ନୂଆଦିଲ୍ଲୀ : ଅନେକ ସମୟରେ ଆପଣ ଟ୍ରିପ୍ରେ ଯିବା ବେଳେ ହଠାତ୍ କାରରେ ପଙ୍କଚର ହେବା ଏକ ସାଧାରଣ କଥା। କିନ୍ତୁ ଏଥିରେ ଯାତ୍ରାର ମଜା ମଧ୍ୟ ଖରାପ ହୋଇପାରେ, ଯଦି ରାସ୍ତାରେ ମେକାନିକ୍ ନମିଳନ୍ତି। କିନ୍ତୁ ଆପଣଙ୍କୁ ଏତେ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣଙ୍କୁ କହିବୁ ଯେ, କେମିତି ଆପଣ ନିଜେ କାରର ପଙ୍କଚର ଠିକ୍ କରି ପାରିବେ। କେମିତି ବିନା ମେକାନିକରେ ଆପଣ ଟାୟର ପଙ୍କଚର ଠିକ୍ କରି ପାରିବେ। ଯେଉଁଥିରେ ଯାତ୍ରାର ମଜା ମଧ୍ୟ ଖରାପ ହେବ ନାହିଁ ଏବଂ ପଇସା ବି ସେଭ୍ ହୋଇଯିବ।
କାର୍ ପଙ୍କଚର ହେବାରେ କରନ୍ତୁ ଏହି କାମ -
ପଙ୍କଚର ହେଲେ ସର୍ବପ୍ରଥମେ ଆପଣଙ୍କୁ ରାସ୍ତା କଡ଼କୁ ଯିବାକୁ ହେବ। ଆପଣ କାରକୁ ଧକ୍କା ଦେଇ ଯାଇ ପାରିବେ। ଯଦି ଆପଣଙ୍କ କାର୍ରେ ଟ୍ୟୁବଲେସ୍ ଟାୟାର ଅଛି ତ ଧିରେ ଧିରେ ଟାୟର ଘୂରାଇ ଓ ଲିକ୍ର ଶବ୍ଦ ଚେକ୍ କରନ୍ତୁ , ଏୟାର କେଉଁଠୁ ବାହାରୁଛି। ଆପଣ ଚାହିଁଲେ ସାବୁନର ପାଣି ମଧ୍ୟ ୟୁଜ କରି ପାରିବେ। ଟାୟରରେ ଲୁହା କଣ୍ଟା ଲାଗିଗଲେ ପଙ୍କଚର ହୋଇ ଯାଇ ଥାଏ।
ପାଣି ଓ ସାବୁନ ଦ୍ୱାରା ପଙ୍କଚର ଥିବା ଭାଗକୁ ସଫା କରନ୍ତୁ। ପଙ୍କଚର ଠିକ୍ କରିବା ପାଇଁ ଦୁଇଟି ଜିନିଷର ଆବଶ୍ୟକ ପଡ଼ିବ। ଯେଉଁଥିରେ ପଙ୍କଚର ରିପେୟାର କିଟ୍ ଓ ଏୟାର ଇନଫ୍ଲେଟର ସାମିଲ ଅଛି। ଯଦି ଟାୟରରେ ଲୁହା କଣ୍ଟା ଥାଏ ତ, ତାକୁ ପ୍ଲାୟରର ସାହାଯ୍ୟରେ ବାହାରକୁ କାଢି ଦିଅନ୍ତୁ।
ରିମରରେ ପଙ୍କଚର ଛିଦ୍ରକୁ ରିମ୍ କରନ୍ତୁ। ଏଥିରେ ଏହା ଚଉଡା ଓ ଚିକ୍କଣ ହୋଇଯିବ। ଏହାପରେ ପ୍ଲଗ୍ ଭଲ ଉପାୟରେ ଲାଗି ରହିବ। ଏବେ ରବର ସିମେଣ୍ଟକୁ ପଙ୍କଚର ଥିବା ଛିଦ୍ର ଓ ପ୍ଲଗ୍ ଉଭୟରେ ଲଗାଇ ଦିଅନ୍ତୁ। ପଙ୍କଚର ରିପେୟାର ଷ୍ଟ୍ରିପ୍କୁ ଛିଦ୍ରରେ ପୂରାଇ ଏହାକୁ ଦୃଢ ଭାବେ ଦବାନ୍ତୁ। ଧ୍ୟାନ ରଖନ୍ତୁ ଯେ, ପ୍ଲଗ୍ ଟାୟାରର ପୃଷ୍ଠ ସହ ସମତଳ ରହିବ।
ଏହାପରେ ଫଲୋ କରନ୍ତୁ ଏହି ଷ୍ଟେପ୍ –
ଏକଷ୍ଟ୍ରା ଷ୍ଟ୍ରିପ୍କୁ କାଟନ୍ତୁ ଏବଂ ଏହାକୁ କିଛି ମିନିଟ୍ ପାଇଁ ଶୁଖିବାକୁ ଦିଅନ୍ତୁ। ଭଲ ଭାବେ ଫିକ୍ସ ହେବା ପରେ ଟାୟର ଏୟାର ଇନଫ୍ଲେଟର ୟୁଜ୍ କରନ୍ତୁ। କାର ପାଇଁ ଯେଉଁ ଏୟାରର ପ୍ରେସର ସ୍ଥିର କରାଯାଇଛି, ଟାୟାରରେ ମଧ୍ୟ ସେତିକି ଏୟାର ଭରନ୍ତୁ। ଯଦି ଟାୟାରରେ ନିର୍ଦ୍ଦିଷ୍ଟ ଏୟାର ଠାରୁ କମ୍ ବା ଅଧିକ ଏୟାର ରହିବ ତ କ୍ଷତି ହୋଇ ପାରେ।
ଆପଣଙ୍କ ପାଖରେ ଟାୟାର ପ୍ରେସର ଗେଜ୍ ଯଦି ଥାଏ ତ, ଆପଣ ପ୍ରେସର ଲେବଲ ଚେକ୍ କରି ପାରିବେ। ଆପଣ କୌଣସି ବି ସ୍ଥାନୀୟ ଦୋକାନ ବା ଇ-କମର୍ସ ପ୍ଲାଟଫର୍ମରୁ ଟାୟାର ପଙ୍କଚର ରିପେୟାର କିଟ୍ ଓ ଟାୟର ଏୟାର ଇନଫ୍ଲେଟର କିଣି ପାରିବେ।