ଉତ୍ତରପ୍ରଦେଶ, ୧୫।୯: ହେଲମେଟ୍ ନ ପିନ୍ଧିବାରୁ ମୋବାଇଲକୁ ଆସୁଛି ଚାଲାଣର ଲମ୍ୱା ଚଉଡ଼ା ମେସେଜ୍ । ଦୁଇ ଚକିଆ ଯାନ ପାଇଁ ନୁହେଁ, ଚାରି ଚକିଆ ଯାନ ପାଇଁ । ଏମିତି ଜଣେ କାର ଚାଳକଙ୍କ ସାଙ୍ଗରେ ଘଟିଛି ବ୍ୟକ୍ତି ଜଣକ କାର୍ ଚଳାଇ ଘରକୁ ଫେରିଲେ । ମୋବାଇଲକୁ ମେସେଜ ଆସିଲା ଯେଉଁଥିରେ ସେ ହେଲମେଟ ପିନ୍ଧିନଥିବାରୁ ଫାଇନ କଟିଥିବା ଲେଖାଥିଲାଉତ୍ତରପ୍ରଦେଶ ଗାଜିଆବାଦରେ ଏଭଳି ଅଜବ ମାମଲା ସାମନାକୁ ଆସିଛିଜଣେ କାର ଚାଳକଙ୍କର ହେଲମେଟ ନ ପିନ୍ଧିଥିବା ପାଇଁ ଫାଇନ ଆସିଛି । ତେବେ ବାସ୍ତବରେ ଘଟଣା କ’ଣ ଆସନ୍ତୁ ଜାଣିବା । ଗାଜିଆବାଦରେ ଟ୍ରାଫିକ ପୁଲିସର ଅବହେଳାର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି ।

challan

ଜଣେ କାର ମାଲିକଙ୍କୁ ହେଲମେଟ୍ ପିନ୍ଧି ନଥିବାରୁ ମୋଟର ଯାନ ଆଇନ ଅନୁଯାୟୀ, ହଜାରେ ଟଙ୍କା ଜରିମାନା କଟାଯାଇଥିଲା । ଯେତେବେଳେ ଏ କାର୍ ମାଲିକ ଜଣକ ପୁଲିସକୁ ଘଟଣା ସମ୍ପର୍କରେ ପଚାରିଲେ ସ୍ଥାନୀୟ ପୁଲିସ ଅଧିକାରୀ ଏହାକୁ କୌଣସି ତ୍ରୁଟି ବୋଲି କହିଛି । ସୋସିଆଲ ମିଡିଆରେ ଏକ ଚାଲାଣର ଫଟୋ ଭାଇରାଲ ହେବା ପରେ ଏହି ମାମଲା ଚର୍ଚ୍ଚାକୁ ଆସିଥିଲା, ଯେଉଁଥିରେ ଦୁଇ ଚକିଆ ଯାନ ପାଇଁ ଉଲ୍ଲଂଘନ ଉଲ୍ଲେଖ କରାଯାଇଥିଲା କିନ୍ତୁ ଫଟୋଟି ଏକ କାର୍‌ର ଥିଲା । ଏହି ଫଟୋ ସ୍ଥାନୀୟ ପଞ୍ଜୀକରଣ ନମ୍ବର ଥିବା ଏକ କାର୍‌ର ଥିଲା । ସୋମବାର ଜାରି ହୋଇଥିବା ଚାଲାଣରେ ଦୁଇ ଚକିଆ ଯାନ ସମ୍ବନ୍ଧୀୟ ଉଲ୍ଲଂଘନ ଉଲ୍ଲେଖ କରାଯାଇଥିଲା ଏବଂ ରାଜ ନଗର ଏକ୍ସଟେନସନର ଅଜ୍ଞାରା ସୋସାଇଟି ଛକ ନିକଟରେ ପାର୍କିଂ ହୋଇଥିବା ଏକ କାର୍‌ର ଫଟୋ ଥିଲା । ​​​​​​​

helmet

ବ୍ୟକ୍ତି ଜଣକ ନିଜ ଫୋନରେ ଏଭଳି ମେସେଜ ଆସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ଟ୍ରାଫିକ ନିୟମ ଅନୁସାରେ, କାର୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁଏହି ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ କରିଦେଲା ଯେ, ଚାଲାଣ ଜାରି କରିବା ସମୟରେ କୌଣସି ଅବହେଳା ହୋଇଛି ଅଧିକାରୀମାନେ କହିଛନ୍ତି ଯେ, ଜଣେ ଟ୍ରାଫିକ୍ ସବ୍-ଇନସ୍ପେକ୍ଟର ନୋ-ପାର୍କିଂଜୋନ୍‌ରେ ପାର୍କିଂ ହୋଇଥିବା ଏକ କାରର ଫଟୋ ଉଠାଇଥିଲେ କିନ୍ତୁ, ଅସାବଧାନତାବଶତଃ ଏହି ଫଟୋଟି ଏକ ଦୁଇ ଚକିଆ ଯାନର ଚାଲାଣରେ ଲଗାଯାଇଥିଲା । ଏହି ଘଟଣାର ପ୍ରତିକ୍ରିୟା ଦେଇ ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ ଟ୍ରାଫିକ୍ ସଚିଦାନନ୍ଦ କହିଛନ୍ତି, “ଏହା କେବଳ ଏକ ମାନବୀୟ ତ୍ରୁଟି । ଏହା କିପରି ଘଟିଲା ତାହା ଉପରେ ଆମେ ତଦନ୍ତ କରୁଛୁ ସୋସିଆଲ ମିଡିଆରେ ଏ ଘଟଣାକୁ ପୁଲିସର ଅବହେଳା ବୋଲି ଅନେକ ୟୁଜର୍ସ କହିଛନ୍ତି କିଛି ୟୁଜର୍ସ ଲେଖିଛନ୍ତି ଏବେ କେବଳ ବାଇକ ନୁହେଁ କାର୍ ଚଳାଇବା ବେଳେ ବି ହେଲମେଟ୍ ପିନ୍ଧିବାକୁ ହେବ

​​​​​​​