ପ୍ରମୂଖ ଖବର
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

୧୫ବର୍ଷ ପରେ ବାହୁଡ଼ିଲେ ନିଖୋଜ ସ୍ୱାମୀ,ମଥାରେ ସିନ୍ଦୂର ପିନ୍ଧି ସଧବା ସାଜିଲେ ସ୍ତ୍ରୀ...

Published By : Prameya | April 19, 2025 10:58 AM

ବଡ଼ଗାଁ,୧୯/୦୪: ଦାଦନ ଯାଇ ନିଖୋଜ ହୋଇଗଲେ । ପରିବାର ସଦସ୍ୟ ଭାବିଲେ ମରିଯାଇଛନ୍ତି ।  ଶୁଦ୍ଧି ହୋଇଗଲେ । ମଥାରୁ ସିନ୍ଦୂର ପୋଛିଦେଲେ ସ୍ତ୍ରୀ । ହେଲେ ଯେଉଁ ମଣିଷକୁ ମୃତ ବୋଲି ଭାବିଥିଲେ  ସେ ଘରକୁ ବାହୁଡ଼ିଛନ୍ତି । ତାହା ପୁଣି  ଦୀର୍ଘ ୧୫ ବର୍ଷ ପରେ । ନିଖୋଜ  ଶ୍ରୀକର ଖଡ଼ିଆଙ୍କ ଘରବାହୁଡ଼ାରେ  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ବୀରପାଲିରେ ଖେଳିଯାଇଛି ଖୁସିର  ଲହରି । ଦୀର୍ଘ ବର୍ଷ ପରେ ପୁଅକୁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡ଼ିଥିବାବେଳେ ଶ୍ରୀକରଙ୍କ ସ୍ତ୍ରୀ ପୁଣି ସଧବା ସାଜିଛନ୍ତି ।  

ଅଧିକ ରୋଜଗାର ଆଶାରେ ୨୦୧୦ରେ  ଶ୍ରୀକର ଗାଁର କେତେଜଣ ଯୁବକଙ୍କ  ସହ ଗୋଆ ଯାଇଥିଲେ । ସମୁଦ୍ରରେ  ମାଛଧରା କାର୍ଯ୍ୟରେ ନିୟୋଜିତ ଥିଲେ ।  ଯିବାର ୨ବର୍ଷ ପର୍ଯ୍ୟନ୍ତ ପରିବାର ସହ  ଯୋଗାଯୋଗରେ ଥିଲେ । ନିୟମିତ  ଟଙ୍କା ବି ପଠାଉଥିଲେ । ହେଲେ  ହଠାତ୍‌ ସେ ନିଖୋଜ ହୋଇଗଲେ ।  ଶ୍ରୀକର ସମୁଦ୍ରରେ ବୁଡ଼ି ଯାଇଥିବା  ସହକର୍ମୀଙ୍କଠାରୁ ସୂଚନା ପାଇଥିଲା  ପରିବାର । ମୃତଦେହ ମିଳି ନ ଥିବାରୁ  ପରିବାର ଲୋକେ କିଛି ବର୍ଷ ଅପେକ୍ଷା  କଲେ । ହେଲେ ଶ୍ରୀକର ବାହୁଡ଼ିଲେନି ।  ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି  ପରିବାର ଲୋକେ ଶୁଦ୍ଧି ହୋଇଗଲେ ।  ସ୍ତ୍ରୀ ବିଧବା ସାଜିଲେ । ଏପରି କି ତାଙ୍କୁ  ବିଧବା ଭତ୍ତା ମଧ୍ୟ ମିଳୁଛି ।  

ଶ୍ରୀକର ଦୀର୍ଘ ବର୍ଷ ପରେ ଗାଁକୁ  ଫେରିଛନ୍ତି । ହେଲେ ସେ ମାତୃଭାଷା  ଭୁଲିଯାଇଛନ୍ତି । ମରାଠୀ-କୋଙ୍କଣୀ ଭାଷା  କହୁଛନ୍ତି । ନିଖୋଜ ସମୟର ଯନ୍ତ୍ରଣାମୟ  କାହାଣୀ ବଖାଣି କହିଛନ୍ତି, କଷ୍ଟ ହେବାରୁ  କାମ କରୁଥିବା ସ୍ଥାନରୁ ଅନ୍ୟତ୍ର  ଚାଲିଯାଇଥିଲେ । ଫଳରେ ପରିବାର ସହ ଯୋଗାଯୋଗ ହୋଇପାରି ନ ଥିଲା ।  ଅନ୍ୟଜଣେ ମାଲିକ ତାଙ୍କୁ ନଜରବନ୍ଦୀ  କରି ରଖି କାମ କରାଉଥିଲେ ।  ମହାରାଷ୍ଟ୍ରର ପ୍ରବୀଣ ସଦାଶିବ ସାଧୁଆ  ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କରେ  ଆସିଥିଲେ । ତାଙ୍କ ଦୁର୍ଦ୍ଦଶା ଜାଣିବା ପରେ  ଠିକଣା ପଚାରି ବରପାଲିକୁ ଆଣିଛନ୍ତି। ଦୀର୍ଘ ୧୫ବର୍ଷ ପରେ ଶ୍ରୀକରଙ୍କ  ଘରବାହୁଡ଼ା ଚର୍ଚ୍ଚାର ବିଷୟ ସାଜିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.