍ତି କୋମାକୁ ମଧ୍ୟ ଯାଇପାରେ । ଏପରି ସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ଅର୍ଗାନ୍‌ ମଧ୍ୟ ଫେଲ୍‌ ହୋଇପାରେ । ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଏବଂ ଯକୃତ ଭଳି ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଫେଲ୍‌ ହୋଇପାରେ । ଯାହା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇ ପାରେ । 

ଶରୀରରେ ଜଳର ଅଭାବ-

ଅତ୍ୟଧିକ ଖରା ହେବା କାରଣରୁ ଶରୀରର ଜଳୀୟଅଂଶ ଝାଳରେ ବହାରି ଯାଇଥାଏ । ଏହାଦ୍ୱାରା ଶରୀରରେ ଜଳର ଅଭାବ ଦେଖା ଦେଇଥାଏ । ତେଣୁ ଯଥା ସମ୍ଭବ ପାଣି ପିଅନ୍ତୁ । ଅତ୍ୟଧିକ ଗରମ ହେବା କାରଣରୁ ଶେଇବାରେ ମଧ୍ୟ ସମସ୍ୟା ଦେଖା ଦେଇପାରେ ।   




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.