ନୂଆଦିଲ୍ଲୀ: ଶନିବାର ହାଇଦ୍ରାବାଦ ପୋଲିସ ସହରର ପୋସ୍ ବନଜାରା ହିଲ୍ସ ଅଞ୍ଚଳରେ ଥିବା ଏକ ପବ୍ରେ ଚଢାଉ କରିଛି । ପବରେ ବେଆଇନ କାର୍ଯ୍ୟକଳାପ ଚାଲୁଥିବା ପୋଲିସ କହିଛି । ଚଢାରେ ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୪୦ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ୪୦ ଜଣ ମହିଳା ଅଛନ୍ତି ।
ତେବେ ଚଢାଉ ପରେ TOS ପବ୍ ପରିସରକୁ ସିଲ୍ କରାଯାଇଛି। ଏହି ଘଟଣାରେ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି।
ଘଟଣାରେ ଅତିରିକ୍ତ ପୋଲିସ କମିଶନର ଭେଙ୍କଟ ରାମନା ANIକୁ କହିଛନ୍ତି ଯେ, ଶନିବାର ରାତିରେ ଆମେ ରୋଡ୍ ନମ୍ବର ୩ TOS ପବ୍ ଉପରେ ଚଢାଉ କରି ୧୦୦ ଜଣ ପୁରୁଷ ଏବଂ ୪୦ ମହିଳାଙ୍କୁ ଅଟକ ରଖିଛୁ । ଏମାନେ ପବ୍ରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ପୋଲିସ ଖବର ପାଇଥିଲା। ଆମେ ପବକୁ ସିଲ୍ କରିଛୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପବ୍ ମାଲିକ, ବାଉନ୍ସର୍, ଡିଜେ ଅପରେଟର ଏବଂ ୧୦ ଜଣ ମହିଳାଙ୍କ ସମେତ ମୋଟ ୨୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ପଞ୍ଜିକୃତ ହୋଇଛି ।