ଚଣ୍ଡିଖୋଲ, ୨।୫ :  ଯାଜପୁରରେ  ଅଘଟଣ। କାଳ ବୈଶାଖୀ ପ୍ରଭାବରେ  ବର୍ଷା ପବନ ହେବାରୁ ତାଳ ଗଛ ପଡ଼ି ସ୍ବାମୀ । ସ୍ବାମୀର ମୃତ୍ୟୁ ହେବା ପରେ ମିୟମାଣ ହୋଇ ବିଷ ପିଇଲେ ସ୍ତ୍ରୀ। ଏପରି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡବାଲିକୁଦା ଗ୍ରାମରେ ଘଟିଛି। ମୃତକ ହେଲେ ବଡବାଲିକୁଦା ଗ୍ରାମ ର ଅଜିତ ଜେନା  । ଗୁରୁତର ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡବାଲିକୁଦା ଗ୍ରାମ ର ଅଜିତ ଜେନା  ଚାଷ ଜମିରେ ଔଷଧ ପକାଉଥିବା ସମୟରେ ହଠାତ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ନିକଟରେ ଥିବା ତାଳ ଗଛଟି ଉପୁଡ଼ି ଯାଇ ତାଙ୍କ ଉପରେ ପଡ଼ି ଯାଇଥିଲା ।ଘଟଣା ସ୍ଥଳରେ ଅଜିତ ଜେନା ଙ୍କ  ମୃତ ଘଟିଥିଲା । ସେପଟରେ ସ୍ବାମୀ ଙ୍କ ମୃତ ଖବର ଶୁଣି ସ୍ତ୍ରୀ ସସ୍ମିତା ବଳ  ଘାସ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ  ପ୍ରାର୍ଥମିକ ଚିକିତ୍ସା  ପରେ ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଯୁବକ ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।

​​​​​​​​​​​​​​