ପ୍ରମୂଖ ଖବର
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଆପଣ ବି ବ୍ୟାୟାମ ପରେ ତୁରନ୍ତ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ!

Published By : prameya | January 31, 2025 3:36 PM

ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ପ୍ରତିଦିନ ନିୟମିତ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି । ହେଲେ ବ୍ୟାୟାମ କରିବା ପରେ ପାଣି ସଂଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି...ତେବେ ହୋଇଯାାନ୍ତୁ ସାବଧାନ । କାରଣ ବ୍ୟାୟାମ କରିବା ପରେ ଶରୀରରୁ ଝାଳ ବୁହେ । ଏହା ସହିତ ଗଳା ଶୁଖିବା ଆରମ୍ଭ କରେ । ଏହି କାରଣରୁ ଅନେକ ଲୋକ ନିଜ ଶରୀରର ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ପାଇଁ ବ୍ୟାୟାମ ପରେ ତୁରନ୍ତ ଥଣ୍ଡା କିମ୍ବା ସାଦା ପାଣି ପିଇଥାନ୍ତି । କିନ୍ତୁ ବ୍ୟାୟାମ ପରେ ନିଜକୁ ହାଇଡ୍ରେଟେଡ୍ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ।

କାରଣ ବ୍ୟାୟାମ ଯୋଗୁଁ ନିର୍ଗତ ଝାଳ ଆମ ଶରୀରରେ ତରଳ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ସ ହ୍ରାସ ପାଇଥାଏ । ଏହି କାରଣରୁ ପାଣି ପିଇବା ଆବଶ୍ୟକ । ତଥାପି ବ୍ୟାୟାମ ପରେ ତୁରନ୍ତ ଥଣ୍ଡା ପାଣି ପିଇବା କ୍ଷତିକାରକ ହୋଇପାରେ । କାରଣ ବ୍ୟାୟାମ କରିବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଏ । ଏହି ପରିସ୍ଥିତିରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ବ୍ୟାୟାମ ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରା ହ୍ରାସ ପାଇପାରେ । ଏହି କାରଣରୁ ଆପଣଙ୍କୁ ଥଣ୍ଡା ଲାଗିବାର ସମ୍ଭାବନା ଅଧିକ । ଥଣ୍ଡା ପାଣି ପିଇବା ଦ୍ବାରା ଓଜନ ବୃଦ୍ଧି ହୋଇପାରେ । 

ସେଥିପାଇଁ ବିଶେଷଜ୍ଞମାନେ ବ୍ୟାୟାମ ପରେ ସାଧାରଣ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ଏହା କେବଳ ଓଜନ ହ୍ରାସ କରେ ନାହିଁ ବରଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦକୁ ମଧ୍ୟ ଦୂର କରେ । ବ୍ୟାୟାମ ପରେ ତୁରନ୍ତ ପାଣି ପିଇବା ଦ୍ବାରା ହୃଦସ୍ପନ୍ଦନ ମଧ୍ୟ ପ୍ରଭାବିତ ହୁଏ । କାରଣ ବ୍ୟାୟାମ କରିବା ପରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ । ଥଣ୍ଡା ପାଣି ପିଇବା ଦ୍ବାରା ହୃଦସ୍ପନ୍ଦନ ଏବଂ ରକ୍ତ ସଞ୍ଚାଳନ ହ୍ରାସ ପାଏ ।ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ବ୍ୟାୟାମ ଆରମ୍ଭ କରିବାର ଦୁଇ ଘଣ୍ଟା ପୂର୍ବରୁ 2 ରୁ 3 କପ୍ ପାଣି ପିଅନ୍ତୁ । ଏହା ସହିତ ଆପଣଙ୍କ ବ୍ୟାୟାମର ୨୦ ମିନିଟ୍ ପରେ ପାଣି ପିଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.