ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନା ଆଲାର୍ମ , ନା ଆଲର୍ଟ ... ଆଇରନ୍ ଡୋମ୍‌ର ସୁରକ୍ଷା ଭେଦର ବାଟ ପାଇଗଲା କି ହିଜବୁଲ୍ଲା ?

Published By : Prameya | October 15, 2024 6:05 PM

ନୂଆଦିଲ୍ଲୀ : ଇସ୍ରାଏଲ ଏହି ସମୟରେ ଏକା ସାଥିରେ ଅନେକ ମୋର୍ଚ୍ଚାକୁ ନେଇ ଯୁଦ୍ଧ ଲଢୁଛି। ଏଥିରେ ମିସାଇଲ ଓ ଡ୍ରୋନ୍‌ ହମଲା ଗୁଡ଼ିକରୁ ବର୍ତ୍ତିବା ପାଇଁ ଇସ୍ରାଏଲ ନିଜ ସୀମା ଗୁଡ଼ିକରେ ସବୁଠୁ ବଡ଼ ସୁରକ୍ଷା ପ୍ରଣାଳୀ ଅର୍ଥାତ୍‌ ଆଇରନ ଡୋମ୍‌ ଡିଫେନ୍ସ ସିଷ୍ଟମକୁ ମୁତୟନ କରି ରଖିଛି, ଯାହା ଶତ୍ରୁ ଦେଶ ପକ୍ଷରୁ ଆସୁଥିବା ପ୍ରତି ମିସାଇଲ ଓ ଡ୍ରୋନକୁ ଇଣ୍ଟରସେପ୍ଟ କରି ଇସ୍ରାଏଲର ସୁରକ୍ଷା କରୁଛି।ନିକଟରେ ଯେବେ ଇରାନ ପାଖାପାଖି ୨୦୦ ବାଲିଷ୍ଟିକ୍‌ ମିସାଇଲରେ ଇସ୍ରାଏଲ ଉପରେ ହମଲା କରିଥିଲା ତ ଏଥିରୁ ଅଧିକାଂଶ ଇସ୍ରାଏଲର ଆଇରନ ଡୋମ୍‌ ହିଁ ଆକାଶରେ ନଷ୍ଟ କରି ଦେଇଥିଲା , କିନ୍ତୁ ଏବେ ହିଜବୁଲ୍ଲା ଏହାକୁ ମାତ୍‌ ଦେବାର ବାଟ ବାହାର କରି ନେଇଛି। 

ଉଲ୍ଲେଖନୀୟ ଯେ, ଲେବାନାନର ହିଜବୁଲ୍ଲା ଆତଙ୍କୀମାନେ ରବିବାର ଏହାର ସୁରକ୍ଷା ତନ୍ତ୍ରକୁ ଭାଙ୍ଗି ଇସ୍ରାଏଲୀୟ ସେନାର ଠିକଣା ଉପରେ ଅନେକ ଡ୍ରୋନ୍‌ ମାଡ କରିଛନ୍ତି, ଯେଉଁଥିରେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଛି, ୬୦ରୁ ଅଧିକ ଆହତ ହୋଇଛନ୍ତି। ହିଜବୁଲ୍ଲା ଆତଙ୍କୀ ମାନେ ମିରସାଦ-୧ ଡ୍ରୋନ୍ ମାଧ୍ୟମରେ ରବିବାର ସନ୍ଧ୍ୟାରେ ବିନୟାମିନା-ଗିବାତ ଅଦା ନିକଟରେ ଇସ୍ରାଏଲୀୟ ସୁରକ୍ଷା ବଳ ( ଆଇଡିଏଫ) ବେସ୍‌ରେ ହମଲା କରିଛନ୍ତି , ଯେଉଁଥିରେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଡ୍ରୋନ୍‌ ସାମୁଦ୍ରିକ କ୍ଷେତ୍ର ମଧ୍ୟଦେଇ ମଧ୍ୟ ଇସ୍ରାଏଲୀୟ କ୍ଷେତ୍ରକୁ ଯାଇ ଉଦ୍ଦିଷ୍ଟ ଠିକଣା ଉପରେ ପଡ଼ି ଥିଲା। ଆଇଜିଏଫ କହିଛି କି ସେ ଏହି ଘଟଣାର ଯାଞ୍ଚ କରୁଛି । ଆଇଡିଏଫ୍‌ ଏହା ମଧ୍ୟ କହିଛି କି ସେ ହିଜବୁଲ୍ଲାର ଏକ ଡ୍ରୋନ୍‌କୁ ମାରି ଖସାଇ ଦେଇଛି।  

ଏଥିରେ ପ୍ରଶ୍ନ ଉଠୁଛି ଯେ , ଆଇରନ୍ ଡୋମ ମୁତୟନ ହେବା ସତ୍ତ୍ୱେ ହିଜବୁଲ୍ଲା ଆତଙ୍କୀମାନେ କେମିତି ଇସ୍ରାଏଲ ଭୂ-ଭାଗରେ ଡ୍ରୋନ୍‌ ହମଲା କରି ପାରିଲେ ? ହିଜବୁଲ୍ଲା କଣ ଆଇରନ ଡୋମକୁ ଚକମା ଦେବା ଓ ଏହାର ନିରୀକ୍ଷଣକୁ ମାତ୍‌ ଦେବାର ବାଟ ପାଇଛି ? ଏହି ହମଲା ଏହା ମଧ୍ୟ ସାବ୍ୟସ୍ତ କରି ଦେଇଛି ଯେ ଇସ୍ରାଏଲ ହିଜବୁଲ୍ଲାର ଶକ୍ତିକୁ ଦୁର୍ବଳ ନଭାବୁ। ହିଜବୁଲ୍ଲାକୁ ଇରାନ ଠାରୁ ସବୁ ପ୍ରକାରର ସାହାଯ୍ୟ ମିଳୁଛି। ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ, ଆଇରନ ଡୋମ୍‌ ଏହି ଡ୍ରୋନ୍‌ର ପିଛା ତ କରିଥିଲା, ହେଲେ ହଠାତ୍ ତାହା ତାର ରାଡାରରୁ ଗାଏବ ହୋଇ ଯାଇ ଥିଲା। ଏହି ହମଲାରେ ଆଶ୍ଚର୍ଯ୍ୟକର କଥା ଏହା କି ଇସ୍ରାଏଲ ସୁରକ୍ଷା ପ୍ରଣାଳୀରେ ମୁତୟନ ରାଡାର ମିରସାଦ-୧ର ହମଲା ବେଳେ ନା ବିପଦର ଚେତାବନୀ ଦେଇଛି, ନା ହିଁ ସାଇରନ ବଜାଇଛି। ହିଜବୁଲ୍ଲାର ଏହି ଡ୍ରୋନ୍‌ ହମଲା ଇସ୍ରାଏଲର ନିଦ ଉଡାଇ ଦେଇଛି। 

ମିରସାଦ-୧ ଡ୍ରୋନ୍‌ ଆତ୍ମଘାତୀ ଡ୍ରୋନ୍, ଯାହାର ବ୍ୟବହାର ହିଜବୁଲ୍ଲା ଯୋଦ୍ଧା ୨୦ ବର୍ଷରୁ କରୁଛି। ଇରାନରେ ଏହାକୁ ଇବାବିଲ-ଟିର ନାମରେ ଜଣାଯାଏ। ଇସ୍ରାଏଲୀୟ ରିସର୍ଚ୍ଚ କେନ୍ଦ୍ର ଅଲମା ସେଣ୍ଟର ମୁତାବିକ, ମିରସାଦ-୧ ଡ୍ରୋନ୍‌ର ଆକ୍ରମଣାତ୍ମକ କ୍ଷମତା ୧୨୦ କିଲୋମିଟର ଓ ସର୍ବାଧିକ ଗତି ୩୭୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ଏହି ଡ୍ରୋନ୍‌ ୪୦ କିଲୋମିଟର ଯାଏ ପୋଲୋଡ( ବିସ୍ଫୋରକ) ନେଇ ଯାଇ ପାରେ ଏବଂ ୩୦୦୦ ମିଟର ପର୍ଯ୍ୟନ୍ତ ଉଚ୍ଚତାରେ ଉଡ଼ାଣ ଭରି ପାରେ। ୨୦୦୨ ମସିହା ଯାଏ ହିଜବୁଲ୍ଲା ଏହି ଡ୍ରୋନ୍‌ର ବ୍ୟବହାର ନିରୀକ୍ଷଣ ଓ ଗୁଇନ୍ଦା ପାଇଁ କରୁଥିଲା ,କିନ୍ତୁ ପରେ ଏହାକୁ ଇସ୍ରାଏଲର ଅଞ୍ଚଳରେ ଆତ୍ମଘାତୀ ହମଲା ପାଇଁ ବ୍ୟବହାର କରିବାକୁ ଲାଗିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.