ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ, ଦେଶୀ ମଦ ଜବତ

Published By : Harapriya Sethi | February 1, 2025 9:01 AM

ଭୁବନେଶ୍ୱର,୦୧/୦୨: ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । ଯଶିପୁର, ସୁକ୍ରୁଳି, କରଞ୍ଜିଆ ଓ ଠାକୁରମୁଣ୍ଡା ଅବକାରୀ ବିଭାଗର ମିଳିତ ଚଢ଼ାଉ । ଦରି ନିକଟସ୍ଥ ଜରା ନାଳ ନିକଟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାରୁ ସେଠାରେ ଚଢାଉ କରି ୫୮୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୧୨୦ ଲିଟର ଦେଶୀ ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ । 

ସୂଚନା ମୁତାବକ, କରଞ୍ଜିଆ ଥାନା ଦରି ନିକଟସ୍ଥ ଜରା ନାଳ ନିକଟରେ ମଦ ପ୍ରସ୍ତୁତ କରାଯାଉଥିବା ନେଇ ଅବକାରୀ ବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଦେଶୀ ମଦ ରନ୍ଧା ଯାଉଥିବା ସମୟରେ ଉକ୍ତ ସ୍ଥାନରେ ଚଢ଼ାଉ କଲା ଅବକାରୀ ବିଭାଗ । ଚଢ଼ାଉ ସମୟରେ ସମସ୍ତ ମଦ ମାଫିଆ ଫେରାର ହୋଇଯାଇଥିବା ବେଳେ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇ ଦେଶୀ ମଦ ଜବତ କରାଯାଇଛି । ଉକ୍ତ ସ୍ଥାନରୁ ୫୮୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୧୨୦ ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି । ଏନେଇ ସମସ୍ତ ସୂଚନା ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଛି ।  

ଗାଡ଼ିରେ ବୀମା ନଥିଲେ ଜରିମାନା, ରାଜ୍ୟର ୨୨ ଟୋଲ୍ ଗେଟ୍‌ରେ ଇ-ଡିଟେକ୍ସନ୍‌ ଜରିଆରେ କଟିବ ଚାଲାଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.