ଭବାନୀପାଟଣା,୧୧/୦୫: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ହାତୀମୁଣ୍ଡା ରେତ ଡ୍ୟାମ୍ ନିକଟ ଖାଇଙ୍ଗ ଜଙ୍ଗଲରେ ବେଆଇନ୍ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ଚାଲିଥିବା ବେଳେ ଅବକାରୀ ବିଭାଗର ଚଢାଉ । ଚଢାଉ କରି ୨୭ଟି ପ୍ଲାଷ୍ଟିକ ଡ୍ରମ୍ ମହୁଲ ପୋଚ ସହ ୨୨୦ ଲିଟର ଦେଶି ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ହେଲେ ମଦ ମାଫିଆ ଫେରାର ମାରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ହାତୀମୁଣ୍ଡା ରେତ ଡ୍ୟାମ୍ ନିକଟ ଖାଇଙ୍ଗ ଜଙ୍ଗଲରେ ଚଢାଉ କରାଯାଇଛି । ଚଢାଉ କରି ୨୭ଟି ପ୍ଲାଷ୍ଟିକ ଡ୍ରମ୍ ମହୁଲ ପୋଚ ସହ ୨୨୦ ଲିଟର ଦେଶି ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ହେଲେ ମଦ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଓଆଇସି ତିଳକ ରାମ ନାଏକଙ୍କ ସମେତ ପ୍ରଦ୍ୟୁମ୍ନ ନାଏକ, ଅଶୋକ ପ୍ରଧାନ, ଅମରେନ୍ଦ୍ର ମାଝୀ, ଶାମୁଲ ଆଚାର୍ଯ୍ୟ, କିଶନ ଗଉଡ଼, ମହାଦେବ ମାଝୀ, ରାଜକୁମାରୀ ଶବର ଏହି ଚଢ଼ାଉରେ ସାମିଲ ଥିଲେ ।