ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

IPL-2025: ବେଙ୍ଗାଲୁରୁକୁ ୪୨ ରନରେ ହରାଇଲା ହାଇଦ୍ରାବାଦ; ଇଶାନ କିଷନଙ୍କ ଚମତ୍କାର ପ୍ରଦର୍ଶନ

Published By : Bijay Swain | May 24, 2025 12:05 AM

ଲକ୍ଷ୍ନୌ: ସନରାଇଜର୍ସ ହାଇଦ୍ରାବାଦ (SRH) ଆଇପିଏଲ ୨୦୨୫ର ୬୫ତମ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)କୁ ୪୨ ରନରେ ପରାସ୍ତ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ହେଉଥିବା ଆଜିର ମ୍ୟାଚରେ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା। ଜବାବରେ ବେଙ୍ଗାଲୁରୁ ୧୯.୫ ଓଭର ସୁଦ୍ଧା ୧୮୯ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଫିଲ୍ ସଲ୍ଟ ୬୨ ରନ ହାସଲ କରିଥିଲେ ଏବଂ ବିରାଟ କୋହଲି ୪୩ ରନ କରି ଆଉଟ ହୋଇଯାଇଥିଲେ। ପ୍ୟାଟ୍ କମିନ୍ସ ୩ଟି ୱିକେଟ ନେଇଥିଲେ। ହର୍ଷଲ ପଟେଲ ଏବଂ ଇଶାନ ମାଲିଙ୍ଗା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

ହାଇଦ୍ରାବାଦ ପକ୍ଷରୁ ଇଶାନ କିଷନ ୪୮ ବଲ୍ ରେ ୯୪ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୭ଟି ଚୌକା ଏବଂ ୫ଟି ଛକା ରହିଥିଲା। ଇଶାନଙ୍କ ବ୍ୟତୀତ ଅଭିଷେକ ଶର୍ମା ୩୪, ଅନିକେତ ବର୍ମା ୨୬ ଏବଂ ହେନରିଚ୍ କ୍ଲାସେନ୍ ୨୪ ରନ ହାସଲ କରିଥିଲେ। ରୋମାରିଓ ସେଫର୍ଡ ୨ଟି ୱିକେଟ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.