ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

‘ସୁଭଦ୍ରା’ ଟଙ୍କା ନ ଦେବାରୁ ପଥରରେ ଛେଚି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

Published By : Harapriya Sethi | March 27, 2025 7:09 AM

ବାଲିଶଙ୍କରା,୨୭/୩: ଖର୍ଚ୍ଚ କରିବାକୁ ‘ସୁଭଦ୍ରା’ ଟଙ୍କା ଦେଲାନି ସ୍ତ୍ରୀ । ଏହି ସାମାନ୍ୟ କଥାରୁ ସ୍ୱାମୀ ମୁଣ୍ଡରେ ପିତ୍ତ ଚଢ଼ିଗଲା । ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ସ୍ତ୍ରୀକୁ ପଥରରେ ଛେଚି ମାରିଦେଲା ନିର୍ଦ୍ଦୟ ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ହୁଟୁପାନି ଗ୍ରାମର ବୁଧବାର ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତା ହେଲେ ଦୁର୍ଗାବତୀ ସିଂ (୪୫) । ନାରକୀୟ କାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ୱାମୀ ରୂପନନ୍ଦ ସିଂ (୫୦)କୁ ପୁଲିସ୍‌ ଗିରଫ କରିଛି । ବଡ଼ପୁଅ ଚାନ୍ଦପ୍ରସାଦଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । 

ଏହା ମଧ୍ୟ ପଢନ୍ତୁ- ବଦଳିକୁ ରୋକି ଗାଦି ମାଡ଼ି ବସିଛନ୍ତି ଅଧିକାରୀ, କ୍ଷମତା ଉପଭୋଗ କରି ଜନସାଧାରଣଙ୍କୁ କରୁଛନ୍ତି ଶୋଷଣ

ସୂଚନା ଅନୁଯାୟୀ, ଟାଙ୍ଗର ଗାଁ ପଞ୍ଚାୟତ ହୁଟୁପାନି ଗ୍ରାମରେ ରୁହନ୍ତି ରୂପନନ୍ଦଙ୍କ ପରିବାର । ସ୍ତ୍ରୀ ଦୁର୍ଗାବତୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ । ଝିଅଙ୍କ ବିବାହ ହୋଇଯାଇଛି । ଏକ ବାଇକ୍‌ କିଣିବାକୁ ନେଇ ରୂପାନନ୍ଦ ଘରେ ଝଗଡ଼ା କରି ଆସୁଥିଲା । ଧାନ ବିକ୍ରି ଟଙ୍କାରେ ନିକଟରେ ସେ ଏକ ବାଇକ୍‌ କିଣିଥିଲା । ଇତିମଧ୍ୟରେ ଦୁର୍ଗାବତୀଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଟଙ୍କା ଆସିଥିବାବେଳେ ଏହା ଉପରେ ନଜର ପକାଇଥିଲା ରୂପନନ୍ଦ । ହେଲେ ସ୍ୱାମୀକୁ ଟଙ୍କା ଦେବାକୁ ମନା କରିଦେଇଥିଲେ ଦୁର୍ଗାବତୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବୁଧବାର ସକାଳେ ପ୍ରାୟ ୮ଟାରେ ଗାଁ ପାଖ ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ ଦୁର୍ଗାବତୀ ।  ରୂପନନ୍ଦ ସେଠାରେ ପହଞ୍ଚି ଝଗଡ଼ା ଆରମ୍ଭ କରିଥିଲା । କଳି ଉଗ୍ରରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରୂପନନ୍ଦ ଏକ ପଥରରେ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଥିଲା । ସୂଚନା ପାଇ ପୁଅ ଚାନ୍ଦପ୍ରସାଦ ଆସି ଦେଖିବା ବେଳକୁ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା । ତଳସରା ଥାନା ପୁଲିସ୍‌ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.