ନୂଆଦିଲ୍ଲୀ : ପ୍ରବଳ ଗରମ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଗ୍ରୀଷ୍ମ ଋତୁରେ ଟିକେ ଥଣ୍ଡା ଅନୁଭବ କରିବା ପାଇଁ ଆମେ କୁଲର ବ୍ୟବହାର କରିଥାଉ । କାରଣ ସବୁ ଲୋକ ଏସି କିଣିବା ସମ୍ଭବ ହୋଇନଥାଏ । ମାତ୍ର ପ୍ରାୟ ଲୋକ କୁଲର ଘରେ ବ୍ୟବହାର କରିଥାନ୍ତି । ଯେଉଁଥିରେ କିଛିଟା ଶାନ୍ତି ମିଳିଥାଏ । ଅସହ୍ୟ ଗରମରୁ ଘରେ ତ୍ରାହି ଦେଉଥିବା ଏହି କୁଲରରେ ପାଣି ଦିଆଯାଏ । ଆଉ ବେଳେ ଏମିତି ଏକ ଦୁର୍ଗନ୍ଧ ହୁଏ ଯାହାକି ନାକ ଫଟେଇ ପକାଏ । ଏମିତି ଲାକେ ଯେତିକି କିଛି ଗୋଟେ ମରିଯାଇଛି । ତେବେ ଏହି ଦୁର୍ଗନ୍ଧକୁ କେମିତି କରିବେ ଦୂର ? ଆପଣାନ୍ତୁ ଏହିସବୁ ସହଜ ଉପାୟ…
ଭଲଭାବେ ସଫା କରନ୍ତୁ ଏବଂ ପାଣି ବଦଳାନ୍ତୁ
ପ୍ରାୟ ଲୋକେ କୁଲରରେ ଦେଇଥିବା ପାଣିକୁ ବଦଳାଇବାକୁ ଭୁଲି ଯାଆନ୍ତି । କିଛିଦିନ ଏହି ପାଣି ରହିବା ପରେ ଦୁର୍ଗନ୍ଧ ବାହାରେ । ସବୁବେଳେ କୁଲରର ପାଣିକୁ ଭଲଭାବେ ସଫା କରନ୍ତୁ । ଏବଂ ପାଣିକୁ ବଦଳାନ୍ତୁ । ଅତି କମରେ ଦୁଇ-ତିନି ଦିନରେ ଥରେ ପାଣିକୁ ବଦଳାଇବାକୁ ଚେଷ୍ଟା କରନ୍ତୁ । ପାଣି ଗୁଡ଼ିକ ଅଧିକ ଦିନ ଜମି ରହିଲେ ଜୀବାଣୁ ହେବା ସହ ଏଥିରୁ ଦୁର୍ଗନ୍ଧ ବାହାରେ ।
ଭିନେଗାର କିମ୍ବା ଲେମ୍ବୁ ଦୂର କରିବ ଦୁର୍ଗନ୍ଧ
ସବୁବେଳେ କୁଲର ସଫା କରିବା ବେଳେ ଏଥିରେ ଧଳା ଭିନେଗାର ଏବଂ କିଛି ଲେମ୍ବୁ ରସ ମିଶାଇ ସଫା କରନ୍ତୁ। ଏଥିରେ ଥିବା ଜୀବାଣୁ ମରିବା ସହ ଦୁର୍ଗନ୍ଧ ଦୂର କରିବାରେ ଏହା ସହାୟକ ହୋଇଥାଏ । ଏହାସହ କୁଲରରୁ ଥଣ୍ଡା ପବନ ମଧ୍ୟ ବାହାରିଥାଏ ।
କୁଲରକୁ ସୂର୍ଯ୍ୟକିରଣରେ କିଛି ସମୟ ରଖନ୍ତୁ
ସବୁବେଳେ ସଫା କରିବା ପରେ ଏହାକୁ ଖରାରେ ରଖନ୍ତୁ । ଏଥିରେ ଥିବା ଜୀବାଣୁ ମଧ୍ୟ ମରିଯାଆନ୍ତି । ଏହାସହ ଏଥିରେ ଥିବା ଦୁର୍ଗନ୍ଧକୁ ମଧ୍ୟ ସହଜରେ ଗାଏବ କରିଥାଏ ।
କିପରି ସଫା କରିବେ କୁଲର ପ୍ୟାଡ୍ ?
ଯଦି କୁଲର ପ୍ୟାଡ୍ ପୁରୁଣା ଏବଂ ମଇଳା ହୋଇଯାଏ, ତେବେ ସେଗୁଡ଼ିକ ଦୁର୍ଗନ୍ଧ ମଧ୍ୟ ଆରମ୍ଭ କରିପାରେ। ତେଣୁ, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଦୁର୍ଗନ୍ଧ ରୋକିବା ପାଇଁ ସେଗୁଡ଼ିକୁ ସମୟ ସମୟରେ ଧୋଇ ଦିଅନ୍ତୁ କିମ୍ବା ଆବଶ୍ୟକ ହେଲେ ନୂତନ ପ୍ୟାଡ୍ ସହିତ ବଦଳାନ୍ତୁ। ମନେରଖନ୍ତୁ ଯେ ସଫା ପ୍ୟାଡ୍ ଥଣ୍ଡା, ତାଜା ପବନ ପ୍ରଦାନ କରେ।
ଏହାସହ ପଢ଼ନ୍ତୁ : ଜୋତା ପିନ୍ଧିବାକୁ ଭୁଲିଗଲେ ସରପଞ୍ଚ ସାହେବ, କ୍ୟାମେରାମ୍ୟାନଙ୍କୁ ମାଗିଲେ….