ନୂଆଦିଲ୍ଲୀ,୨୫/୦୧: ପ୍ରତିବର୍ଷ ଜାନୁଆରୀ ୨୬କୁ ଗଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ ଭାରତ । ଚଳିତ ବର୍ଷ ୭୬ତମ ଗଣତନ୍ତ୍ର ଦିବସ ପାଳନ କରିବ ଦେଶ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗ୍ରାଣ୍ଡ ପରେଡର ଆୟୋଜିତ ହେବ । ଦେଶର ସଶସ୍ତ୍ର ବାହିନୀ, ସଂସ୍କୃତିକ ଟିମ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଚଳିତ ବର୍ଷ ଗଣତନ୍ତ୍ର ଦିବସର ପରେଡ ମୁଖ୍ୟ ଅତିଥି ହୋଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଚୋ । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଟୋ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଜଣେ ମୁଖ୍ୟ ଅତିଥି ସାମିଲ ହୋଇଥାନ୍ତି । ତେବେ ସାଧାରଣତନ୍ତ୍ର ଦିବସରେ ଭାରତ କିପରି ମୁଖ୍ୟ ଅତିଥି ଚୟନ କରିଥାଏ । କଣ ରହିଛି ପ୍ରକ୍ରିୟା । ଏଥର ଇଣ୍ଡୋନେସିଆ ରାଷ୍ଟ୍ରପତି କାହିଁକି । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।\
କିପରି ମୁଖ୍ୟ ଅତିଥି ଚୟନ କରେ ଭାରତ- ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି କିଏ ହେବେ ଏ ନେଇ ଭାରତ ବହୁତ ଭାବି ଚିନ୍ତି ସ୍ଥିର କରିଥାଏ । ବିଦେଶର ଜଣଙ୍କୁ ମୁଖ୍ୟ ଅତିଥି କରିଥାଏ । କେବଳ ଆତିଥ୍ୟ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଏ ନାହିଁ । ଏହା ପଛରେ ସାମରିକ, ବ୍ୟାପାରିକ ଦିଗକୁ ଗୁରୁତ୍ବ ଦିଆଯାଏ । ଅତିଥି ଚୟନ ପ୍ରକ୍ରିୟା ଗୋଟିଏ ଦିନ ହୋଇନଥାଏ । ଗଣତନ୍ତ୍ର ଦିବସର ୬ମାସ ପୂର୍ବରୁ ଆରମ୍ଭ ହୋଇଥାଏ । ଏ ଦିଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିଶେଷ ଧ୍ୟାନ ଦେଇଥାଏ । ଯେଉଁ ଦେଶ ସହ ଭଲ ସମ୍ପର୍କ ଥାଏ କିମ୍ବା କିଛି ନୂଆ ବୁଝାମଣା ହେବାକୁ ଥିଲେ ଉକ୍ତ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟ ଅତିଥି କରାଯାଏ । କେଉଁ ଦେଶର ଅତିଥିଙ୍କୁ ନିମନ୍ତ୍ରଣ କଲେ ଭାରତକୁ କଣ ଫାଇଦା ହେବ ସେ ଦିଗରେ ଅଧିକ ଗୁରୁତ୍ବ ଦିଆଯାଏ । ସାମରିକ, ବ୍ୟାପାରିକ ଓ ରାଜନୀତି ଦିଗକୁ ଫୋକସ କରାଯାଏ । ବିକଳ୍ପ ପ୍ରସ୍ତୁତ କରିବା ପରେ ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଇଥାଏ । ଆର୍ପୁଭାଲ ମାଗିଥାଏ । ନିମନ୍ତ୍ରଣ ଦେବା ପୂର୍ବରୁ ସମ୍ଭାବ୍ୟ ମୁଖ୍ୟ ଅତିଥିଙ୍କର ଅନ୍ୟ କୌଣସି କାର୍ଯ୍ୟକ୍ରମ ଅଛି କି ନାହିଁ ସେ ଦିଗରେ ନିଶ୍ଚିନ୍ତ ହେବାକୁ ପଡିଥାଏ । ଏହାପରେ ଔପଚାରିକ ଭାବେ ନିମନ୍ତ୍ରଣ ଦିଆଯାଏ ।
ଏଥର ଇଣ୍ଡୋନେସିଆ ରାଷ୍ଟ୍ରପତି କାହିଁକି- ଚଳିତ ବର୍ଷ ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଟୋ । ସେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଏପରି ସମୟରେ ପ୍ରୋବୋୱ ସୁବିଆଣ୍ଟୋ ଭାରତ ଆସିଛନ୍ତି ଯେବେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଋଷିଆ-ଇଣ୍ଡିଆନ ବ୍ରହ୍ମମୋସ ମିସାଇଲ କିଣା ନେଇ ଆଲୋଚନା ଜାରି ରହିଛି । ଭାରତ ପାଖରୁ ବ୍ରହ୍ମମୋସ କ୍ରୟ କରିବା ଦ୍ବିତୀୟ ଦେଶ ହେବ । ଫିଲିପିନ୍ସ ପ୍ରଥମେ କିଣିଥିଲା । ଇଣ୍ଡୋନେସିଆ ଓ ଫିଲିପିନ୍ସ ସହ ଚୀନର ତିକ୍ତତା ରହିଛି । ଇଣ୍ଡୋନେସିଆ ଚୀନର ବିସ୍ତାରବାଦକୁ ବିରୋଧ କରୁଛି । ଇଣ୍ଡୋନେସିଆ ଓ ଇଣ୍ଡିଆ ମଧ୍ୟରେ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ରହିଛି । ଭାରତୀୟ ପୌରାଣିକ ଲୋକକଥାର କିଛି ଅଂଶ ଇଣ୍ଡୋନେସିଆରେ ଦେଖିବାକୁ ମିଳେ । ୧୯୫୦ ରିପବ୍ଲିକ ଡେ ପରେଡରେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକାର୍ଣ୍ଣୋ ପ୍ରଥମ ମୁଖ୍ୟ ଅତିଥି ଥିଲେ ।
ଏହା ବି ପଢନ୍ତୁ...ଇଣ୍ଡୋନେସିଆ ରାଷ୍ଟ୍ରପତି ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି, ପାକିସ୍ତାନ ଗସ୍ତ କଲେ ବାତିଲ
ନନ୍ ଆଲାଇନ୍ ମୁମେଣ୍ଟରେ ଭାରତ ସହଯୋଗୀ ଥିଲା ଇଣ୍ଡୋନେସିଆ । ଏହା ସହିତ ଇଣ୍ଡୋନେସିଆ ଭାରତର ସବୁଠୁ ବଡ ଟ୍ରେଡ ପାର୍ଟନର ରହିଛି । ଏଥିରୁ ଦୁଇ ଦେଶ ସମ୍ପର୍କ ଯେ କେତେ ମଜବୁତ ତାହା ସ୍ପଷ୍ଟ ଜଣାପଡୁଛି । ଆଉ ଏବେ ଏଥିରେ ମିଲିଟାରୀ ଡିଲ୍ କଥା ସାମିଲ ହେବା ଏହାର ଗୁରୁତ୍ବ ବଢିଯାଇଛି । ତେଣୁ ଏଥରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥି କରାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତାର ଅଫିସିଆଲ ବିବୃତ୍ତିରେ ଲେଖିଛି ଯେ, ଇଣ୍ଡେନେସିଆ ଆମର କମ୍ପରେହେନସିଭ ଷ୍ଟ୍ରାଟିଜିକ ପାର୍ଟନର । ଭାରତ ଅକ୍ଟ ଇଷ୍ଟ ପଲିସି ଓ ଇଣ୍ଡୋ ପାସିଫିକ୍ ଭିଜନର ଗୁରୁତ୍ବପୂର୍ଣ୍ଣ ଅଂଶ । ଏଥର ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିବ ଏବଂ ପରସ୍ପର ହିତ ପାଇଁ ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା ହେବ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ । ଏହାରି ଭିତରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଚୋ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଆଜି ସେ ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ।