ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିନା ଏସି-କୁଲରରେ ଘରକୁ ଗରମ ସମୟରେ ଥଣ୍ଡା ରଖି ପାରିବେ ,ପଢନ୍ତୁ ଏହି ଟିପ୍ସ

Published By : Prameya | March 20, 2025 5:10 PM

ନୂଆଦିଲ୍ଲୀ : ଗରମ ଦିନରେ ପ୍ରତିବର୍ଷ ଅନେକ ଗୁଡ଼ିଏ ସମସ୍ୟା ଦେଖା ଦିଏ। ଗମ୍ ଗମ୍ ଝାଳ ବହିବା, ଘିମିରି, ରାସେସ୍‌ , ସନଟୈନ ଭଳି ରୋଗ ହୋଇ ଥାଏ। ଏଥିରୁ ଆଶ୍ୱସ୍ତି ପାଇବା ପାଇଁ ଲୋକେ ସର୍ବ ପ୍ରଥମେ ଘରେ ପଶିବା କ୍ଷଣି ଏସି ବା କୁଲର ଅନ୍‌ କରନ୍ତି। ଘଣ୍ଟା ଘଣ୍ଟା ଏସି ଓ କୁଲର ଚଲାଇ ରଖିବା ଦ୍ୱାରା ବିଜୁଳିର ବିଲ୍‌ ଅନେକ ଗୁଣ ବଢି ଯାଏ। ପାଣିପାଗ ବିଭାଗ ଅନୁସାରେ , ଚଳିତ ବର୍ଷ ଗରମରେ ତାପମାତ୍ରା ସାଧାରଣରୁ ଅଧିକ ଜାରି ରହିବ। ଯେଉଁଥିରେ ଆଶା କରାଯାଉଛି କି, ଚଳିତ ବର୍ଷ ଗରମ ଅଧିକ ରହିବ। ହୋଇପାରେ ଆପଣଙ୍କ ଘରେ ତ ଏବେ ଠାରୁ ପଙ୍ଖା ଚଲାଇବା ମଧ୍ୟ ଆରମ୍ଭ ହୋଇ ସାରିଥିବ ଏବଂ ଆଗାମୀ ୱିକେଣ୍ଡରେ ଆପଣ ଏସିର ସର୍ଭିସ କରାଇବାକୁ ମଧ୍ୟ ଭାବୁ ଥିବେ। କିନ୍ତୁ ଆପଣ କଣ ଏହି ସମର ସିଜନରେ ଗରମରୁ ବର୍ତ୍ତିବା ପାଇଁ କୌଣସି ଏମିତି ଉପାୟ ଜାଣିବାକୁ ଚାହିଁବେନି, ଯାହା ଘରକୁ ଥଣ୍ଡା କରିବାରେ ସହଜ ଉପାୟ ହେବ। 

ଗରମରେ ଘରକୁ ଥଣ୍ଡା ବଜାୟ ରଖିବାର ଏହି ଉପାୟ –

ଘରର ଡୋର ବନ୍ଦ ରଖନ୍ତୁ – 

ଯଦି ଆପଣ ଚାହୁଁଛନ୍ତି ଯେ, ଗରମ ଦିନରେ ଆପଣଙ୍କର ଘର ଥଣ୍ଡା ରହିବ ତ, ଦ୍ୱିପ୍ରହର ସମୟରେ ଘରର ଝରକା ଓ କବାଟ ବନ୍ଦ ରଖନ୍ତୁ। ଦିନର ଏହି ସମୟରେ ଗରମ ହଠାତ୍‌ ବଢି ଯାଏ। ଏଥିରେ ଦ୍ୱିପ୍ରହରରେ ଝରକା ଓ କବାଟରେ ପରଦା ଲଗାଇ ରଖନ୍ତୁ। କୁଲର ଚଲାଇବା ସ୍ଥାନରେ ଘରକୁ ଥଣ୍ଡା ରଖିବାର ଏହା ଏକ ଭଲ ଅପସନ । 

ଛାତରେ ପାଣିର ଛିଞ୍ଚନ – 

ଘରକୁ ଥଣ୍ଡା ରଖିବା ପାଇଁ ଆପଣ ଛାତ ଉପରେ ପାଣିର ଛିଞ୍ଚନ କରି ପାରିବେ। ଛାତ ଉପରେ ସିଧା ଖରା ପଡ଼ିବା ଦ୍ୱାରା ରୁମ୍ ଶୀଘ୍ର ଗରମ୍‌ ହୋଇଯାଏ। ଯେଉଁଥି ପାଇଁ ଉପର ରୁମ୍‌ରେ ରହୁଥିବା ଲୋକେ ଗରମରେ ସମସ୍ୟା ହୋଇଥାଏ। ଯଦି ଆପଣଙ୍କର ଅବସ୍ଥା ମଧ୍ୟ ପ୍ରତି ବର୍ଷ ଗରମରେ କିଛି ଏମିତି ହୋଇଥାଏ ତ ଆପଣଙ୍କର ଘରର ଛାତ ଉପରେ ପାଣିର ଛିଞ୍ଚନ କରି ପାରିବେ। 

ବିଜୁଳି ଉପକରଣର ବ୍ୟବହାର କମ୍‌ କରନ୍ତୁ – 

ବାହାର ନୁହେଁ ଘର ଭିତରର ଗରମକୁ ମଧ୍ୟ କମ୍‌ କରିବା ପାଇଁ ବିଜୁଳିରେ ଚାଲୁଥିବା ଉପକରଣ କମ୍ ବ୍ୟବହାର କରନ୍ତି। ଏମିତି କରିବା ଦ୍ୱାରା ଘର ଭିତରେ ଗରମ ହେବ ନାହିଁ। 

ହାଲକା ରଙ୍ଗର ପରଦା ଓ ବେଡ୍‌ ଶିଟ୍‌ – 

ଗରମ ପାଗରେ ଘରକୁ ଥଣ୍ଡା କରିବା ପାଇଁ ହାଲକା ରଙ୍ଗର ପରଦା ଓ ବେଡଶିଟ୍‌ର ବ୍ୟବହାର କରିବା ଠିକ୍‌ ରହିଥାଏ। ଗରମରେ ହାଲକା ରଙ୍ଗ ବ୍ୟବହାର କରିବା ଦ୍ୱାରା ଗରମ କମ୍ ଅନୁଭବ ହୁଏ। 

ଇଣ୍ଡୋର ପ୍ଲାଣ୍ଟର ସାହାଯ୍ୟ ନିଅନ୍ତୁ – 

ରୁମ୍‌ରେ ଲାଗିଥିବା ପ୍ଲାଣ୍ଟ ଗରମ ବାୟୁକୁ ଥଣ୍ଡା କରି ରଖିବାରେ ସାହାଯ୍ୟ କରି ପାରିବେ। ଉଲ୍ଲେଖନୀୟ ଯେ , ପ୍ଲାଣ୍ଟ ବାଷ୍ପୀକରଣ (ଟ୍ରାନ୍ସିରେସନ)ର ପ୍ରକ୍ରିୟା ମାଧ୍ୟମରେ ବାୟୁରେ ଆର୍ଦ୍ରତା ବଢି ଥାଏ, ଯେଉଁଥିରେ ରୁମ୍‌ର ତାପମାତ୍ରା କମ୍‌ ହୋଇ ଯାଏ ଏବଂ ସେଠାରେ ଥଣ୍ଡା ଜାରି ରହିଥାଏ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.