ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ : ସ୍ବାମୀ ହିଁ ଷଡଯନ୍ତ୍ରକାରୀ

Published By : Suraj Kumar | November 5, 2024 8:49 PM

ଲମତାପୁଟ,୫।୧୧ : ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରି ସୁନା ଗହଣା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ସ୍ବାମୀ ହିଁ ଏହି ଘଟଣାର ଷଡଯନ୍ତ୍ରକାରୀ ବୋଲି ଜଣାପଡିଛି ।  ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ବାମୀ ହିଁ ଯୋଜନା କରିଥିଲା ବୋଲି ପୋଲିସ ସୂଚନା ଦେଇଛି। ଏହି ହତ୍ୟା ଘଟଣାରେ   ସ୍ବାମୀ ମହେନ୍ଦ୍ର ଖରା ଓ ତାଙ୍କର ୨  ସାଙ୍ଗକୁ ପୋଲିସ ଗିରଫ କରିଛି। 

ପୋଲିସ ସୂଚନା ଅନୁଯାୟୀ ୭ମାସ ପୂର୍ବେ ମହେନ୍ଦ୍ର ବିବାହ କରିଥିଲା ଶାବି ଖରାଙ୍କୁ l ସାବିଙ୍କ ସହ ବୈବାହିକ ସମ୍ପର୍କ ରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା l ଶାବିଙ୍କୁ   ହତ୍ୟା କରିବା ପାଇଁ ସ୍ୱାମୀ ମହେନ୍ଦ୍ର ଯୋଜନା କରିଥିଲା l ନିକଟ   ମାଳିଖୁଡୁବି ଗ୍ରାମର ଦୁଇ ସାଙ୍ଗଙ୍କୁ ସବୁ କଥା କହି ହତ୍ୟା ପାଇଁ ଯୋଜନା ଆରମ୍ଭ ହୋଇଥିଲା l  ସୋମବାର ସ୍ତ୍ରୀ  ଶାବିର ଆଧାର ଅପଡେଟ କରିବା ବାହାନାରେ ନିଜ ଗ୍ରାମ ହରିଆମୁଣ୍ଡାରୁ ନନ୍ଦପୁର ନେଇଯାଇଥିଲା ମହେନ୍ଦ୍ର l ସେଠାରୁ ସମୟ ବିତାଇ ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ।ଗାଁ ମୁଣ୍ଡରୁ ମାତ୍ର ଦୁଇକିଲୋମିଟର ଦୂରରେ ଏକ ଜଙ୍ଗଲ ନିକଟରେ ସ୍ତ୍ରୀକୁ ଓହ୍ଲାଇ ସହଯୋଗୀ ସାଙ୍ଗଙ୍କ ସହ ପୂର୍ବ ଯୋଜନା ଅନୁଯାୟୀ ଏକ କାଠ ଫାଳିଆରେ ଆକ୍ରମଣ କରି ରାସ୍ତା କଡ଼ ବ୍ରିଜରେ ଫିଙ୍ଗି ଦେଇଥିଲେ l ସହଯୋଗୀ ଦୁଇ ସାଙ୍ଗଙ୍କୁ କହି ମହେନ୍ଦ୍ର ନିଜେ ନିଜକୁ ଗଛରେ ବାନ୍ଧି ଦେଇଥିଲା। ସ୍ତ୍ରୀ ବେକରୁ ସୁନା ଗହଣା କାଢ଼ିବା ଏକ ଲୁଟ ର ଚିତ୍ର ଦର୍ଶାଇ ଘଟଣା କୁ ଅନ୍ୟ ମୋଡ଼ ଦେଇଥିଲା l କିନ୍ତୁ ନନ୍ଦପୁର ପୋଲିସ ଘଟଣାର ତଦନ୍ତ କରି ଗୁମର ଖୋଲିଛି l ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ ଷଡଯନ୍ତ୍ର ରଚିଥିବା ଜାଣିବାକୁ ପାଇଥିଲ l ସ୍ୱାମୀ ମହେନ୍ଦ୍ର ଖରାଙ୍କ ଦୁଇ ସାଙ୍ଗ ମାଳି ଖୁଡିବି ଗ୍ରାମର ମହେଶ ମାଲି ଏବଂ ସୋମନାଥ ଭୋଇ ଏଥିରେ ସାମିଲ ହୋଇଥିବା ଜାଣିବାକୁ ପାଇଥିଲା l ଏମାନେ ୮ ଦିନ ପୂର୍ବରୁ ସାବି ଙ୍କୁ ହତ୍ୟା କରିବା ଯୋଜନା କରିଥିଲେ  l ସୋମବାର ହତ୍ୟା କରିବା ପରେ ଲୁଟ ର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଚାପି ଦେବାକୁ ଯୋଜନା କରିଥିଲେ l କିନ୍ତୁ ପୋଲିସ ଅଭିଯୁକ୍ତର ସିଡିଆର ରିପୋର୍ଟକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା I ସ୍ୱାମୀ ଦୁଇ ସାଙ୍ଗଙ୍କୁ ସେହି ସମୟରେ ଫୋନ କରି ଡାକିବା ଏବଂ ତିନିଜଣ ଙ୍କ ଫୋନ ଏକା ଜାଗାରେ ରହିବା ପୋଲିସ ଏହି ଆଧାର ରେ ନେଇ ତଦନ୍ତ ଆରମ୍ଭ କରି ସଫଳତା ପାଇଥିଲା ବୋଲି ସୁନାବେଡା ଏସଡିପିଓ  ମନବ୍ରତୀ ଶତପଥୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.