ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଞ୍ଚିଗଲା ମାଲିକାଣୀଙ୍କ ଜୀବନ..କୁକୁରକୁ ଛୁରି ଭୁସି ଭୁସି ମାରିଦେଲା ସ୍ୱାମୀ

Published By : Prameya | November 23, 2024 1:40 PM

ପୁରୀ,୨୩/୧୧: ମାଲିକାଣୀଙ୍କୁ ବଞ୍ଚାଇବା ଲାଗି ଜୀବନ ଦେଇଛି ପୋଷା  କୁକୁର । ଏହା ଏକ ଫିଲ୍ମର କାହାଣୀ  ଭଳି ଲାଗୁଥିଲେ ବି ସତ । ତାଳବଣିଆ  ଥାନା ଅଧୀନ ସିଦ୍ଧମହାବୀର ନୀଳଚକ୍ର  ଲେନ୍‌ରେ ଘଟିଛି ଏଭଳି ଏକ ଘଟଣା ।  କୁକୁରକୁ ଅତି ବୀଭତ୍ସ ଭାବେ ଛୁରି ଭୁସି ହତ୍ୟା କରିଛି ମାଲିକାଣୀଙ୍କ ସ୍ୱାମୀ । ମୃତ  କୁକୁର ମାଲିକାଣୀଙ୍କ ଭାଇ ଏନେଇ  ତାଳବଣିଆ ଥାନାରେ ଏତଲା ଦେଇଛନ୍ତି ।  ପୁଲିସ ମାମଲା ରୁଜୁ କରି କୁକୁରକୁ ହତ୍ୟା  କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ।

 ଖବର ଅନୁସାରେ ସିଦ୍ଧମହାବୀର ଦାଦାବାଡ଼ି  ଅଞ୍ଚଳରେ ଜଣେ ଯୁବତୀଙ୍କ ବାପଘର ।  ସେ ଭତ ୬ ବର୍ଷ ହେବ ଏକ  କୁକୁରକୁ ପାଳିଥିଲେ। ଦେଢ଼ବର୍ଷ ତଳେ ତାଙ୍କର ବାହାଘର ହୋଇଗଲା । ଯୁବତୀଙ୍କର ବାହାଘର ହୋଇଯିବା  ପରେ ଏକାକୀ ରହି କୁକୁରଟି ଝୁରି  ଝୁରି ଅସୁସ୍ଥ ହୋଇଗଲା । ତେଣୁ  ବାଧ୍ୟ ହୋଇ ବାପଘର ଲୋକେ  ଝିଅ ପାଖରେ କୁକୁରକୁ ଛାଡ଼ି ଦେଇଥିଲେ । ବିବାହର କିଛିଦିନ ପରେ  ସିଦ୍ଧମହାବୀର ନୀଳଚକ୍ର ଲେନ୍‌ରେ  ଭଡ଼ାଘରେ ରହିଥିଲେ ଦମ୍ପତି ।  ସେମାନଙ୍କ ପାଖରେ କୁକୁର ରହୁଥିଲା । ବାହାଘରର ଅଳ୍ପଦିନ ପରେ ମହିଳାଙ୍କୁ ଯୌତୁକ ପାଇଁ ସ୍ୱାମୀ ନିର୍ଯାତନା ଦେବା  ଆରମ୍ଭ କରିଥିଲେ । ତେବେ ମାଲିକାଣୀ  କାନ୍ଦୁଥିବା ଦେଖିବାମାତ୍ରେ କୁକୁରଟି ତାଙ୍କ  ସ୍ୱାମୀଙ୍କୁ ଭୁକୁଥିଲା । ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଥିଲା । ହଠାତ୍‌  ଛୁରି ଧରି ତାଙ୍କ ସ୍ୱାମୀ ମହିଳାଙ୍କୁ ଭୁସିବାକୁ  ଆସୁଥିବା ଦେଖି କୁକୁରଟି ଲମ୍ଫ ମାରିଥିଲା ।  ଏମିତିକି ସ୍ୱାମୀ ହାତରୁ ଛୁରି ଖସିପଡ଼ିଥିଲା ।  କୁକୁରଟି ମହିଳାଙ୍କ ସ୍ୱାମୀକୁ ଜୋର୍‌ରେ  ଭୁକି ଡରାଇଥିଲା । ଏତିକିରେ ସ୍ୱାମୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ମୋତେ ଭୁକୁଛୁ କହି ସେହି ଛୁରିରେ କୁକୁରକୁ  ଭୁସି ଦେଇଥିଲେ । ବାରମ୍ବାର ଛୁରି ଭୁସିବା  ଫଳରେ କୁକୁରଟି ଛଟପଟ ହୋଇଥିଲା ।  ଛୁରାଘାତରେ ପ୍ରବଳ ରକ୍ତସ୍ରାବ ଦେଖି ମହିଳା  ଜଣ ଘରୁ କବାଟ ଖୋଲି ବାହାରକୁ ଦୌଡ଼ି  ଆସିଥିଲେ । ବାହାରୁ କବାଟ କିଳି ବାପଘର  ଲୋକଙ୍କୁ ଖବର ଦେଇଥିଲେ । ବାପଘର  ଲୋକେ ପହଞ୍ଚିବା ପରେ କବାଟ ଖୋଲି  ଥିଲେ । କୁକୁର ମରି ପଡ଼ିଥିବା ଦେଖିଥିଲେ ।  ସେମାନଙ୍କୁ ଛୁରି ଦେଖାଇ ଭୟଭିତ କରି  ମହିଳାଙ୍କ ସ୍ୱାମୀ ସେଠାରୁ ଖସି ପଳାଇଥିଲା ।  ଏନେଇ ଘଟଣାର ଅନୁସନ୍ଧାନ ଚାଲିଥିବା  କହିଛନ୍ତି ଆଇଆଇସି ପବିତ୍ର ମୋହନ ମହାରଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.