ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆପଣ ବି ପିଉଛନ୍ତି କି କମ୍‌ ପାଣି? ଦେଖାଦେବ ଏହି ସବୁ ସମସ୍ୟା

Published By : Anindita Ratha | December 8, 2024 1:33 PM

ଶରୀରକୁ ଖାଦ୍ୟ ଯେତିକି ଆବଶ୍ୟକ ପାଣି ବି ସେତିକି ଜରୁରୀ । ହେଲେ ଶୀତ ଦିନେ ଥଣ୍ଡା ପବନ ଯୋଗୁଁ ଲୋକମାନେ କମ୍ ପାଣି ପିଇଥାନ୍ତି । ଯାହା   ସମ୍ପୂର୍ଣ୍ଣ ଭୁଲ୍ । ଖରା ହେଉ କି ଶୀତ ଋତୁ, ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ । ତେଣୁ ଯଦି ଆପଣ କମ୍ ପାଣି ପିଉଛନ୍ତି ତେବେ କଣ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଆସନ୍ତୁ ଜାଣିବା । 

ଡିହାଇଡ୍ରେସନ: ପ୍ରତ୍ୟେକ ବୟସରେ ଶରୀରରେ ଜଳର ଅଭାବ ଦେଖିବାକୁ ମିଳିଥାଏ । ବିଶେଷକରି ଛୋଟ ପିଲାଙ୍କ ଶରୀରରେ ଜଳାଭାବ ହେଲେ ପାଟି ଓ ଜିଭ ଶୁଖିଯିବା, କାନ୍ଦିଲେ କମ୍ ଲୁହ ବୋହିଲା, ପରିସ୍ରା କମିବା ଭଳି ଲକ୍ଷଣ ନଜର ଆସିଥାଏ । ତେଣୁ ଶୀତ ଦିନେ ବି ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ ।  

ମୁଣ୍ଡବିନ୍ଧା: କମ୍ ପାଣି ପିଉଥିଲେ ମୁଣ୍ଡବିନ୍ଧା ସମସ୍ୟା ବଢିଥାଏ । ଶରୀରରେ ଜଳ ଅଭାବ ଯୋଗୁଁ ମସ୍ତିଷ୍କ କୋଶିକାଗୁଡିକ ସଙ୍କୁଚିତ ହୋଇ ଏହି ସମସ୍ୟା ଦେଖାଯାଏ । ଏଥିସହ ପେଟରେ ଏସିଡ ସୃଷ୍ଟି ହୋଇ ଗ୍ୟାସ୍ କରେ ।

ମୋଟାପା: କମ୍ ପାଣି ପିଇବା ଦ୍ବାରା ମୋଟା ହେବାର ଆଶଙ୍କା ଥାଏ । କାରଣ ଗୋଟିଏ ଦିନରେ ଆମେ କେତେ ଖାଦ୍ୟ ଖାଉ ତା' ଉପରେ ନିର୍ଭର କରି ଶରୀର ପାଇଁ ଆବଶ୍ୟକ ପାଣି ପିଇବା ଉଚିତ୍ । ନହେଲେ ଖାଦ୍ୟ ଭଲରେ ହଜମ ହୋଇନଥାଏ। 

ମୁଖ ଦୁର୍ଗନ୍ଧ: କମ୍ ମାତ୍ରାରେ ପାଣି ପିଇଲେ ଗଳା ଓ ପାଟି ଶୁଖିଯାଏ । ଏହାଯୋଗୁଁ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ପାଟିରୁ ଦୁର୍ଗନ୍ଧ ହୋଇଥାଏ । ସେହିପରି ଶରୀରରେ ଜଳ ଅଭାବ ହେଲେ ଝାଳ ବୋହିବା ଓ ପରିସ୍ରା ମଧ୍ୟ କମ୍ ହୋଇଥାଏ । 

ଥକ୍କାପଣ, ଶୁଷ୍କ ତ୍ବଚା:ଶରୀର ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ଜଳ ଆବଶ୍ୟକ । ଜଳର ଅଭାବ ହେଲେ ଟିକିଏ କାମ କରିବା ପରେ ଭାରି ଥକ୍କା ଅନୁଭବ ହୋଇଥାଏ । ସେହିପରି ଜଳାଭାବ ହେତୁ ଚର୍ମ ଶୁଷ୍କ ହୋଇଯିବା, କୁଣ୍ଡେଇ ହେବା, ଡାର୍କ ସର୍କଲ ଓ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.