ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଅନ୍ଧାର ହୋଇଯିବ, ବାଜିବ ସାଇରନ୍ ଓ ଚାଲିବ ଅପରେସନ୍ : ଦେଶର ୨୪୪ଟି ଜିଲ୍ଲାରେ ଜାଣନ୍ତୁ କିଭଳି ରହିବ ମକ୍ ଡ୍ରିଲ୍

Published By : Prameya | May 6, 2025 3:35 PM

ନୂଆଦିଲ୍ଲୀ,୬।୫: ସାରା ଦେଶର ୨୪୪ ଟି ସ୍ଥାନରେ ଭାରତ ସରକାର ମକ୍ ଡ୍ରିଲର ଘୋଷଣା କରିଛନ୍ତି। ୭ ମଇରେ ଦେଶର ୨୪୪ ଟି ସ୍ଥାନରେ ଏହି ମକ୍ ଡ୍ରିଲ ହେବାର ଅଛି। ଯେଉଁଥିଲେ ଲୋକଙ୍କୁ ଏହା କୁହାଯାଇଛି ଯେ, କୌଣସି ଆକ୍ରମଣ କିମ୍ବା ବିପରୀତ ସ୍ଥିତିରେ ନିଜକୁ ବଞ୍ଚାଇବା ପାଇଁ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଜାରି ନିର୍ଦେଶରେ ପାକିସ୍ତାନର ଆଲୋଚନା କରାଯାଇ ନାହିଁ। କିନ୍ତୁ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଏହାର ଆୟୋଜନ ଖୁବ୍ ଗୁରୁତ୍ବପୂର୍ଣ୍ଣ। ୧୯୭୧ ପରେ ପ୍ରଥମ ଥର ଦେଶରେ ଏଭଳି ମକ୍ ଡ୍ରିଲ୍ ହେଉଛି। ଏହି ସମୟରେ ସାଇରନ୍‌ ବଜାଯିବ, କିଛି ସମୟ ପାଇଁ ବ୍ଲାକଆଉଟ୍ ହେବ ଓ ଲୋକଙ୍କୁ ବାାହାର କରିବାର ଅଭ୍ୟାସ କରାଯିବ।

ଏହି ମକ୍ ଡ୍ରିଲ୍‌କୁ ଗୃହମନ୍ତ୍ରଣାଳୟଙ୍କ ନିର୍ଦେଶରେ ସବୁ ରାଜ୍ୟରେ କରାଯାଉଛି। ଦେଶର ସେହି ୨୪୪ ଜିଲ୍ଲରେ ଏହି ମକ୍ ଡ୍ରିଲ୍‌ ହେବ। ଯେଉଁଠାରେ ସିଭିଲ ଡିଫେନ୍ସ ବିଭାଗ ଆକ୍ଟିଭ ରହିଛି। ଏହି ଏକ୍ସରସାଇଜ୍ ଗ୍ରାମୀଣ ସ୍ତରରେ ମଧ୍ୟ ହେବାର ଅଛି। ନିର୍ଦେଶରେ କୁହାଯାଉଛି ଯେ, ଏହା ଏଥିପାଇଁ କରାଯାଉଛି ଯେ, ସଙ୍କଟର ସ୍ଥିତିରେ ନାଗରିକଙ୍କ ସ୍ତରରେ କିଭଳି ପ୍ରସ୍ତୁତି ରହିଛି। ଏହି ଡ୍ରିଲ୍‌ରେ ସିଭିଲ ଡିଫେନ୍ସ ଓ୍ବାର୍ଡେନ୍ସ, ଭଲ୍ୟୁଣ୍ଟର, ହୋମ୍ ଗାର୍ଡସ୍, ଏନ୍‌ସିସି, ଏନ୍‌ଏସଏସ୍‌ର ଲୋକଙ୍କୁ ସାମିଲ କରାଯିବ। ଏହାଛଡା ସ୍କୁଲ ଓ କଲେଜ ଛାତ୍ର ଏଥିରେ ଭାଗ ନେବେ। ଏହାଛଡା ନୋଟିଫିକେସନ୍‌ରେ କୁହାଯାଇଛି ଯେ, ସାଧାରଣ ନାଗରିକଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାର ଅର୍ଥ ସାଧାରଣ ନାଗରିକଙ୍କୁ ମଧ୍ୟ କିଛି ଦୂର ପର୍ଯ୍ୟନ୍ତ ଏଥିରେ ସାମିଲ କରାଯାଇପାରେ। 

ଗୃହମନ୍ତ୍ରଣାଳୟ ସିକ୍ୟୁରିଟି ଡ୍ରିଲ ୯ ର ଉଦେଶ୍ୟ କହିଛି। ଏହାର ପ୍ରଥମ ଉଦେଶ୍ୟ ଏହା ଯେ, ଦେଶରେ ଏୟାର ରେଡ୍ ଓ୍ବାର୍ଣ୍ଣିଂ ସିଷ୍ଟମର ସ୍ଥିତିର ଆକଳନ ହୋଇପାରିବ। ଏହାଛଡା ଏହା ମଧ୍ୟ ଦେଖିବାର ଚେଷ୍ଟା ହେବ ଯେ, ବିମାନ ଆକ୍ରମଣର ସ୍ଥିତିରେ ଲୋକଙ୍କର  କ’ଣ ପ୍ରସ୍ତୁତି ରହିଛି। ଏହି ଡ୍ରିଲ ବେଳେ ଏୟାରଫୋର୍ସ ସହ ହଟ୍‌ଲାଇନ୍‌ ଓ ରେଡିଓ କମ୍ୟୁନିକେସନ୍‌କୁ ମଧ୍ୟ ଚେକ୍ କରାଯିବ। ଏହାଛଡା କନଟ୍ରୋଲ ରୁମ୍‌ର ମଧ୍ୟ ଆକଳନ କରାଯିବ। ନୋଟିଫିକେସନ୍‌ରେ କୁହାଯାଇଛି ଆମେ ଚାହୁଁଛୁ ସାଧାରଣ ନାଗରିକ ଓ ଛାତ୍ରଙ୍କ ଏହି ପ୍ରସ୍ତୁତି ରହିଛି କୌଣସି ବିପଦଜନକ ସ୍ଥିତିରେ ସେ ନିଜର ରକ୍ଷା କରିପାରିବେ। ଟ୍ରେନିଂ ବେଳେ ବ୍ଲାକଆଉଟ୍ ବେଳେ କିଭଳି ରକ୍ଷା କରିହେବ, ଏହାକୁ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ବ୍ଲାକଆଉଟ୍ ଡ୍ରିଲ ବେଳେ ଲୋକ ନିଜ ଘରର ଲାଇଟ୍‌କୁ କିଛି ସମୟ ପାଇଁ ବନ୍ଦ କରିବେ। କେବଳ ସେତିକି ନୁହେଁ ମକ୍ ଡ୍ରିଲ୍ ବେଳେ ଏୟାରଫିଲ୍ଡ, ରିଫାଇନାରୀ ଏବଂ ରେଳ ୟାର୍ଡସ୍‌ର ସୁରକ୍ଷାର ମଧ୍ୟ ଡ୍ରିଲ୍ କରାଯିବ।

ଦେଶର ଯେଉଁ ୨୪୪ ଜିଲ୍ଲାରେ ମକ୍ ଡ୍ରିଲ୍ ପ୍ରସ୍ତୁତି ଚାଲିଛି।  ଏଥିରେ ଅମ୍ବାଲା, ଫରିଦାବାଦ, ଗୁରଗ୍ରାମ୍, ହିସାର, ପଞ୍ଚକୁଲା, ପାନିପତ, ରୋହତକ, ସିରସା, ସୋନିପତ ଓ ଯମୁନା ନଗର ସାମିଲ ରହିଛି। ଏହାଛଡା ଗୁଜରାଟର ଅହମ୍ମଦାବାଦ, ଜାମନଗର, ଗାନ୍ଧୀନଗର,ଭାବନଗର, କାଣ୍ଡଲା, ଅଙ୍କେଲଶ୍ବର, ଓକା ରହିଛି। ଜମ୍ମୁ-କଶ୍ମୀରର ଅନନ୍ତନାଗ, ବଡଗାମ୍, ବାରାମୂଳା, ଡୋଡା, ଜମ୍ମୁ, କାରଗିଲ୍,କଠୁଆ, କୁପଓ୍ବାରା,ଲେହ, ପୁଞ୍ଛ, ରାଜୌରୀ, ଶ୍ରୀନଗର, ଉଦ୍ଧମପୁର, ସାମ୍ଭା, ଉରି, ନୌସେରା, ସୁନ୍ଦରବନି ଓ ଅବନ୍ତିପୁର ଓ ଅଖପୁର ସାମିଲ ରହିଛି।  ରାଜଧାନୀ ଦିଲ୍ଲୀରେ ମଧ୍ୟ ବହୁ ସ୍ଥାନରେ ଏହି ମକ୍ ଡ୍ରିଲ୍ ହେବ। ଉତ୍ତର ପ୍ରଦେଶର ସବୁ ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.