ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଭିନ୍ନ ଜାତିରେ ବିବାହ କରିଥିଲେ ବୋଲି ମଲା ପରେ ବି ମିଳିଲାନି କାନ୍ଧ; ପତ୍ନୀ, ଝିଅ ଖଟରେ ବୋହିନେଲେ ଶବ

Published By : Prameya | February 28, 2025 10:52 AM

ବଇଣ୍ଡା,୨୮/୦୨: ଏକବିଂଶ  ଶତାବ୍ଦୀରେ ବି କଠୋର ଜାତିପ୍ରଥା । ବାସନ୍ଦ କଟକଣାରୁ ମରିଗଲା ମାନବିକତା । ଭିନ୍ନ ଜାତିରେ ବିବାହ କରିବାରୁ ଜିଇଁଥିବା ବେଳେ ପରିବାର କି ଶ୍ୱଶୁର ଘର ଲୋକ ମୁହଁକୁ ତ ଚାହୁଁ ନ ଥିଲେ ଗୁରୁବାର ଅକାଳ  ମୃତ୍ୟୁ ପରେ ଶବକୁ କାନ୍ଧଦେବାକୁ ବି  ଆସିଲେନି । ବିଧବା ପତ୍ନୀ ନାବାଳିକା ଝିଅ ସହ ଖଟରେ ବୋହି ସ୍ୱାମୀଙ୍କ ମରଶରୀର ମଶାଣିକୁ ନେବା ଘଟଣା ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍‌ ବଇଣ୍ଡା ଅଞ୍ଚଳରେ  ଆଲୋଡ଼ନ ଖେଳାଇ ଦେଇଛି ।  

ସ୍ଥାନୀୟ ପୁଲିସ୍‌, ବ୍ଲକ୍‌ କି ତହସିଲ୍‌  ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ  ଏ ଦିଗରେ କୌଣସି ସହାୟତା ମିଳି ନ  ଥିଲା । ପରନ୍ତୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କ  ପକ୍ଷରୁ ଶବଦାହ ପାଇଁ କାଠ ଓ ଅନ୍ୟାନ୍ୟ  ସାମଗ୍ରୀ ଯୋଗାଇ ଦିଆଯିବାରୁ ଘରପାଖ  ଶ୍ମଶାନରେ ଯୁବକଙ୍କ ଅନ୍ତ୍ୟେଷ୍ଟି କ୍ରିୟା  ସମ୍ପନ୍ନ ହୋଇଛି । 

ସୂଚନା ଅନୁଯାୟୀ,  ଆଠମଲ୍ଲିକ ଥାନା ପେଣ୍ଡରାବସା ଗ୍ରାମର  ପ୍ରକାଶ ପ୍ରଧାନ(୪୫) ୧୫ ବର୍ଷ ତଳେ  ନୁନୁକାପଶି ପଞ୍ଚାୟତ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ୱାଳଙ୍କୁ ପ୍ରେମ ବିବାହ  କରିଥିଲେ । ଦୁହେଁ ଭିନ୍ନ ଜାତିର । ପାଲା  ଗାୟକଙ୍କ ସହଯୋଗୀ ଭାବରେ ଉଭୟ  କାମ କରୁଥିଲେ। ହେଲେ ବିବାହ ପରଠାରୁ  ପ୍ରକାଶ ଓ ରୀତାଙ୍କ ପରିବାର ଦମ୍ପତିଙ୍କୁ  ଗ୍ରହଣ କରିପାରିନଥିଲେ । ଉଭୟଙ୍କ  ଜାତି ଅଲଗା ହୋଇଥିବାରୁ ସମାଜର  କଟକଣାକୁ ଡରି ପ୍ରକାଶ ଓ ରୀତାଙ୍କ  ପରିବାର ଲୋକେ ସେମାନଙ୍କଠାରୁ ଦୂରେଇ  ଯାଇଥିଲେ । ଶରଧାମୁଣ୍ଡାଠାରେ ଘରଟିଏ ତୋଳି ପ୍ରକାଶ ମୁଣ୍ଡ ଗୁଞ୍ଜିଥିଲେ । ଉଭୟଙ୍କ  ଦୁଇ ଝିଅ ଓ ଏକ ପୁଅ ଥିବା ବେଳେ ୫  ବର୍ଷ ତଳେ ସତେ ଯେମିତି ପରିବାରରେ  ଚଡ଼କ ପଡ଼ିଥିଲା । କିଡ୍‌ନୀ ରୋଗରେ  ପଡ଼ିଲେ ପ୍ରକାଶ । ଗୁରୁବାର ସକାଳେ ଆଖି  ବୁଜିଥିଲେ । ପ୍ରକାଶଙ୍କ ମୃତ୍ୟୁ ସମ୍ପର୍କରେ  ରୀତା ତାଙ୍କ ଶଶୁର ଘର ଓ ବାପ ଘର  ଲୋକଙ୍କୁ ସୂଚନା ଦେଇଥିଲେ । ଉଭୟଙ୍କ  ପରିବାର ଆସି ଦୂରରୁ ଶବ ଦେଖି ପଳାଇ  ଯାଇଥିଲେ । ବଇଣ୍ଡା ଗ୍ରାମର କିଛି ଯୁବକ  ପହଞ୍ଚି ଶବଦାହ କରିବା ପାଇଁ କାଠ ସହ  ଅନ୍ୟାନ ସାମଗ୍ରୀ ଯୋଗାଇ ଦେଇଥିଲେ ।  ଅସହାୟ ରୀତା ଓ ତାଙ୍କ ଝିଅ ପ୍ରକାଶଙ୍କର  ମୃତଦେହ ଖଟିଆରେ ବୋହି ଶ୍ମଶାନକୁ  ନେଇଥିଲେ । ପୁଅ ମୁଖାଗ୍ନି ଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.