ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

କିପରି ହେବ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ? ବଡ଼ ଦାବି କଲେ ଟ୍ରମ୍ପ

Published By : Soubhagya Ranjan | May 18, 2025 6:21 PM

Image source: TV9

ନୂଆଦିଲ୍ଲୀ,୧୮/୦୫: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଚୁକ୍ତିର ସମୟ ଏବଂ ପ୍ରକୃତି ଉପରେ ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ଆମେରିକାରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ଶୁଳ୍କ ହଟାଇବାକୁ ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ, ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ଏକ ଚୁକ୍ତି ହେବାକୁ ଯାଉଛି। ସେ କହିଛନ୍ତି ଯେ,, କ’ଣ ଆପଣ ଜାଣନ୍ତି କି, ସେମାନେ (ଭାରତ) ଆମେରିକା ପାଇଁ ସେମାନଙ୍କର ଶୁଳ୍କ ୧୦୦ ପ୍ରତିଶତ ହ୍ରାସ କରିବାକୁ ଇଚ୍ଛୁକ? ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପ କହିଛନ୍ତି ଯେ ଭାରତ ସହିତ ଚୁକ୍ତି କରିବା ପାଇଁ ତାଙ୍କର କୌଣସି "ଝଗଡା" ନାହିଁ। ଭାରତ ସହିତ ବାଣିଜ୍ୟିକ ଚୁକ୍ତି ବିଷୟରେ ସେ କ’ଣ କହିଛନ୍ତି, ଆସନ୍ତୁ ଜାଣିବା...

ଟେଡ୍‌ ଡିଲ୍‌କୁ ନେଇ ଟ୍ରମ୍ପଙ୍କ ବଡ଼ ଦାବୀ:

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ତଥାପି, ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ପ୍ରସ୍ତାବିତ ବାଣିଜ୍ୟିକ ଚୁକ୍ତି ପାଇଁ ସେ ତପ୍ତର ନୁହଁନ୍ତି। ଆମେରିକା ରାଷ୍ଟ୍ରପତି ବାରମ୍ବାର ଦାବି କରିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ସମସ୍ତ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତାବ ଦେଉଛି। ଏହାକୁ ଦୃଷ୍ଟିରେ ରଖି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ନୂଆଦିଲ୍ଲୀରେ କହିଛନ୍ତି ଯେ "ଯେକୌଣସି ବାଣିଜ୍ୟିକ ଚୁକ୍ତି ପାରସ୍ପରିକ ଲାଭଦାୟକ ହେବା ଉଚିତ।"

ଓ୍ବାଶିଂଟନରେ ପିୟୁଷ ଗୋଏଲ:

ଭାରତ ଏବଂ ଆମେରିକା ବାଣିଜ୍ୟିକ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା କରୁଛନ୍ତି। ଜୟଶଙ୍କର ଗୁରୁବାର କହିଥିଲେ ଯେ ଏଗୁଡ଼ିକ ଜଟିଳ ଏବଂ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଅଟେ। ସବୁକିଛି ସ୍ଥିର ନହେବା ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୁଏ ନାହିଁ। ବାଣିଜ୍ୟିକ ଚୁକ୍ତି ପାରସ୍ପରିକ ଲାଭଦାୟକ ହେବା ଉଚିତ। ପ୍ରସ୍ତାବିତ ବାଣିଜ୍ୟିକ ଚୁକ୍ତି ପାଇଁ ଆଲୋଚନାର ଅଗ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ବର୍ତ୍ତମାନ ୱାଶିଂଟନରେ ଅଛନ୍ତି। ସେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରୀଅରଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.