ନୂଆଦିଲ୍ଲୀ,୧୫/୦୪: ପ୍ରାୟ ସମସ୍ତେ କ୍ରେଡ଼ିଟ୍ କାର୍ଡର ବ୍ୟବହାର କରିଥାନ୍ତି । ତେବେ ବ୍ୟାଙ୍କ ଆକାଉଣ୍ଟକୁ କିପରି କ୍ରେଡ଼ିଟ୍ କାର୍ଡର ଟଙ୍କା ଟ୍ରାନ୍ସଫର ହୁଏ ଜାଣିଛନ୍ତି ? ଏ ନେଇ କେତେ ଖର୍ଚ୍ଚ ଲାଗେ ଜାଣନ୍ତୁ ଏହି ଖବରରେ ।
କ୍ରେଡ଼ିଟ କାର୍ଡରେ ଟଙ୍କା ଥିଲେ ସହଜରେ ଲୋନ୍ ମିଳିଯାଏ । ଏହା ସହିତ ଭଲ ପଏଣ୍ଟ ବି ମିଳିଥାଏ । ବ୍ୟାଙ୍କ ଆକାଉଣ୍ଟକୁ କ୍ରେଡ଼ିଟ୍ କାର୍ଡ ଟଙ୍କା ପଠାଇ ହେବ । ଏ ନେଇ କିଛି ଚାର୍ଜ ମଧ୍ୟ ଲାଗିଥାଏ । କ୍ରେଡ଼ିଟ୍ କାର୍ଡ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ୩ଟି ପ୍ରକ୍ରିୟା ରହିଛି । ପ୍ରଥମେ ନେଟ୍ ବ୍ୟାଙ୍କିକ୍, ଦ୍ବିତୀୟ ଇ-ୱାଲେଟ ଓ ତୃତୀୟ ଏଟିଏମ୍ ଜରିଆରେ ଟଙ୍କା ଟ୍ରନ୍ସଫର କରିହେବ । ଇ-ୱାଲେଟ ଆପ୍ରେ ବିକଳ୍ପ ଚୟନ କରନ୍ତୁ । ସେଠାରେ 'ଆଡ଼ ମନି' ବିକଳ୍ପରେ କ୍ଲିକ୍ କରନ୍ତୁ । କ୍ରେଡ଼ିଟ୍ କ୍ୟାସକୁ କ୍ଲିକ୍ କରନ୍ତୁ । ଏହା ପରେ ବ୍ୟାଙ୍କ ଟ୍ରାନ୍ସଫର ବିକଳ୍ପ ଚୟନ କରି ଆକାଉଣ୍ଟ ନମ୍ବର ଦେଇ ଆଇଏଫଏସସି କୋଡ଼ ଦିଅନ୍ତୁ । ଏହା ପରେ ଟଙ୍କା ଟ୍ରାନ୍ସଫର ହୋଇଯିବ । ଏହି ପ୍ରୋସେସ୍ ପାଇଁ ଅଲଗା ଅଲଗା ପଇସା ଲାଗେ । ସାଧାରଣତଃ ୨-୫% ମଧ୍ୟରେ ଚାର୍ଜ ଲାଗିଥାଏ ।
ନେଟ୍ ବ୍ୟାଙ୍କିକ୍ ଟ୍ରାନ୍ସଫର ପ୍ରଣାଳୀ- ଅନଲାଇନ୍ ବ୍ୟାଙ୍କିକ୍ ଜରିଆରେ ସିଧାସଳଖ କ୍ରେଡ଼ିଟ କାର୍ଡରୁ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିହେବ । ଏ ନେଇ ବ୍ୟାଙ୍କ ଆଧାରରେ ଚାର୍ଜ ଅଲଗା ଅଲଗା ରହିଥାଏ ।
.ଷ୍ଟେପ ୧ : ତୁମ ବ୍ୟାଙ୍କ ୱେବ୍ସାଇଟ୍ ଖୋଲନ୍ତୁ
.ଷ୍ଟେପ ୨ : କ୍ରେଡି଼ଟ କାର୍ଡ ଆକାଉଣ୍ଟ ଲଗ ଇନ୍ କରୁନ୍ତୁ
.ଷ୍ଟେପ ୩ : ଏହାପରେ ଟ୍ରାନ୍ସଫର ବିକଳ୍ପ ଚୟନ କରନ୍ତୁ
.ଷ୍ଟେପ ୪ : ଯେତିକି ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ଏଣ୍ଟର କରନ୍ତୁ
.ଷ୍ଟେପ ୫ : ମଗାଯାଇଥିବା ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ
.ଷ୍ଟେପ ୬ : ଟ୍ରାଜାକ୍ସନ ଶେଷ ହେବା ଯାଏ ଅପେକ୍ଷା କରନ୍ତୁ
ଅଧିକ ପଢନ୍ତୁ...ବାଣିଜ୍ୟ ଯୁଦ୍ଧ, ମାନ୍ଦାବସ୍ଥା ଆଶଙ୍କା ଯୋଗୁ ବଢ଼ୁଛି ସୁନା ଦର, ବର୍ଷକରେ ବଢିଲାଣି ୧୭ ହଜାରରୁ ଅଧିକ
ଯଦି ଆପଣଙ୍କର ତୁରନ୍ତ ଟଙ୍କା ଦରକାର ମାତ୍ର ଫୋନ୍ରେ ଇଣ୍ଟରନେଟ୍ ନାହିଁ । ଫୋନ୍ କଲରେ ମଧ୍ୟ ଟଙ୍କା ଟ୍ରାନ୍ସଫର ହୋଇପାରିବ । ଏ ନେଇ ପ୍ରଥମେ କ୍ରେଡ଼ିଟ କାର୍ଡ କମ୍ପାନୀକୁ ଫୋନ୍ କରନ୍ତୁ । ଫଣ୍ଡ ଟ୍ରାନ୍ସଫର ପାଇଁ ଅନୁରୋଧ କରନ୍ତୁ । ଯେତିକି ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିନ୍ତ କରନ୍ତୁ । ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହିତ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ ।