ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଗାଡ଼ିରେ ବୀମା ନଥିଲେ ଜରିମାନା, ରାଜ୍ୟର ୨୨ ଟୋଲ୍ ଗେଟ୍‌ରେ ଇ-ଡିଟେକ୍ସନ୍‌ ଜରିଆରେ କଟିବ ଚାଲାଣ

Published By : Prameya | February 1, 2025 8:35 AM

କଟକ, ୦୧/୦୨: ଫେବ୍ରୁଆରୀ ପହିଲାରୁ ରାଜ୍ୟର ୨୨ଟି ଟୋଲ୍‌ ଗେଟ୍‌ରେ ବୀମା କରିନଥିବା ଗାଡ଼ି ଉପରେ ଜରିମାନା ଲାଗୁ ହୋଇଛି। ଏଣିକି ଟୋଲ୍‌ ଗେଟ୍‌ରେ ଲାଗୁ ବୈଷୟିକ କୌଶଳ  ଅନୁସାରେ ଏକ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ଗାଡ଼ିର ଇ-ଚାଲାଣ କଟାଯିବ । ଟୋଲ୍‌ଗେଟ୍‌ ଅତିକ୍ରମ କରିବା ମାତ୍ରେ ବୀମା ନଥିବା ଗାଡ଼ିର ମାଲିକଙ୍କ ପାଖକୁ ଜରିମାନା ଚାଲାଣ କଟିବ । ଏଥିପାଇଁ ଇ-ଡିଟେକ୍ସନ୍‌ ବ୍ୟବସ୍ଥାରେ ବୀମା ସଂପର୍କିତ ସୂଚନାକୁ  ଯୋଡ଼ିବା ପ୍ରକ୍ରିୟା ଶେଷ ହୋଇଛି ।  

ମୋଟର ଯାନ ଆଇନ ଧାରା ୧୪୬ ଅନୁଯାୟୀ ସବୁ ଗାଡ଼ି ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଂଘନ  କରି ବୀମା କରୁନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ  ପରିବାର ଅନୁକମ୍ପାମୂଳକ ବୀମା ରାଶି  ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ  ନେଇ ସରକାରଙ୍କ ପକ୍ଷରୁ ଉଦ୍‌ବେଗ  ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି  ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ଆୟୁକ୍ତ  ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଇ-ଡିଟେକ୍ସନ୍‌ ବ୍ୟବସ୍ଥାରେ ପରମିଟ୍‌, ଫିଟନେସ୍‌,  ଟିକସ ଉଲ୍ଲଂଘନକାରୀ ଗାଡ଼ିକୁ ଟୋଲଗେଟରେ ଚିହ୍ନଟ କରାଯାଉଥିଲା । ଏବେ  ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ ।  ଏନଫୋର୍ସମେଣ୍ଟରେ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ  ନିଷ୍ପତ୍ତି ହୋଇଛି । ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ  ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।  

ବୀମା ନଥାଇ ଟୋଲ୍‌ଗେଟ୍‌ ଦେଇ ଅତିକ୍ରମ କରୁଥିବା ଗାଡ଼ି ପ୍ରଥମ ଥର  ଧରାପଡ଼ିଲେ ଗାଡ଼ି ମାଲିକଙ୍କୁ ୨ ହଜାର ଟଙ୍କାର ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ  ଜେଲ୍‌ ଦଣ୍ଡ ଦିଆଯିବ । ଯଦି ସେହି ଗାଡ଼ି ଦ୍ୱିତୀୟ ଥର ପାଇଁ ଟୋଲ୍‌ଗେଟ୍‌ରେ  ଧରାପଡ଼େ ତାହେଲେ ଗାଡ଼ି ମାଲିକଙ୍କୁ ୪ହଜାର ଟଙ୍କା ଜରିମାନା ନଚେତ୍‌ ୩  ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.